ଶତପୁରା ରେଞ୍ଜ
From Wikipedia, the free encyclopedia
From Wikipedia, the free encyclopedia
ଶତପୂରା ଏକ ଭାରତୀୟ ପର୍ବତ ଶ୍ରେଣୀ । ଏହା ପୂର୍ବ ଗୁଜରାଟ ରାଜ୍ୟରୁ ଆରମ୍ଭ ହେଇ ମହାରାଷ୍ଟ୍ର ସୀମା , ମଧ୍ୟପ୍ରଦେଶ ଓ ଛତିଶଗଦ ପର୍ଯ୍ୟନ୍ତ ବ୍ୟାପ୍ତ । ଏହା ଉତ୍ତରାଞ୍ଚଳର ବିନ୍ଦ୍ୟ ପର୍ବତମାଳା ସହ ସମାନ୍ତରାଳ ଭାବରେ ଯାଇଥାଏ । ଏହି ଦୁଇ ପାର୍ବତ୍ଯ ମାଲା ଭରତକୁ ଇଣ୍ଡୋ-ଗଙ୍ଗୀୟ ସମତାଳଭୂମି ଓ ଡେକାନ ମାଳଭୂମିରେ ବିଭକ୍ତ କରେ । ନର୍ମଦା ନଦୀ ଶତପୂରା ରେଞ୍ଜର ଉତ୍ତରାଞ୍ଚଳ ରୁ ବାହାରି ଆରବ ସାଗର ଯାଇ ପ୍ରବାହିତ ହେଇଥାଏ ।ତପ୍ତି ନଦୀ ଶତପୁରାର ପୂର୍ବ କେନ୍ଦ୍ର ଅଞ୍ଚଳରୁ ବାହାରି ସୁରାଟଠାରେ ଆରବ ସାଗରରେ ପତିତ ହୁଏ । ଦେକ୍କାକ୍ନ ମାଳଭୂମିର ଜଳ ଗୋଦାବରୀ ଓ ମହାନଦୀଦ୍ୱାରା ବାହିତ ହେଇ ବଙ୍ଗୋପସାଗରରେ ପତିତ ହୁଏ ।
ଶତପୁରା ରେଞ୍ଜ सतपुड़ा पर्वत | |
---|---|
Elevation | ୧,୩୫୦ m (୪,୪୨୯ ft) |
Location | |
Topographic map of India showing the Satpura range in the Central region | |
Coordinates | 22°27′2″N 78°22′14″E |
ମୂଳ ସଂସ୍କୃତ ଶବ୍ଦ ଶତ ପୁରା ବା ଶହେ ପର୍ବତ ଅନୁସାରେ ଏହାର ନାମ ଶତ ପୁରା ରହିଲା ।
ଏଠାରେ ପୂର୍ବାଞ୍ଚଳ ପଶ୍ଚିମାଞ୍ଚଳଠାରୁ ଅଧିକ ବର୍ଷାଜଳ ପାଏ ।
ଘଞ୍ଚ ଆରଣ୍ୟରେ ପରିପୂର୍ଣ ଏହି ଅଞ୍ଚଳରେ ବହୁବିଧ ଜୀବ ଜନ୍ତୁ ଓ ପକ୍ଷୀ ରହନ୍ତି । ଏହି ଅଞ୍ଚଳରେ କାହ୍ନା , ପେଚ , ଗୁଗାମାଳ , ଶତତ୍ପୁରା, ପଞ୍ଚମଢ଼ି ଜୈବ ଉଦ୍ୟାନ , ମେଲଘାଟ ବ୍ୟାଘ୍ର ରିଜର୍ଭ ବୋରୀ ରିଜର୍ଭ ଆରଣ୍ୟ ଆଦି ଅନେକ ସଂରକ୍ଷିତ ଅଞ୍ଚଳ ରହି ଏହାର ପ୍ରକୃତିକ ଜୈବ ସମ୍ପଦକୁ ସୁରକ୍ଷିତ ରଖିବାର ଉଦ୍ୟମ ହେଇଛି ।
ଏଠାରେ ଥିବା ଜାତୀୟ ଉଦ୍ୟାନ ଓ ବନ୍ୟା ଜନ୍ତୁ ଅଭୟାରଣ୍ୟକୁ ବହୁ ପର୍ଯ୍ୟଟକ ବର୍ଷ ସାରା ଆସିଥାନ୍ତି .
ଏହି ପର୍ବତ ଶ୍ରେଣୀର ନାମ ଅନୁସାରେ ଭାରତୀୟ ନୌସେନାର ଜାହାଜ INS Satpuraaର ନାମକରଣ ହେଇଛି ।
ଏଠାରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପର୍ଯ୍ୟଟନ ବିଭାଗ ତରଫରୁ ହୋଟେଲ ମାନ ଖୋଲା ଯାଇଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.