From Wikipedia, the free encyclopedia
ଥାଇରଏଡ କର୍କଟ (ଇଂରାଜୀ ଭାଷାରେ Thyroid cancer ଏକ ପ୍ରକାର କର୍କଟ ରୋଗ ଯାହା ଥାଇରଏଡ ଗ୍ରନ୍ଥିର (thyroid gland) ତନ୍ତୁରୁ (tissue) ଉତ୍ଥାନ ହୁଏ ।[1] ଏହି ରୋଗରେ ଜୀବକୋଷ ଅସାଧାରଣ ଭାବରେ ବୃଦ୍ଧି ଲାଭ କରେ ଓ ଦେହର ଅନ୍ୟ ସ୍ଥାନକୁ ବିସ୍ତାର (spread to other parts of the body|) ଲାଭ କରିବା କ୍ଷମତା ରଖେ ।[7][8] ଏହି ରୋଗ ହେଲେ ବେକର (neck) ସାମନା ଭାଗରେ ଏକ ଗୋଲାକାର ଫୁଲା ଦେଖାଯାଏ ।[1] ଅନ୍ୟ ସ୍ଥାନର କର୍କଟ ରୋଗ ବିସ୍ତାରିତ ହୋଇ ଥାଇରଏଡରେ ହେଲେ ତାହାକୁ ଥାଇରଏଡ କର୍କଟରେ ବର୍ଗୀକରଣ କରାଯାଏ ନାହିଁ ।[3]
ଥାଇରଏଡ କର୍କଟ (Thyroid cancer) | |
---|---|
ବିଭାଗ | କର୍କଟ ରୋଗ ବିଜ୍ଞାନ (Oncology) |
ଲକ୍ଷଣ | ବେକରେ (neck) ଗୋଟାଳି ଫୁଲା ଦେଖାଯାଉଛି [1] |
ବିପଦ କାରକ | ରାଡିଏସନ (Radiation) ସଂସ୍ପର୍ଶ, ଗଏଟର (enlarged thyroid) ଓ ପାରିବାରିକ ଇତିହାସ [1][2] |
ରୋଗ ନିର୍ଣ୍ଣୟ ପଦ୍ଧତି | ଅଲଟ୍ରାସାଉଣ୍ଡ (Ultrasound), ଫାଇନ ନିଡଲ ଅସ୍ପିରେସନ (fine needle aspiration)[1] |
ସଠିକ ରୋଗ ନିର୍ଣ୍ଣୟ | ଥାଇରଏଡ ନୋଡ୍ୟୁଲ (Thyroid nodule), ମେଟାସ୍ଟାସିସ (metastatic) ରୋଗ[1][3] |
ଚିକିତ୍ସା | ଅପରେଶନ, ରାଡିଏସନ ଥେରାପି (radiation therapy), କେମୋଥେରାପି chemotherapyଆ), ଥାଇରଏଡ ହରମୋନ (thyroid hormone), ଟାରଗେଟେଡ ଥେରାପି (targeted therapy) ଓ ଅନୁଧ୍ୟାନକାରୀ ଅପେକ୍ଷା (watchful waiting)[1] |
Prognosis | ପାଞ୍ଚ ବର୍ଷିଆ ଆୟୁସ (Five year survival rates ୯୮% (ଯୁକ୍ତରାଷ୍ଟ୍ର ଆମେରିକା)[4] |
ପୁନଃପୌନିକ | ୩.୨ ନିୟୁତ (୨୦୧୫)[5] |
ମୃତ୍ୟୁ ସାନ୍ଦ୍ରତା | ୩୧,୯୦୦ (୨୦୧୫)[6] |
ଅଳ୍ପ ବୟସରେ ରାଡିଏସନ (Radiation) ସଂସ୍ପର୍ଶ, ଗଳାରେ ଗଏଟର ଓ ପାରିବାରିକ ଇତିହାସ ଥିଲେ ଏହି ରୋଗ ସମ୍ଭାବନା ଅଧିକ ରହେ ।[1][2] ଚାରି ପ୍ରକାର ଥାଇରଏଡ କର୍କଟ ଦେଖାଯାଏ ଯଥା:- ପାପିଲାରି ଥାଇରଏଡ କର୍କଟ (papillary thyroid cancer), ଫଲିକୁଲାର ଥାଇରଏଡ କର୍କଟ (follicular thyroid cancer), ମେଡୁଲାରି ଥାଇରଏଡ କର୍କଟ (medullary thyroid cancer) ଓ ଆନାପ୍ଲାସ୍ଟିକ ଥାଇରଏଡ କର୍କଟ (anaplastic thyroid cancer) ।[3] ଅଲଟ୍ରାସାଉଣ୍ଡ (Ultrasound), ଫାଇନ ନିଡଲ ଅସ୍ପିରେସନ (fine needle aspiration) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[1] ସନ ୨୦୧୭ ସୁଦ୍ଧା କୌଣସି ଲକ୍ଷଣ ନଥିଲେ ଓ ସାଧାରଣ ସଙ୍କଟ ଥିଲେ ସ୍କ୍ରିନିଙ୍ଗ କରିବାକୁ ଉପଦେଶ ଦିଆଯାଏ ନାହିଁ ।[9]
ଅପରେଶନ, ରାଡିଏସନ ଥେରାପି (radiation therapy), କେମୋଥେରାପି chemotherapyଆ), ଥାଇରଏଡ ହରମୋନ (thyroid hormone), ଟାରଗେଟେଡ ଥେରାପି (targeted therapy) ଓ ଅନୁଧ୍ୟାନକାରୀ ଅପେକ୍ଷା watchful waiting) ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[3] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗରେ ପାଞ୍ଚ ବର୍ଷିଆ ଆୟୁସ (Five year survival rates) ପ୍ରାୟ ୯୮% । [4]
ସନ ୨୦୧୫ରେ ପୃଥିବୀରେ ପ୍ରାୟ ୩.୨ ନିୟୁତ ଲୋକ ଏହି ରୋଗର ଶିକାର ହୋଇଛନ୍ତି । [5] ସନ ୨୦୧୨ରେ ୨୯୮,୦୦୦ ନୂଆ ରୋଗୀ ଚିହ୍ନଟ ହୋଇଥିଲେ । [10] ସାଧାରଣତଃ ୩୫ରୁ ୬୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ଆକ୍ରମଣ କରେ ।[4] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଶିକାର ହୁଅନ୍ତି ।[4] ଏସିଆ ମହାଦେଶର (Asian) ଲୋକଙ୍କୁ ଏ ରୋଗ ଅଧିକ ହୁଏ । [3] ଚିହ୍ନଟ କରିବାର ଉନ୍ନତ ପଦ୍ଧତି ଯୋଗୁ ବିଗର କିଛି ଦଶନ୍ଧିରେ ଏହି ରୋଗ ହାର ବଢ଼ିଛି । [10] ସନ ୨୦୧୫ରେ ଏହି ରୋଗରେ ୩୧,୯୦୦ ଲୋକ ମୃତ୍ୟୁ ମୁଖରେ ପତିତ ହୋଇଥିଲେ । [6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.