ଆଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ
From Wikipedia, the free encyclopedia
ଏଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ (ଇଂରାଜୀ ଭାଷାରେ Ankylosing spondylitis ବା AS) ଏକ ପ୍ରକାର ଗଣ୍ଠି ପ୍ରଦାହ (arthritis) ଯେଉଁଥିରେ କଶେରୁକର ଗଣ୍ଠିଗୁଡ଼ିକରେ ଦୀର୍ଘକାଳୀନ ଭିତ୍ତିରେ ପ୍ରଦାହ (inflammation) ହୁଏ । [2] ସ୍ୱାଭାବିକ ଭାବରେ ମେରୁହାଡ଼ ଓ ପେଲଭିସର (pelvis) ସଙ୍ଗମ ସ୍ଥଳରେ ମଧ୍ୟ ଏହି ପ୍ରଦାହ ହୁଏ । ବେଳେବେଳେ କାନ୍ଧ ଓ ହିପ ଗଣ୍ଠିରେ ମଧ୍ୟ ଏହି ରୋଗ ହୁଏ । ଏହା ସହିତ ଆଖି ଓ ଖାଦ୍ୟନଳୀ ସମସ୍ୟା ମଧ୍ୟ ଦେଖାଯାଇପାରେ । ଅନେକ ସମୟରେ କଟି ଯନ୍ତ୍ରଣା ବାରମ୍ବାର ହୁଏ ଓ ଛାଡ଼ିଯାଏ ।[2] ସମୟକ୍ରମେ ଗଣ୍ଠିଗୁଡ଼ିକ ଶକ୍ତ ହୋଇଯାଏ ।[2][3]
ଏଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ | |
---|---|
ଇଂରାଜୀ ପ୍ରତିଶବ୍ଦ - Bekhterev's disease, Bekhterev-Strümpell-Marie disease, Marie's disease, Marie–Strümpell arthritis, Pierre–Marie's disease[1] | |
ଗୋଟିଏ ଏଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ ରୋଗୀର କଶେରୁକ (vertebrae) ହାଡ଼ଗୁଡ଼ିକ ସଂଯୁକ୍ତ ହୋଇଯାଇଛି । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Rheumatology |
ଆଇସିଡ଼ି-୧୦ | M08.1, M45. |
ଆଇସିଡ଼ି-୯-ସିଏମ୍ | 720.0 |
ଓଏମ୍ଆଇଏମ୍ | 106300 |
ରୋଗ ଡାଟାବେସ | 728 |
ମେଡ଼ିସିନ-ପ୍ଲସ | 000420 |
ଇ-ମେଡ଼ିସିନ | radio/41 |
Patient UK | ଆଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ |
MeSH | D013167 |
ଏଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ ରୋଗର କାରଣ ଅଦ୍ୟାବଧି ଅଜଣା ଥିଲେ ମଧ୍ୟ ଜେନେଟି ଓ ପରିବେଶର ମିଶ୍ରିତ ପ୍ରଭାବ ଯୋଗୁ ହେଉଥିବା ବିଶ୍ୱାସ କରାଯାଏ ।[2] ଅଟୋଇମ୍ମ୍ୟୁ ରୋଗ (autoimmune) ବା ଅଟୋଇନଫ୍ଲାମେଟରି ରୋଗ (autoinflammatory) ଏହାର ଅନ୍ତର୍ନିହିତ କାର୍ଯ୍ୟବିଧିରେ ସଂପୃକ୍ତ ହୋଇଥାଇପାରନ୍ତି ।[4] ରୋଗର ଲକ୍ଷଣ ସହିତ ମେଡିକାଲ ଇମେଜିଙ୍ଗ (medical imaging) ଓ ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ଏହି ରୋଗ ଏକ ପ୍ରକାର ସେରୋନେଗେଟିଭ ଆର୍ଥ୍ରୋପାଥି (seronegative spondyloarthropathies), ଅର୍ଥାତ ରିଉମାଟଏଡ ଫ୍ୟାକ୍ଟର (rheumatoid factor) ଆଣ୍ଟିବଡି (antibody) ପରୀକ୍ଷାରେ ଏହି ବିଯୁକ୍ତାତ୍ମକ ଫଳ ଦେଖାଏ ।[2]
ଏଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ ରୋଗ ଅଦ୍ୟାବଧି ଆରୋଗ୍ୟସାଧ୍ୟ ନୁହେଁ । ଚିକିତ୍ସା କଲେ ଲକ୍ଷଣର ତୀବ୍ରତା କମିଯାଏ ଓ ଅଧୋଗତି ପ୍ରତିରୋଧ ହୋଇଯାଏ । ଔଷଧ, ବ୍ୟାୟାମ ଓ ଅପରେଶନ, ଏହି ତିନି ଉପାୟରେ ଚିକିତ୍ସା କରାଯାଏ । ଏନଏସଏଆଇଡି (NSAIDs), ସ୍ଟିରଏଡ (steroids), ରୋଗ ରୁପାନ୍ତରକାରୀ ଆଣ୍ଟିରିଉମାଟିକ ଔଷଧ (disease modifying antirheumatic drugs) ଯେପରିକି ମେଥିଟ୍ରେକ୍ସେଟ (methotrexate) ଓ ଜୈବ ଏଜେଣ୍ଟ ଯେପରିକି ଇନଫ୍ଲିକ୍ସିମାବ (infliximab) ଇତ୍ୟାଦି ଔଷଧ ଆବଶ୍ୟକ ଅନୁସାରେ ଦିଆଯାଏ ।[2]
ଜନସଂଖ୍ୟାର ୦.୧%ରୁ ୧.୮% ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[5] ଅଳ୍ପ ବୟସର ଯୁବକମାନଙ୍କୁ ଏହି ରୋଗ ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[2] ସନ ୧୬୦୦ରେ ପ୍ରଥମେ ବର୍ନାର୍ଡ କୋନୋର (Bernard Connor) ଏହି ରୋଗର ବର୍ଣ୍ଣନା କରିଥିଲେ ଓ ରୋଗଗ୍ରସ୍ତ କଙ୍କାଳ ପ୍ରଥମେ ଇଜିପ୍ଟର ମମିରେ (Egyptian mummies) ମିଳିଥିଲା । [6] ଗ୍ରୀକ ଭାଷାରେ ଆଙ୍କିଲୋ (ankylos) ଶବ୍ଦର ଅର୍ଥ ମେରୁହାଡ଼ ଓ ଆଇଟିସ (-itis) ଶବ୍ଦର ଅର୍ଥ ପ୍ରଦାହ ।[2]