ଏସ୍ଟ୍ରାଡିଅଲ ସାଇପାୟୋନେଟ/ମେଡ୍ରୋକ୍ସିପ୍ରୋଜେସ୍ଟେରନ ଆସେଟେଟ

From Wikipedia, the free encyclopedia

ଏସ୍ଟ୍ରାଡିଅଲ ସାଇପାୟୋନେଟ/ମେଡ୍ରୋକ୍ସିପ୍ରୋଜେସ୍ଟେରନ ଆସେଟେଟ (ଇଂରାଜୀ ଭାଷାରେ Estradiol cypionate/medroxyprogesterone acetate, ବିକ୍ରୟ ନାମ ଲୁନେଲେ) ଏକ ମିଶ୍ରିତ ଇଞ୍ଜେକସନ ଜନ୍ମ ନିରୋଧକ (combined injectable birth control) ଏଥିରେ ଏସ୍ଟ୍ରାଡିଅଲ ସାଇପାୟୋନେଟ (estradiol cypionate) ଯାହା ଏକ ଏସ୍ଟ୍ରୋଜେନ (estrogen) ଓ ମେଡ୍ରୋକ୍ସିପ୍ରୋଜେସ୍ଟେରନ ଆସେଟେଟ ଯାହା ଏକ ପ୍ରୋଜେସ୍ଟିନ (progestin) ମିଶ୍ରିତ ଭାବରେ ଥାଆନ୍ତି ।[୨] ଏହା ସ୍ୱଳ୍ପକାଳ ବ୍ୟବ‌ହାର ନିମନ୍ତେ ମାସକୁ ଥରେ ମାଂସପେଶୀରେ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ । [୩]

Quick Facts Combination of, Estradiol cypionate ...
ଏସ୍ଟ୍ରାଡିଅଲ ସାଇପାୟୋନେଟ/ମେଡ୍ରୋକ୍ସିପ୍ରୋଜେସ୍ଟେରନ ଆସେଟେଟ
Combination of
Estradiol cypionateEstrogen
Medroxyprogesterone acetateProgestogen
Clinical data
Trade namesLunelle, Cyclofem, others[୧]
AHFS/Drugs.com
Pregnancy
category
  • US: X (Contraindicated)
    Routes of
    administration
    IM
    ATC code
    Legal status
    Legal status
    • US: ℞-only
    Close

    ଏହି ଔଷଧଦ୍ୱାରା ସାଧାରଣତଃ ଅନିୟମିତ ଋତୁସ୍ରାବ (irregular menstrual periods) ହୋଇପାରେ ଯାହା ସମୟକ୍ରମେ ଭଲ ହୋଇଯାଏ । ଏହା ବ୍ୟତୀତ ରକ୍ତ ଜମାଟ (blood clots), ମୁଣ୍ଡବଥା, କେଶହାନି, ଅବସାଦ (depression), ଅଇ ଓ ସ୍ତନ ଯନ୍ତ୍ରଣା ହୋଇପାରେ ।[୩][୪] ଗର୍ଭାବସ୍ଥାରେ ଏହା ବ୍ୟବ‌ହାର କରିବାକୁ ସୁପାରିସ କରାଯାଏନାହିଁ ।[୨] ସ୍ତନ୍ୟପାନ ସମୟରେ କିନ୍ତୁ ନିରାପଦ ହୋଇପାରେ ।[୫] ଏହା ଡିମ୍ବକ୍ଷରଣ (ovulation) ବିଧିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]

    ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏସ୍ଟ୍ରାଡିଅଲ ସାଇପାୟୋନେଟ/ମେଡ୍ରୋକ୍ସିପ୍ରୋଜେସ୍ଟେରନ ଆସେଟେଟ ସ୍ୱୀକୃତ ହୋଇଥିଲା ।[୬][୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ମେକ୍ସିକୋ, ଥାଇଲ୍ୟାଣ୍ଡ ଓ ଇଣ୍ଡୋନେସିଆ ଇତ୍ୟାଦି ଦେଶମାନଙ୍କରେ ଏହା ବ୍ୟବ‌ହର ହେଉଛି ।[୬] ବ୍ୟବସାୟୀକ ସୂତ୍ରରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳୁନି ।[୨]

    ଆଧାର

    Loading related searches...

    Wikiwand - on

    Seamless Wikipedia browsing. On steroids.