କୁକୁଡ଼ା ପାଳନ କହିଲେ କହିଲେ ମାଂସ, ଅଣ୍ଡା ଓ ପର ନିମନ୍ତେ ମାନବ ପାଳୁଥିବା କୁକୁଡ଼ା ପକ୍ଷୀଙ୍କୁ ବୁଝାଏ From Wikipedia, the free encyclopedia
କୁକୁଡ଼ା ପାଳନ କହିଲେ Poultry (/ˈpoʊltri/) କହିଲେ ସାଧାରଣତଃ ମାଂସ, ଅଣ୍ଡା ଓ ପର ନିମନ୍ତେ ମାନବ ପାଳୁଥିବା କୁକୁଡ଼ା ପକ୍ଷୀଙ୍କୁ ବୁଝାଏ (domesticated bird) । ଏହି ପକ୍ଷୀ ଅର୍ଡ଼ର ଗାଲିଫର୍ମିସ (Galliformes) ଅନ୍ତର୍ଭୁକ୍ତ ଯେଉଁଥିରେ କୁକୁଡ଼ା ସହିତ କ୍ୱେଲ (quail) ଓ ଗୃହପାଳିତ ଟର୍କିମାନଙ୍କର (turkeys) ନାମ ରଖାଯାଏ ଓ ଏମାନେ ସୁପରଅର୍ଡ଼ର ଫାଉଲ (superorder Galloanserae (fowl)) ମଧ୍ୟରେ ଗଣାଯାଆନ୍ତି । ଏହି ପାଳନ କେବଳ କୁକୁଡ଼ାରେ ସୀମିତ ନୁହେଁ ।
ମାଂସ ପାଇଁ ଅନ୍ୟାନ୍ୟ ପକ୍ଷୀ (ଯେପରିକି ପାରା) ପାଳୁଥିଲେ ତାକୁ ମଧ୍ୟ ପୋଲଟ୍ରି କୁହାଯାଏ କିନ୍ତୁ ବଣୁଆ ପକ୍ଷୀ ମାଂସ ଶିକାରକୁ ଏହି ଦଳର ନାମରେ ରଖାଯାଏ ନାହିଁ ଓ ତାକୁ ଇଂରାଜୀ ଭାଷାରେ ଗେମ୍ କୁହାଯାଏ ।
ଅନେକ ହଜାର ବର୍ଷ ପୂର୍ବରୁ ପୋଲ୍ଟ୍ରି ଘରୋଇକରଣ ହୋଇଛି । ବୋଧହୁଏ ପୂର୍ବରୁ ଜଙ୍ଗଳୀ ପକ୍ଷୀଙ୍କର ଅଣ୍ଡା ଧରି ଆଣି ଘରେ ଉଷୁମେଇ ଛୁଆ କରିବା ବନ୍ଦବୋସ୍ତ କରୁଥିଲେ କିନ୍ତୁ ପରବର୍ତ୍ତୀ କାଳରେ ପକ୍ଷୀମାନଙ୍କୁ ସ୍ଥାୟୀ ଭାବରେ ଘରେ ରଖିଲେ । ପ୍ରଥମେ ପ୍ରଥମେ କୁକୁଡ଼ାମାନଙ୍କୁ ଲଢ଼େଇ କରେଇବା ପାଇଁ ବ୍ୟବହାର କରିବାପରେ ତାହାର ମାଂସ ଖାଇବା କଥା ତାଙ୍କ ଖିଆଲକୁ ଆସିଥିଲା ।
ପରବର୍ତ୍ତୀ ଶତାବ୍ଦୀମାନଙ୍କରେ ସେମାନଙ୍କୁ ଦୃତ ବୃଦ୍ଧି, ଅଣ୍ଡା ଦେବା ଯୋଗ୍ୟତା, ନିରୀହତା, ପର ସଂଗ୍ରହ ଓ ପୁଷ୍ଟିକରଣ ନିମନ୍ତେ ବାଛି କରି ସେମାନଙ୍କୁ ରଖାଗଲା । ପୁରୁଣା ଯୁଗର କୁକୁଡ଼ା ଅପେକ୍ଷା ଆଧୁନିକ କୁକୁଡ଼ାଙ୍କ ଚେହେରା ଅନେକଟା ଭିନ୍ନ ହୋଇଯାଇଛି । ଅଳ୍ପ କିଛି କୁକୁଡ଼ାଙ୍କୁ ଛୋଟ ଦଳରେ ରଖି ପାଳୁଥିଲେ ମଧ୍ୟ ଅଧିକାଂଶ ସ୍ଥଳରେ ସେମାନଙ୍କୁ କମର୍ସିଆଲ ଭାବରେ ରଖାଯାଉଛି ।
ସାରା ପୃଥିବୀରେ ସନ ୨୦୧୨ରେ ଲୋକମାନେ ମାଂସ ଭକ୍ଷଣ ମଧ୍ୟରୁ ସର୍ବାଧିକ ୭୦% ପୋଲ୍ଟ୍ରି ଓ ଘୁଷୁରୀ ମାଂସ ଖାଇଥିଲେ ।[1] ଏଥିରେ ଉଚ୍ଚମାନର ପ୍ରୋଟିନ ଓ ସ୍ୱଳ୍ପ ପରିମାଣର ଚର୍ବି ଜାତୀୟ ଖାଦ୍ୟ ଥାଏ । ଖାଦ୍ୟ ବିଷକ୍ରିୟା (food poisoning) ନ ହେବା ପାଇଁ କୁକୁଡ଼ା ମାଂସକୁ ଉତ୍ତମରୂପେ ସିଦ୍ଧ କରିବା ଆବଶ୍ୟକ । ଇଂରାଜୀର ପୁଲ୍ଟ୍ରିଏ ଶବ୍ଦରୁ, ପୁରୁଣା ଫରାସୀ ଭାଷାର ପୋଲେଟିଏର, ପାଉଲେଟ/ ପୁଲେଟରୁ, ପାଉଲେଟ ଡିଲର ଶବ୍ଦ ପାଉଲରୁ (poule) ଓ ଲାଟିନ ଶବ୍ଦ ପୁଲୁସରୁ (pullus) ପୋଲ୍ଟ୍ରି ଶବ୍ଦ ଆସିଥିବା ଜଣାଯାଏ ।[2] ପୁଲ୍ଲେଟ ଶବ୍ଦଟି ମଧ୍ୟ ଇଂରାଜୀର ପୁଲେଟରୁ ଆସିଛି ଯାହା ଲାଟିନ ଭାଷାର ପୋଲେଟ ଶବ୍ଦରୁ ନିଆଯାଇଛି; ଏ ଦୁଇଟି ଲାଟିନର ପୁଲ୍ଲୁସ ଶବ୍ଦରୁ ନିଆଯାଇଛି ଯାହା ଯୁବ ପଶୁ ବା କୁକୁଡ଼ାକୁ ବୁଝାଏ । [3][4] ଫାଉଲ ଶବ୍ଦ ଜର୍ମାନୀ ଭାଷାରୁ ଆସିଛି । [5]
ସ୍ଥାନୀୟ କୁକୁଡ଼ା ବା ଚିକେନ ଏକ ମଧ୍ୟମ ଆକାରର ପକ୍ଷୀ, ସଳଖ ଠିଆ। ଓ ମାଂସଳ ଚୁଳ ମୁଣ୍ଡରେ ଥାଏ । ଅଣ୍ଡିରା କୁକୁଡ଼କୁ ଗଞ୍ଜା କୁହାଯାଏ, ଏଗୁଡ଼ିକ ଆକାର ବଡ଼ ଅଧିକ ରଙ୍ଗୀନ ଓ ମାଈ ଅପେକ୍ଷା ପର ଅଧିକ । ଏମାନେ ସବୁ ଖାଆନ୍ତି, ଖୋଜି ଖୋଜି ମଞ୍ଜି, ଛୋଟ ଅମେରୁଦଣ୍ଡୀ ପ୍ରାଣୀ ଓ ଅନ୍ୟାନ୍ୟ ଛୋଟ ଜୀବମାନଙ୍କୁ ମଧ୍ୟ ଖାଆନ୍ତି । କେହି ଗୋଡ଼େଇଲେ ଆତ୍ମରକ୍ଷା ନିମନ୍ତେ ବୁଦା ଆଢ଼ୁଆଳକୁ ଦୌଡ଼ି ଯାଆନ୍ତି ଓ ଏମାନେ କ୍ୱଚିତ ଉଡ଼ନ୍ତି ।[6] ଘରୋଇ କୁକୁଡ଼ ମୂଖତଃ ବଣୁଆ ରେଡ ଜଙ୍ଗଲଫାଉଲ (red junglefowl) ପୂର୍ବପୁରୁଷଙ୍କଠାରୁ ଉତ୍ତରାଧିକାର ସୂତ୍ରରୁ ଆସିଛି । [7] ପ୍ରାୟ ୭,୦୦୦ରୁ ୧୦,୦୦୦ ବର୍ଷ ପୂର୍ବେ ଏମାନଙ୍କୁ ଘରୋଇକରଣ କରାଯାଇଥିଲା ଯାହାର ଫସିଲ ଉତ୍ତରପୂର୍ବ ଚୀନରେ ମିଳୁଛି ଓ ତାହା ଖ୍ରୀ:ପୂ: ୫,୪୦୦ରେ ଡେଟ ହୋଇଛି । ଆଗେ କୁକୁଡ଼ା ଲଢ଼େଇ ନିମନ୍ତେ ଘରେ ଗଞ୍ଜା ପୋଷା ହେଉଥିଲେ । ପ୍ରାୟ ୪,୦୦୦ ବର୍ଷ ପୂର୍ବେ ମିଶରରୁ କୁକୁଡ଼ା ଆସି ଇଣ୍ଡସ ଭାଲିରେ ପ୍ରବେଶ କରିଥିଲେ । ଏ ପର୍ଯ୍ୟନ୍ତ ସେମାନଙ୍କୁ ଲଢ଼େଇ ନିମନ୍ତେ ବ୍ୟବହାର କରାଯାଉଛି ଓ ଉର୍ବରତାର ଚିହ୍ନ ରୂପେ ଗ୍ରହଣ କରାଯାଇଛି । ମିଶରୀୟମାନେ ଅଣ୍ଡାକୁ କୃତ୍ରିମ ଉପାୟରେ ଉଷୁମେଇବା (incubation) ପଦ୍ଧତି ଶିଖିଥିଲେ ।[8] ସେହି କାଳଠାରୁ ଅଣ୍ଡା ଓ ମାଂସ ପାଇଁ କୁକୁଡ଼ା ପାଳନ ପୃଥିବୀରେ ବ୍ୟପିଯାଇଛି । [9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.