From Wikipedia, the free encyclopedia
ଆଲୋପ୍ୟୁରିନଲ (ଇଂରାଜୀ ଭାଷାରେ Allopurinol, ବିକ୍ରୟ ନାମ ଜାଇଲୋପ୍ରିମ/Zyloprim) ଏକ ଔଷଧ ଯାହା ଅଧିକ ରକ୍ତ ୟୁରିକ ଏସିଡ ଥିଲେ କମେଇବାକୁ ଦିଆଯାଏ ।[1] ବିଶେଷତଃ ଗାଉଟ୍ ରୋଗ ଚିକିତ୍ସାରେ, ବୃକ୍କ ପଥର ରୋଗର ପ୍ରତିଷେଧ ନିମନ୍ତେ ଓ କେମୋଥେରାପି (chemotherapy) ଜନିତ ଅଧିକ ରକ୍ତ ୟୁରିକ ଏସିଡ ହେଲେ ଦିଆଯାଏ । [2][3] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injected into a vein) ଆକାରରେ ଦିଆଯାଏ । [3]
Clinical data | |
---|---|
Trade names | Zyloprim, Caplenal, Zyloric, others |
AHFS/Drugs.com | monograph |
MedlinePlus | a682673 |
Pregnancy category |
|
Routes of administration | by mouth (tablet), IV |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 78±20% |
Protein binding | Negligible |
Metabolism | liver (80% oxypurinol, 10% allopurinol ribosides) |
Elimination half-life | 2 h (oxypurinol 18-30 h) |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.005.684 |
Chemical and physical data | |
Formula | C5H4N4O |
Molar mass | 136.112 g/mol |
3D model (JSmol) | |
SMILES
| |
InChI
| |
(verify) |
ଆଲୋପ୍ୟୁରିନଲ ପାଟିରେ ନେଲେ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ ଓ ରାସ ହୋଇପାରେ । ଇଞ୍ଜେକସନ ଆକାରରେ ନେଲେ ବାନ୍ତି (vomiting) ଓ ବୃକ୍କ ସମସ୍ୟା (kidney problems) ଆଦି ହୋଇପାରେ ।[3] ଆକ୍ୟୁଟ ଗାଉଟର ଆରମ୍ଭରୁ ଏହି ଔଷଧ ଦିଆଯାଏନାହିଁ କିନ୍ତୁ ପରେ ଏହା ଦିଆଯାଇପାରେ ।[2] ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିବା ଜଣାଯାଇନଥିଲେ ମଧ୍ୟ ଏହାର ଅଧିକ ଅନୁଶୀଳନ ହୋଇନାହିଁ ।[4] ଏହା ଜାନ୍ଥିନ ଅକ୍ସିଡେଜ ଇନହିବିଟର (xanthine oxidase inhibitor) ଶ୍ରେଣୀର ଏକ ଔଷଧ । [3]
ସନ ୧୯୬୬ରେ ଆଲୋପ୍ୟୁରିନଲ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[3] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ୦.୮୧ରୁ ୩.୪୨ ଆମେରିକୀୟ ଡଲାର ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.