From Wikipedia, the free encyclopedia
ମାନିଟଲ (ଇଂରାଜୀ ଭାଷାରେ Mannitol) ଏକ ପ୍ରକାର ସୁଗରକୁ (sugar) କୁହାଯାଏ ଯାହା ଔଷଧ ରୂପରେ ବ୍ୟବହୃତ ହୁଏ ।[୧][୨] ସୁଗରକୁ ମିଷ୍ଟକାରୀ ପଦାର୍ଥ ଭାବରେ ମଧୁମେହ ଖାଦ୍ୟରେ ବ୍ୟବହୃତ ହୁଏ, ଯେହେତୁ ଏହା ଅନ୍ତନଳୀରୁ ଭଲରୂପେ ଅବଶୋଷଣ ହୋଇପାରେନାହିଁ ।[୧] ଔଷଧ ଭାବରେ ଏହା ଆଖି ଭିତରର ବର୍ଦ୍ଧିତ ଚାପ କମେଇବାରେ ସାହାଯ୍ୟ କରେ ଯେପରିକି ଗ୍ଲକୋମାରେ ହୁଏ ଓ ଖପୁରୀ ମଧ୍ୟସ୍ଥ ଚାପ (increased intracranial pressure) ମଧ୍ୟ କମାଏ ।[୩][୨] ରୋଗୀକୁ ଏହା ଇଞ୍ଜେକସନ ଆକାରରେ ଦିଆଯାଏ । ପନ୍ଦର ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇ ୮ଘଣ୍ଟା ପର୍ଯ୍ୟନ୍ତ ରହେ ।[୪]}}
Clinical data | |
---|---|
Trade names | Osmitrol, other |
Synonyms | D-Mannitol, mannite, manna sugar |
AHFS/Drugs.com | monograph |
Pregnancy category |
|
Routes of administration | intravenous by mouth |
ATC code | |
Pharmacokinetic data | |
Bioavailability | ~7% |
Metabolism | Liver, negligible |
Elimination half-life | 100 minutes |
Excretion | Kidney: 90% |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
E number | E421 (thickeners, ...) |
ECHA InfoCard | 100.000.647 |
Chemical and physical data | |
Formula | C6H14O6 |
Molar mass | 182.172 |
3D model (JSmol) | |
SMILES
| |
InChI
| |
(verify) |
ମାନିଟଲର ପାର୍ଶ୍ୱ ପ୍ରତିକ୍ରିୟାରେ ନିର୍ଜଳନ (dehydration) ଓ ଇଲେକ୍ଟ୍ରୋଲାଇଟ ସମସ୍ୟା (electrolyte problems) ଉତ୍ପନ୍ନ ହୋଇପାରେ ।[୪] ଅନ୍ୟାନ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍ପାତ ଓ ବୃକ୍କ ସମସ୍ୟା (kidney problems) ହୋଇପାରେ ।[୪][୨] ଗର୍ଭାବସ୍ଥାରେ ଏହାର ଭୂମିକା ସ୍ପଷ୍ଟ ହୋଇନାହିଁ । ଏହା ଅସମୋଟିକ ଡାଇୟୁରେଟିକ (kidney problems) ଶ୍ରେଣୀର ଏକ ଔଷଧ ଓ ମସ୍ତିଷ୍କ ତଥା ଆଖିରୁ ତରଳ ପଦାର୍ଥ କାଢ଼ିଆଣେ ।[୪]
ସନ ୧୮୦୬ରେ ଜୋଏଫ ଲୁଇ ପ୍ରାଉସ୍ଟ (Joseph Louis Proust) ଏହି ପଦାର୍ଥ ଆବିଷ୍କାର କରିଥିଲେ ।The discovery of mannitol is attributed to Joseph Louis Proust in 1806.[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୧.୧୨ରୁ ୫.୮୦ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଔଷଧର ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ।[୮] ପୂର୍ବରୁ ଏହା ଫ୍ଲୋୱାରିଙ୍ଗ ଆସରୁ (flowering ash) ତିଆରି ହେଉଥିଲା ଓ ଏହାକୁ ମାନା କୁହାଯାଉଥିଲା କାରଣ ଏହା ବାଇବେଲରେ ଲିଖିତ ଏହ ଖାଦ୍ୟ ଭଳି ଦେଖାଯାଉଥିଲା । [୯][୧୦]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.