From Wikipedia, the free encyclopedia
ଲଙ୍କାଆମ୍ବ ହେଉଛି ଏକ ଦ୍ରୁମ ଜାତୀୟ ବହୁ ବୀଜପତ୍ରୀ ସପୁଷ୍ପକ ଉଦ୍ଭିଦ। ଏହାକୁ ଇଂରାଜୀରେ cashew କହିଥାନ୍ତି, ଯାହା ପର୍ତ୍ତୁଗୀଜ ନାମ cajuରୁ ଆସିଅଛି। ଏହାର ମଞ୍ଜି ଓ ଫଳ ଉଭୟ ଖିଆଯାଏ। ଏହାର କାଣ୍ଡ ବଙ୍କା ତେଢା ହୋଇଥାଏ। ହଳଦିଆ, ଲାଲ ଓ ହଳଦିଆ-ଲାଲ ମିଶା ମିଶି ଫଳର ରଙ୍ଗ ଭେଦରେ ଲଙ୍କାଆମ୍ବ ତିନି ପ୍ରକାରର। ଲଙ୍କା ଆମ୍ବ ଦେଖିବାକୁ କେତେକାଂଶରେ ନାସପାତି ପରି।
କାଜୁ (ସତ୍ୟାମ୍ବ, ଲଙ୍କା ଆମ୍ବ, ସଇତିମା) | |
---|---|
ନାଲି ଲଙ୍କା ଆମ୍ବର ଫୁଲ, କଞ୍ଚା ଓ ପାଚିଲା ଫଳ ଆଉ ମଞ୍ଜି | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Sapindales |
କୁଳ: | Anacardiaceae |
ପ୍ରଜାତି: | Anacardium |
ଜାତି: | A. occidentale |
ବାଇନୋମିଆଲ ନାମ | |
Anacardium occidentale | |
ଏହାର ମଞ୍ଜି ଯାହା ଫଳର ତଳେ ରହିଥାଏ, ତାହା ଏହାର ଫଳଠାରୁ ଅଧିକ ଲୋକପ୍ରିୟ। ଏହି ମଞ୍ଜିର ଶକ୍ତ ଆବରଣ ଭିତରେଥିବା ଶସକୁହିଁ କାଜୁ କୁହାଯାଏ, ଯାହା ବଜାରରେ କିଣିବାକୁ ମିଳେ। ଏହି ଆବରଣକୁ ଗରମକଲେ ଏକ ପ୍ରକାର ତେଲ ବାହାରେ, ଯାହା ଚର୍ମରେ ଲାଗିଲେ ଘାଆ କରିଦିଏ। କିନ୍ତୁ ଏହି ତେଲର ଅନେକ ଔଷଧୀୟ ଗୁଣ ରହିଛି। କାଜୁର ଫଳ ଯାହା ମଞ୍ଜିର ଉପରେ ଥାଏ, ତାକୁ ଇଂରାଜୀରେ cashew apple କୁହାଯାଏ। ଏହାକୁ ଗାଁ ଗହଳିରେ ଲୋକମାନେ ଖାଇଥାନ୍ତି। ଲଙ୍କାଆମ୍ବର କେତଟି କିସମ ଖାଇବାକୁ ବହୁତ ମିଠା, ଆଉ କେତୋଟି ଖାଇଲେ ତଣ୍ଡି ଖର ଖର ହୁଏ। ଏହାର ରସ ଅନେକ ପ୍ରକାରର ଔଷଧୀୟ ଗୁଣଯୁକ୍ତ। ଚିନାବାଦାମ ଓ କାଠବାଦାମ ପରି ଏହାର ମଞ୍ଜି ପୌଷ୍ଟିକ କିନ୍ତୁ ସମସ୍ତଙ୍କ ଦେହରେ ଯାଏନାହିଁ। ତେବେ କାଜୁ ଚିନାବାଦାମ ଆଦିଠାରୁ ଅଧିକ ଲୋକଙ୍କ ଦେହରେ ଯାଏ। [1]
କାଜୁ ଗଛଟି ଚିର ହରିତ ଓ ଝଙ୍କାଳିଆ, ଯାହା ୧୦ରୁ ୧୨ ମିଟର (ପାଖାପାଖି ୩୨ ଫୁଟ) ଯାଏ ବଢ଼ିଥାଏ। ଓଡ଼ିଶାରେ ଏହା ଏକ ଅତି ପରିଚିତ ଗଛ।
ଏହା ଆମେରିକାରେ ପ୍ରଥମେ ଜାତ ହୋଇଥିଲା ବୋଲି କୁହାଯାଏ। ୧୫୬୦ରୁ ୧୫୬୫ ଖ୍ରିଷ୍ଟାବ୍ଦ ଭିତରେ ପର୍ତ୍ତୁଗୀଜମାନେ ଏହାକୁ ଗୋଆ ଆଣିଥିଲେ। ଏଠୁ ଏହା ଦକ୍ଷିଣପୂର୍ବ ଏସିଆ ଓ ଆଫ୍ରିକାକୁ ବ୍ୟାପିଲା। [2] ପର୍ତ୍ତୁଗୀଜମାନେ ଭାରତକୁ ଭଜାକାଜୁ ନେଇ ବେପାର କରିବାକୁ ଆସୁଥିଲେ। କାରଣ ଭାରତୀୟମାନେ କାଜୁ ଭଜାରେ ପାରଙ୍ଗମ ଥିଲେ।
ପୃଥିବୀର ୧୦ଟି ପ୍ରମୁଖ କାଜୁ ଉତ୍ପାଦନକାରୀ ଦେଶ (FAOର ୨୦୧୦ତଥ୍ୟ ମେଟ୍ରିକ ଟନରେ)
ଦେଶ | ଇଂରାଜୀ ନାମ | ଉତ୍ପାଦନ |
---|---|---|
ଭିଏତନାମ | Viet Nam | 1,159,600 |
ଭାରତ | India | 613,000 |
ନାଇଜେରିଆ | Nigeria | 594,000 |
କୋଟେ ଡିଲଭୋଏର | Côte d'Ivoire | 370,000 |
ଇଣ୍ଡୋନେସିଆ | Indonesia | 174,300 |
ଫିଲିପାଇନସ୍ | Philippines | 134,681 |
ବ୍ରାଜିଲ | Brazil | 102,002 |
ଗିନିଆ-ବିଶାଉ | Guinea-Bissau | 91,100 |
ବେନିନ | Benin | 69,700 |
ମୋଜାମ୍ବିକ | Mozambique | 67,200 |
ତତ୍ତ୍ୱ | ପରିମାଣ |
---|---|
କାଜୁ ମଞ୍ଜିର କଞ୍ଚା ଶସ : ପ୍ରତି ୧୦୦ ଗ୍ରାମ ହିସାବରେ ମୂଲ୍ୟ | |
ଶକ୍ତି (Energy) | 2,314 kJ (553 kcal) |
କାର୍ବୋହାଇଡ୍ରେଟ (Carbohydrates) | 30.19 g |
ଷ୍ଟାର୍ଚ (Starch) | 23.49 g |
ଶର୍କରା (Sugars) | 5.91 g |
ତନ୍ତୁ (Dietary fiber) | 3.3 g |
ସ୍ନେହସାର (Fat) | 43.85 g |
saturated | 7.78 g |
monounsaturated | 23.8 g |
polyunsaturated | 7.85 g |
ପୁଷ୍ଟିସାର (Protein) | 18.22 g |
ଜଳ (Water) | 5.2 g |
ଥିଆମାଇନ (ଜୀବନିକା ବି୧)(Thiamine - vit. B1) | .42 mg (37%) |
ରିବୋଫ୍ଲାବିନ (ଜୀବନିକା ବି୨)(Riboflavin - vit. B2) | .06 mg (5%) |
ନିଆସିନ (ଜୀବନିକା ବି୩) (Niacin - vit. B3) | 1.06 mg (7%) |
ପାଣ୍ଟୋଥେନିକ ଏସିଡ (Pantothenic acid - B5) | .86 mg (17%) |
ଜୀବନିକା ବି୬ (Vitamin B6) | .42 mg (32%) |
ଫୋଲେଟ (ଜୀବନିକା ବି୧) (Folate - vit. B9) | 25 μg (6%) |
ଜୀବନିକା ସି (Vitamin C) | .5 mg (1%) |
ଜୀବନିକା ଇ (Vitamin E) | .9 mg (6%) |
କ୍ୟାଲସିୟମ (Calcium) | 37 mg (4%) |
ଲୌହ (Iron) | 6.68 mg (51%) |
ମାଗ୍ନେସିୟମ (Magnesium) | 292 mg (82%) |
ମାଙ୍ଗାନିଜ (Manganese) | 1.66 mg (79%) |
ଫସଫରସ (Phosphorus) | 593 mg (85%) |
ପଟାସିୟମ (Potassium) | 660 mg (14%) |
ସୋଡିୟମ (Sodium) | 12 mg (1%) |
ଜିଙ୍କ (Zinc) | 5.78 mg (61%) |
ଭିତ୍ତି: USDAଙ୍କ ପୋଷକତତ୍ତ୍ୱ ଡାଟାବେସ |
ଏହାର ଛେଲି, ପତ୍ର, ଫୁଲ, ଅଠା, ଫଳ ଓ ମଞ୍ଜିକୁ ଔଷଧ ରୂପରେ ଉପଯୋଗ କରାଯାଏ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.