ଭାସ୍କୁଲାଇଟିସ ବା ରକ୍ତନଳୀ ପ୍ରଦାହ (ଇଂରାଜୀ ଭାଷାରେ vasculitis) ହେଉଛି କେତେକ ରୋଗ ଯେଉଁଥିରେ ରକ୍ତନଳୀରେ ପ୍ରଦାହ ହୁଏ । ଯାହା ରକ୍ତଭଣ୍ଡାରର ପ୍ରଦାହକୁ ଅନ୍ତର୍ଭୁକ୍ତ କରେ | [3] [7] ଏହାର ଲକ୍ଷଣ ମଧ୍ୟରେ ଜ୍ୱର, ଓଜନ ହ୍ରାସ, ଥକାପଣ, ରକ୍ତସ୍ରାବ ଏବଂ ରକ୍ତନଳୀ ଦରଜ ହୋଇପାରେ। [3] [4] ପ୍ରଭାବିତ ନଳୀର ଅବସ୍ଥାନ ଏବଂ ପ୍ରକାର ଉପରେ ଲକ୍ଷଣମାନ ନିର୍ଭର କରନ୍ତି ଓ ପରବର୍ତ୍ତୀ ଲକ୍ଷଣଗୁଡ଼ିକ ଭିନ୍ନ ହୋଇପାରେ | [3] ରୋଗ ଜଟିଳ ହେଲେ ଷ୍ଟ୍ରୋକ, ହୃଦ୍‌ଘାତ, ମହାଧମନୀ ବ୍ୟବଚ୍ଛେଦନ, ବୃକ୍‌କ ବିଫଳତା ଏବଂ କଫରେ ରକ୍ତ ପଡ଼ିପାରେ । [3]

Quick Facts Vasculitis, ଉଚ୍ଚାରଣ ...
Vasculitis
Vasculitides,[1] angiitis[2]
Thumb
Smaller and larger areas of bleeding into the skin on the lower limb due to medication-induced vasculitis.
ଉଚ୍ଚାରଣ
  • /væskjʊˈltɪs/
ବିଭାଗRheumatology
ଲକ୍ଷଣFever, weight loss, tiredness, bleeding, tender blood vessels[3][4]
ଆକ୍ରାନ୍ତ ସମୟVariable[5]
କାରଣOften unknown[3]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests, medical imaging, biopsy[6]
ସଠିକ ରୋଗ ନିର୍ଣ୍ଣୟInfective endocarditis, histoplasmosis, gonorrhea, thrombotic thrombocytopenic purpura
ଚିକିତ୍ସାDepends on the type, often initially with steroids[3]
Close

ପ୍ରାୟ ୩୦ରୁ ଅଧିକ ପ୍ରକାରର ଭାସ୍କୁଲାଇଟିସ ଦେଖାଯାଏ ଯେଉଁଥିରେ ଧମନୀ, ଶିରା ବା କ୍ୟାପିଲାରିରେ ପ୍ରଦାହ ହୁଏ ।[3] [6] ବଡ଼ ରକ୍ତନଳୀରେ ଜାଏଣ୍ଟ ସେଲ ରକ୍ତନଳୀ (ଜିସିଏ) ପ୍ରଦାହ ବା ଜିସିଏ, ଟାକାୟାସୁ ରୋଗ ଓ ବେହସେଟ ରୋଗ ଇତ୍ୟାଦି ରୋଗ ହୁଏ, ମଧ୍ୟମ ଆକାରର ରକ୍ତନଳୀରେ ପଲିଆର୍ଟେରାଇଟିସ ନୋଡୋସା (ପିଏଏନ) ହୁଏ ଏବଂ କ୍ଷୁଦ୍ର ରକ୍ତନଳୀରେ ମାଇକ୍ରୋସ୍କୋପିକ ପଲିଆଞ୍ଜାଇଟିସ ଓ ଗ୍ରାନୁଲୋମାଟୋସିସ ଉଇଥ ପଲିଆଞ୍ଜାଇଟିସ ରୋଗ ହୁଏ | [3] [6] ସେଠାରେ ଏହି ଗୋଷ୍ଠୀଗୁଡ଼ିକ ମଧ୍ୟରେ ଓଭରଲାପ୍ ବା ଅତିବ୍ୟାପନ ହୋଇପାରେ | [6]

ଏହାର କାରଣ ପ୍ରାୟ ଅଜଣା, ଯଦିଓ ସଂକ୍ରମଣ, ଔଷଧ କିମ୍ବା ଅନ୍ୟାନ୍ୟ ରୋଗଦ୍ୱାରା ଏହିଭଳି ରୋଗ ସୃଷ୍ଟି ହୋଇପାରେ। [3] [6] ରୋଗର ସଙ୍କଟ କାରକଗୁଡିକ ଉପରେ ବିପଦ ନିର୍ଭର କରେ | [3] ଏହାର ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ଅଟୋମ୍ୟୁମ୍ୟୁନ ରୋଗ ଯୋଗୁ ନିଉଟ୍ରୋଫିଲ ରକ୍ତନଳୀର ଭିତର ସ୍ତରରେ ପ୍ରବେଶ କରନ୍ତି ।[8] [4] ଇଏସଆର ବା ସିଆରପି ଭଳି ରକ୍ତ ପରୀକ୍ଷା, ମେଡିକାଲ ଇମେଜିଙ୍ଗ ଓ ବାୟୋପ୍ସି ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ । [3] [6]

ରୋଗର ପ୍ରକାର ଉପରେ ଚିକିତ୍ସା ନିର୍ଭର କରେ, ଯଦିଓ ପ୍ରାରମ୍ଭରେ ସ୍ଟିରଏଡ ଦିଆଯାଏ । [3] ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୩ ଜଣଙ୍କର ସିଷ୍ଟମିକ ଭାସ୍କୁଲାଇଟିସ ହୁଏ ।[3] ୫୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ, ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କୁ ୨୪ଟି ନୂତନ ରୋଗ ହୁଏ | [3] କିଛି ବୟସରେ ଭିନ୍ନ ପ୍ରକାରର ରୋଗ ସାଧାରଣତଃ ଅଧିକ ହୁଏ । [4] ପୁରୁଷ ଏବଂ ମହିଳମାନେ ସମ ଭାବର ପ୍ରଭାବିତ ହୁଅନ୍ତି | [2] ପ୍ରାୟ ୧୧ଶ ଶତାବ୍ଦୀରେ ପ୍ରଥମେ ଏହାର ଅବସ୍ଥା ବିସ୍ତୃତ ବର୍ଣ୍ଣନା କରାଯାଇ ଥିଲେ ମଧ୍ୟ ୧୮୬୬ ମସିହାର କୁସମଲ ଓ ମଇଏର ଦ୍ୱୟଙ୍କୁ ଏହାର ପ୍ରଥମ ଶ୍ରେୟ ଦିଆଯାଇ ଥାଏ [9]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.