ଆଜବେସ୍ଟୋସିସ (ଇଂରାଜୀ ଭାଷାରେ Asbestosis) ରୋଗ ହୁଏ ଯେତେବେଳେ ଆଜବେସ୍ଟସ (asbestos) ସଂସ୍ପର୍ଶରେ ଆସି ଏକ ମାନବ ଫୁସଫୁସରେ (lungs) ଦୀର୍ଘକାଳୀନ ପ୍ରଦାହ (inflammation) ରୋଗ ହୁଏ ଓ ସେଠାରେ ସ୍କାର (scarring) ହୋଇଯାଏ ।[2] ରୋଗୀର ଅଣନିଶ୍ୱାସୀ (Shortness of breath), କାସ, ହୁଇଜିଙ୍ଗ (wheezing), ଛାତି ଯନ୍ତ୍ରଣା (chest pain) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[1] ରୋଗ ସାଂଘାତିକ ହେଲେ ଫୁସଫୁସ କର୍କଟ, ମେସୋଥେଲିଓମା (mesothelioma), ପ୍ଲୁରାଲ ଫାଇବ୍ରୋସିସ (plural fibrosis), ଫୁସଫୁସ ହୃତ୍‌ପିଣ୍ଡ ରୋଗ (pulmonary heart disease) ଇତ୍ୟାଦି ଜଟିଳ ରୋଗ ହୁଏ । [1][5]

Quick Facts ଆଜବେସ୍ଟୋସିସ (Asbestosis), ବିଭାଗ ...
ଆଜବେସ୍ଟୋସିସ (Asbestosis)
Thumb
ମଧ୍ୟଚ୍ଛଦା ପ୍ଲୁରା ଉପରେ ଆଜବେସ୍ଟସ ସଂସ୍ପର୍ଶରେ ଆଦି ତିଆରି ହୋଇଥିବା ପ୍ଲେକ
ବିଭାଗଫୁସଫୁସ ବିଜ୍ଞାନ (Pulmonology)
ଲକ୍ଷଣଅଣନିଶ୍ୱାସୀ (Shortness of breath), କାସ, ହୁଇଜିଙ୍ଗ (wheezing), ଛାତି ଯନ୍ତ୍ରଣା (chest pain)[1]
କାରଣଆଜବେସ୍ଟସ (Asbestos)[2]
ରୋଗ ନିର୍ଣ୍ଣୟ ପଦ୍ଧତିଆଜବେସ୍ଟସ ସଂସ୍ପର୍ଶ ଇତିହାସ, ମେଡିକାଲ ଇମାଜିଙ୍ଗ (medical imaging)[2]
ପ୍ରତିକାରସଂସ୍ପର୍ଶ ବନ୍ଦ[2]
ଚିକିତ୍ସାଇନଫ୍ଲୁଏଞ୍ଜା ଟିକା (influenza vaccination), ନିମୋକୋକାଲ ଟିକା (pneumococcal vaccination, ସ‌ହାୟକ ଯତ୍ନ (Supportive care), ଧୂମ୍ରପାନ ବନ୍ଦ ଓ ଅମ୍ଳଜାନ ଥେରାପି (oxygen therapy
ପୁନଃପୌନିକ୧୫୭,୦୦୦ (୨୦୧୫)[3]
ମୃତ୍ୟୁ ସାନ୍ଦ୍ରତା୩,୬୦୦ (୨୦୧୫)[4]
Close

ଆଜବେସ୍ଟସ ତନ୍ତୁ ପ୍ରଶ୍ୱାସରେ (breathing in) ଗଲେ ଆଜବେସ୍ଟୋସିସ ରୋଗ ହୁଏ ।[1] ଏହି ରୋଗ ହେବା ନିମନ୍ତେ ଅଧିକ ଓ ଦୀର୍ଘକାଳୀନ ଆଜବେସ୍ଟସ ସଂସ୍ପର୍ଶ ଆବଶ୍ୟକ ହୁଏ । [1] ଯେଉଁମାନେ ଏହି ପଦାର୍ଥ ସ‌ହିତ ଏହି ସ୍ତରର କାମ କରନ୍ତ ସେମାନଙ୍କର ଏହି ରୋଗ ହେବା ସମ୍ଭାବନା ଅଧିକ ରହେ ।[5] ସବୁ ପ୍ରକାରର ଆଜବେସ୍ଟସ ଯୋଗୁ ଏହି ରୋଗ ହୋଇପାରେ । [6] ତେଣୁ ଏବେକାର ଆଜବେସ୍ଟସକୁ ଅସ୍ଥିର ନ‌କରି ସେହିଭଲି ରଖିବାକୁ ପରାମର୍ଶ ଦିଆଯାଏ ।[7] ଆଜବେସ୍ଟସ ସଂସ୍ପର୍ଶ ଇତିହାସ ଓ ଉପ‌ଯୁକ୍ତ ମେଡିକାଲ ଇମେଜିଙ୍ଗ (medical imaging) କରି ରୋଗ ନିର୍ଣ୍ଣୟ କରାଯାଏ । [2] ଏହା ଏକ ପ୍ରକାର ଇଣ୍ଟରସ୍ଟିସିଆଲ ପଲମୋନାରି ଫାଇବ୍ରୋସିସ (interstitial pulmonary fibrosis) ରୋଗ । [2]

ଆଜବେସ୍ଟୋସିସ ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।[1] ଇନଫ୍ଲୁଏଞ୍ଜା ଟିକା (influenza vaccination), ନିମୋକୋକାଲ ଟିକା (pneumococcal vaccination, ସ‌ହାୟକ ଯତ୍ନ (Supportive care), ଧୂମ୍ରପାନ ବନ୍ଦ ଓ ଅମ୍ଳଜାନ ଥେରାପି (oxygen therapy) ଦେଇ ଚିକିତ୍ସା କରାଯାଏ ।[8] ସନ ୨୦୧୫ରେ ଏହି ରୋଗରେ ୧୫୭,୦୦୦ ଲୋକ ଆକ୍ରାନ୍ତ ହୋଇ ୩,୬୦୦ ଲୋକ ମୃତ୍ୟୁ ବରଣ କରିଥିଲେ । [4][3] ଏହି ରୋଗକୁ ପ୍ରତିରୋଧ କରିବା ନିମନ୍ତେ ଅନେକ ଦେଶରେ ଏହାର ବ୍ୟବ‌ହାର ବନ୍ଦ କରାଯାଇଛି । [1]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.