ଆଣ୍ଡାମାନ ସାଗର
ସମୁଦ୍ର / From Wikipedia, the free encyclopedia
ଆଣ୍ଡାମାନ ସାଗର (ଐତିହାସିକ ଭାବରେ ବର୍ମା ସାଗର ଭାବରେ ଜଣାଶୁଣା) ଉତ୍ତର-ପୂର୍ବ ଭାରତ ମହାସାଗରର ଭାଗ ଯାହାକି ମିଆଁମାର ଏବଂ ଥାଇଲ୍ୟାଣ୍ଡର ଉପକୂଳବର୍ତ୍ତୀ ସୀମାନ୍ତରେ ଅବସ୍ଥିତ ଏବଂ ମାର୍ଟାବାନ୍ ଉପସାଗରରେ ଏବଂ ମାଲାୟ ଉପଦ୍ୱୀପର ପଶ୍ଚିମ ପାର୍ଶ୍ୱରେ ଅବସ୍ଥିତ । ଏହା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଦ୍ୱର ବଙ୍ଗୋପସାଗରଠାରୁ ପୃଥକ ହୋଇଛି । ଏହାର ଦକ୍ଷିଣତମ ସୀମା ସୁମାତ୍ରାର ଉତ୍ତରରେ ଥିବା ବ୍ରେହୁ ଦ୍ୱୀପ ଏବଂ ମାଲାକା ପ୍ରଣାଳି ସହିତ ସଂଯୁକ୍ତ ।
ପାରମ୍ପରିକ ଭାବେ ଆଣ୍ଡାମାନ ସାଗର ,ସମୁଦ୍ର ଉପକୂଳବର୍ତ୍ତୀ ଦେଶମାନଙ୍କ ମଧ୍ୟରେ ସାମଗ୍ରୀ ପରିବହନ ଏବଂ ମତ୍ସ୍ୟ ଉତ୍ପାଦନ ପାଇଁ ବ୍ୟବହୃତ । ଏହାର ପ୍ରବାଳ ବନ୍ଧ ଏବଂ ଦ୍ୱୀପପୁଞ୍ଜଗୁଡ଼ିକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବରେ ଜଣାଶୁଣା ।