ସ୍ୱାଧୀନତା
From Wikipedia, the free encyclopedia
From Wikipedia, the free encyclopedia
ସ୍ୱାଧୀନତା ଶବ୍ଦ ଗୋଟିଏ ଦେଶ, ରାଷ୍ଟ୍ର ବା ସାର୍ବଭୌମ ରାଜ୍ୟର ଅବସ୍ଥାକୁ ବୁଝାଏ ଯେଉଁଠାରେ ଏହାର ବାସିନ୍ଦା ଓ ଜନତା ନିଜ ଭୂଖଣ୍ଡରେ ନିଜସ୍ୱ ସରକାର ଗଢ଼ିବାକୁ ଓ ସାର୍ବଭୌମତ୍ୱ ଜାହିର କରିବାକୁ ସକ୍ଷମ ଥାଆନ୍ତି ଓ କୌଣସି ବାହ୍ୟ ଶକ୍ତି ଅଧୀନରେ ନ ଥାଆନ୍ତି । ଏହାର ଓଲଟା ଶବ୍ଦ ପରାଧୀନତା । ଅନ୍ୟ ଗୋଟିଏ ଶବ୍ଦ ସ୍ୱତନ୍ତ୍ର (freedom) ସହିତ ଏହାର ଭ୍ରମ ସୃଷ୍ଟି ହୁଏ । ବ୍ୟକ୍ତିର ଚିନ୍ତା କରିବା ଓ ତଦନୁସାରେ କାର୍ଯ୍ୟ କରିବାର ସ୍ୱାଧୀନତାକୁ ସ୍ୱତନ୍ତ୍ର କୁହାଯାଏ ।
ସ୍ୱାଧୀନତା ଓ ବିପ୍ଳବ ଏହି ଦୁଇ ଶବ୍ଦର ପାର୍ଥକ୍ୟ ଅନେକ ବର୍ଷ ଧରି ଚର୍ଚ୍ଚା ହେଉଥିଲା ଓ ହିଂସାକୁ ସାର୍ବଭୌମ ନିମନ୍ତେ ଏକ କାନୁନି ଉପାୟ ଉପରେ ପ୍ରଶ୍ନବାଚୀ ଚିହ୍ନ ଥିଲା ।[1] କେତେକ ବିପ୍ଳବ ଜାତୀୟ ସ୍ୱାଧୀନତା ଇଚ୍ଛା ଓ ପ୍ରାପ୍ତ କରାଯାଏ ଓ ଅନ୍ୟ କେତେକ କ୍ଷମତା ପୁନର୍ବଣ୍ଟନ କରିବା ନିମନ୍ତେ କରାଯାଏ । ତେଣୁ ଏହା ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହଠାରୁ ଆରମ୍ଭ କରି ହିଂସାତ୍ମକ ସିଭିଲ ୱାର ପର୍ଯ୍ୟନ୍ତ ଯାଇପାରେ ।
ସ୍ୱାୟତ୍ତତା (autonomy) ଏକ ଉଚ୍ଚ ଅଧିକାରୀଦ୍ୱାରା ନିୟନ୍ତ୍ରଣଯୁକ୍ତ ସ୍ୱାଧୀନତା । ସ୍ୱାଧୀନତା ଦେଇଥିଲେ ମଧ୍ୟ ନିଜର ନିୟନ୍ତ୍ରଣ ରଖିଥାଆନ୍ତି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.