୩୭ ସପ୍ତାହ ଗର୍ଭ ସମୟ ପୂର୍ବରୁ ହେଉଥିବା ପ୍ରସବ From Wikipedia, the free encyclopedia
ଅବଧିପୂର୍ବ ପ୍ରସବ (ଇଂରାଜୀରେ Preterm birth, ବା premature birth), ନାମ ଦିଆଯାଏ ଯେଉଁ ଶିଶୁ ୩୭ ସପ୍ତାହ ଗର୍ଭ ସମୟ ପୂର୍ବରୁ ଜନ୍ମ ହୁଏ ।[1] ଏହି ଶିଶୁମାନଙ୍କୁ ଇଂରାଜୀରେ ପ୍ରୀମିଜ (preemies) ବା ପ୍ରେମ୍ମିଜ (premmies) କୁହାଯାଏ ।[1] ଅବଧିପୂର୍ବ ପ୍ରସବ ଲକ୍ଷଣ: ଜରାୟୁ ସଙ୍କୋଚନ ପ୍ରତି ଦଶ ମିନିଟ ପୂର୍ବରୁ ହୁଏ କିମ୍ବା ଯୋନୀପଥରୁ ତରଳ ପଦାର୍ଥ କ୍ଷରିତ ହୁଏ ।[2] ଅପରିପକ୍ୱ ଶିଶୁର ସେରେବ୍ରାଲ୍ ପାଲ୍ସି, ବିକାଶ ବିଳମ୍ବ, ଶ୍ରବଣ ସମସ୍ୟା ଓ ଦୃଷ୍ଟି ସମସ୍ୟା ସଙ୍କଟ ହୋଇପାରେ । ଯେତେ ଶୀଘ୍ର ଶିଶୁ ଜନ୍ମ ହେବ ସେତେ ସଙ୍କଟ ସମ୍ଭାବନା ରହିବ ।[1]
ଏ ପ୍ରକାର ପ୍ରସବର କାରଣ ଜଣାଯାଇ ନାହିଁ ।[3] କେତେକ ସଙ୍କଟ ଜନକ ଅବସ୍ଥାମାନଙ୍କର ନାମ: ଡାଏବେଟିସ, ଉଚ୍ଚ ରକ୍ତଚାପ, ଗର୍ଭରେ ଏକାଧିକ ଶିଶୁ, ମୋଟାପଣ ବା ସ୍ୱଳ୍ପ ଓଜନ ବିଶିଷ୍ଟ, ଯୋନୀପଥ ସଂକ୍ରମଣ, ଧୂମ୍ରପାନ ଓ ମାନସିକ ଚାପ ।[3][4] କୌଣସି ଗର୍ଭାବସ୍ଥାକୁ ଡାକ୍ତରୀ କାରଣ ନ ଥାଇ ୩୯ ସପ୍ତାହ ପୂର୍ବରୁ ଡାକ୍ତରୀ ପ୍ରସବ କରାଇବା ଅନୁଚିତ । ସିଜରିଆନ ସେକସନ ମଧ୍ୟ ସେହି କାରଣରୁ ସୁପାରିସ ଯୋଗ୍ୟ ନୁହେଁ ।[3] କେବଳ ପ୍ରି-ଏକ୍ଲାମ୍ପସିଆ ରୋଗ ହେଲେ ପ୍ରସବ କରାଯାଇ ପାରେ ।[5]
ସଙ୍କଟାବସ୍ଥା ଥିଲେ ଗର୍ଭାବସ୍ଥାରେ ପରୋଜେସ୍ଟେରନ ହରମୋନ ଦେଲେ ଅବଧିପୂର୍ବ ପ୍ରସବ ପ୍ରତିରୋଧ କରାଯାଇପାରେ । ବିଛଣା ବିଶ୍ରାମର ଉପକାରୀତା ବିଷୟରେ ପ୍ରମାଣ ମିଳୁନି ।[6][7] ହିସାବରୁ ଜଣାଯାଏ; ଉପଯୁକ୍ତ ଚିକିତ୍ସା ପାଇଲେ ଅବଧିପୂର୍ବଜାତ ଶିଶୁଙ୍କ ମଧ୍ୟରୁ ୭୫ % ବଞ୍ଚିଯାଆନ୍ତି ।[3] ୨୪ରୁ ୩୪ ସପ୍ତାହ ମଧ୍ୟରେ ପ୍ରସବ ହେବା ସମ୍ଭାବନା ଥିଲେ କର୍ଟିକୋସ୍ଟିରଏଡ ଦେଇ ଉନ୍ନତ ଫଳାଫଳ ମିଳେ ।[8] ନିଫେଡିପିନ ଭଳି ଅନେକ ଔଷଧ ଅଛି ଯାହା ଦେଲେ ପ୍ରସବ ଡେରି କରେଇ ହେବ ଓ ଉନ୍ନତ ଚିକିତ୍ସାଳୟକୁ ନିଆଯାଇ ପାରିବ ଯେଉଁଠାରେ ଅଧିକ ଯତ୍ନ ଉପଲବଧ ଥାଏ ଓ କର୍ଟିକୋସ୍ଟିରଏଡ ଦେଇ ଅଧିକ ଉପକାର ମିଳିପାରିବ ।[9] ଶିଶୁ ଜନ୍ମ ହେବା ପରେ ତାକୁ ଉଷୁମ ରଖାଯିବ, ସାହାଯ୍ୟକାରୀ ସ୍ତନ୍ୟପାନ ଦିଆଯିବ, ସଂକ୍ରମଣ ଚିକିତ୍ସା କରାଯିବ ଓ ଶ୍ୱାସକ୍ରିୟା ଯତ୍ନ ନିଆଯିବ ।[3]
ପୃଥିବୀରେ ନବଜାତ ଶିଶୁ ମୃତ୍ୟୁ କାରଣ ମଧ୍ୟରେ ଅବଧିପୂର୍ବ ପ୍ରସବ ଏକ ଅତି ସାଧାରଣ କାରଣ ।[1] ପ୍ରତି ବର୍ଷ ପ୍ରାୟ ୧୫ ନିୟୁତ (ସମସ୍ତ ପ୍ରସବର ୫ %ରୁ ୧୮ %) ଅବଧିପୂର୍ବ ପ୍ରସବ ହୁଏ । ଅନେକ ଦେଶରେ ୧୯୯୦ରୁ ୨୦୧୦ ମସିହା ମଧ୍ୟରେ ଏହି ବୃଦ୍ଧି ପାଇଛି ।[3] ଏପରି ପ୍ରସବର ଜଟିଳତା ଯୋଗୁ ସନ ୧୯୯୦ରେ ୧.୫୭ ନିୟୁତ ମୃତ୍ୟୁ ହୋଇଥିଲା ବେଳେ ୨୦୧୩ରେ ଏହା କମିଯାଇ ୦.୭୪ ହୋଇଛି ।[10] ୨୩ ସପ୍ତାହ ପୂର୍ବରୁ ପ୍ରସବ ହୋଇଥିଲେ ବଞ୍ଚିବା ଆଶା ପ୍ରାୟ ୦ ହୋଇଥିଲା ବେଳେ ୨୩ ସପ୍ତାହରେ ଏହି ଆଶା ୧୫ %, ୨୪ ସପ୍ତାହରେ ୫୫ %, ୨୫ ସପ୍ତାହରେ ୮୦% ଥାଏ ।[11] କୌଣସି ଦୀର୍ଘକାଳୀନ ଅସୁବିଧା ନ ଥାଇ ବଞ୍ଚିବା ଆଶା କମ ।[12]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.