ପେରିକାର୍ଡିଆଲ ସ୍ରାବ (ଇଂରାଜୀ ଭାଷାରେ Pericardial effusion) ରୋଗରେ ହୃତ୍ପିଣ୍ଡ ଚାରିପାଖରେ ଥିବା ପେରିକାର୍ଡ଼ିଅମ ଭିତରେ ଅସ୍ୱାଭାବିକ ତରଳ ପଦାର୍ଥର ସଞ୍ଚୟ ହୁଏ । [1] ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା, ଅଣନିଶ୍ୱାସ ଏବଂ ଥକାପଣ ହୋଇପାରେ | [1] ଏହାର ପ୍ରାରମ୍ଭ ହଠାତ୍ କିମ୍ବା ଧୀରେ ଧୀରେ ହୋଇପାରେ | [1] ରୋଗ ଜଟିଳ ହେଲେ କାର୍ଡ଼ିଆକ ଟାମ୍ପୋନେଡ ସହିତ ନିମ୍ନ ରକ୍ତଚାପ, ଦୃତ ହୃଦ୍ଗତି, ସ୍ଫିତ ଜୁଗୁଲାର ଶିରା, ଏବଂ ହୃତ୍ପିଣ୍ଡ ଧ୍ୱନୀ ଧୀରେ ଶୁଣାଯାଏ । [1]
Pericardial effusion | |
---|---|
ବିଭାଗ | Cardiac surgery |
ଲକ୍ଷଣ | Chest pain, shortness of breath, tiredness[1] |
ଆକ୍ରାନ୍ତ ସମୟ | Sudden, gradual[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Ultrasound of the heart[1] |
ସଠିକ ରୋଗ ନିର୍ଣ୍ଣୟ | Pericarditis, pulmonary edema, dilated cardiomyopathy, constrictive pericarditis, pulmonary embolism[1] |
ଚିକିତ୍ସା | Conservative management, pericardiocentesis[1] |
ପୁନଃପୌନିକ | Relatively common[1] |
କାରଣ: ହୃଦ୍ଘାତ ପରବର୍ତ୍ତୀ ଅବସ୍ଥାରେ ହୋଇପାରେ, ମହାଧମନୀ ବ୍ୟବଚ୍ଛେଦନ, ବୃକ୍କ ବିଫଳତା, ସ୍ୱଳ୍ପ ଥାଇରଏଡ ହରମୋନ ସ୍ତର, ସିରୋସିସ୍, ଅଟୋମ୍ମ୍ୟୁନ ଡିଜିଜ, କର୍କଟ, ଆଘାତ ଇତ୍ୟାଦି ହୋଇପାରେ | [1] ବିକଶିତ ରାଷ୍ଟ୍ରମାନଙ୍କରେ ଅଧିକାଂଶ ସାଧାରଣ କାରଣ ହେଉଛି ଭୂତାଣୁ ଜନିତ ପେରିକାର୍ଡ଼ାଇଟିସ । [1] ହୃତ୍ପିଣ୍ଡର ଅଲଟ୍ରାସାଉଣ୍ଡ କରି ରୋଗ ନିର୍ଣ୍ଣୟ ନିଶ୍ଚିତ କରାଯାଏ | [1] ପେରିକାର୍ଡିଆଲ୍ ଫ୍ଲୁଇଡର ସାଧାରଣ ସ୍ତର ୧୫ରୁ ୫୦ ମିଲି ଥାଏ । [1]
ଏହାର ମୂଳ କାରଣ, ସ୍ରାବର ପରିମାଣ ଏବଂ ଲକ୍ଷଣ ଉପରେ ଚିକିତ୍ସା ନିର୍ଭର କରେ | [1] ସ୍ୱଳ୍ପ ପରିମାଣର ସ୍ରାବ ହୋଇଥିଲେ ରକ୍ଷଣଶୀଳ ଚିକିତ୍ସା କରାଯାଏ ଓ ବଡ଼ ସ୍ରାବ ହୋଇଥିଲେ ପେରିକାର୍ଡ଼ିଓସେଣ୍ଟେସିସ ଚିକିତ୍ସା କରାଯାଇପାରେ | [1] ପେରିକାର୍ଡିଆଲ୍ ଇଫ୍ୟୁଜନ୍ ଅପେକ୍ଷାକୃତ ସାଧାରଣ ରୋଗ ଅଟେ | [1] ଏହି ରୋଗ ବିଷୟ ଖ୍ରୀ;୨୦୦ରେ ପ୍ରଥମେ ବର୍ଣ୍ଣନା କରିଥିଲେ । [2]
ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.