From Wikipedia, the free encyclopedia
କର୍ଟିସୋଲ ବା ହାଇଡ୍ରୋକର୍ଟିଜୋନ (ଇଂରାଜୀ ଭାଷାରେ Hydrocortisone) ହେଉଛି ଏକ ହରମୋନ୍ର ନାମ ।[2] ବ୍ୟବହାରରେ ଆଡ୍ରେନାଲ୍ ଅଭାବ, ଆଡ୍ରେନୋଜେନିଟାଲ୍ ସିଣ୍ଡ୍ରୋମ, ଉଚ୍ଚ ରକ୍ତ କ୍ୟାଲସିୟମ୍ ସ୍ତର, ଥାଇରଏଡାଇଟିସ୍, ରିଉମାଟଏଡ ଆର୍ଥ୍ରାଇଟିସ୍, ଡର୍ମାଟାଇଟିସ୍, ଆଜମା ଏବଂ କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ ଭଳି ରୋଗମାନଙ୍କରେ ଏହା ବ୍ୟବହୃତ ହୁଏ । [1] ଆଡ୍ରେନୋକର୍ଟିକାଲ୍ ଅଭାବ ପାଇଁ ଏହା ପସନ୍ଦ ଯୋଗ୍ୟ ଚିକିତ୍ସା ।[3] ଏହା ପାଟିରେ, ସ୍ଥାନୀୟ କିମ୍ବା ଇଞ୍ଜେକସନଦ୍ୱାରା ଦିଆଯାଇପାରେ ।[1] ଦୀର୍ଘକାଳୀନ ବ୍ୟବହାର ପରେ ଧୀରେ ଧୀରେ ଚିକିତ୍ସା ବନ୍ଦ କରିବା କରାଯିବା ଉଚିତ୍ ।[1]
Clinical data | |
---|---|
Trade names | A-hydrocort, Cortef, Solu-cortef, others[1] |
Synonyms | Cortisol; 11β,17α,21-Trihydroxypregn-4-ene-3,20-dione |
AHFS/Drugs.com | Systemic: monograph Topical: monograph Eye and ear: monograph |
MedlinePlus | a682206 |
data |
|
Pregnancy category |
|
Routes of administration | By mouth (tablets), intravenous, topical, rectal |
Legal status | |
Legal status |
|
Identifiers | |
IUPAC name
| |
ECHA InfoCard | 100.000.019 |
Chemical and physical data | |
Formula | C21H30O5 |
Molar mass | ୩୬୨.୪୭ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ପାର୍ଶ୍ୱ ପ୍ରତିକ୍ରିୟାରେ ମନୋଭାବର ପରିବର୍ତ୍ତନ, ଅଧିକ ସଂକ୍ରମଣର ଆଶଙ୍କା ଏବଂ ଫୁଲା ହୋଇପାରେ ।[1] ଦୀର୍ଘକାଳୀନ ବ୍ୟବହାର କରିବା ପରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଷ୍ଟିଓପୋରୋସିସ, ଉଦର ଯନ୍ତ୍ରଣା, ଶାରୀରିକ ଦୁର୍ବଳତା, ସହଜରେ କ୍ଷତ ଏବଂ ଖମୀର ସଂକ୍ରମଣ ହୋଇପାରେ ।[1] ବ୍ୟବହୃତ ହେଉଥିବାବେଳେ ଏହା ଗର୍ଭାବସ୍ଥାରେ ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ଅଛି ।[4] ହାଇଡ୍ରୋକୋର୍ଟିଜୋନ ହେଉଛି ଏକ ଗ୍ଲୁକୋକର୍ଟିକଏଡ ଓ ଏହା ଏକ ଆଣ୍ଟି-ଇନ୍ଫ୍ଲାମେଟୋରୀ ଯାହା ପ୍ରତିରକ୍ଷା ଦମନ କରି କାର୍ଯ୍ୟକ୍ଷମ ହୁଏ ।[1]
୧୯୩୬ ମସିହାରେ ହାଇଡ୍ରୋକର୍ଟିଜୋନ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୪୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[5] [6] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[7] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[1] ବିକାଶଶୀଳ ଦେଶମାନଙ୍କରେ ହୋଲସେଲ ମୂଲ୍ୟ ୨୦୧୪ ସୁଦ୍ଧା ଦିନକୁ ପ୍ରାୟ ୦.୨୭ ଡଲାର ଥିଲା ।[8] ଯୁକ୍ତରାଷ୍ଟ୍ରରେ ସାଧାରଣ ଚିକିତ୍ସା ପାଇଁ ଏହାର ମୂଲ୍ୟ ୨୫ ଡଲାରରୁ କମ୍ ଅଟେ ।[3]୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୧୫୪ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଚାରି ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା ।[9] [10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.