ହାୟାଟସ ହାର୍ନିଆ ରୋଗ ଏକ ପ୍ରକାର ହାର୍ନିଆ (hernia) ଯେଉଁଥିରେ ମଧ୍ୟଚ୍ଛଦାର ଏକ ଦୁର୍ବଳ ସ୍ଥାନ ମଧ୍ୟ ଦେଇ ପେଟର ଏକ ଅଙ୍ଗ, ସାଧାରଣତଃ ପାକସ୍ଥଳୀର (en:stomach) ଏକ ଅଂଶ ମିଡିଆସ୍ଟାଇନମ (ଛାତିର ମଧ୍ୟ ଭାଗକୁ) (middle compartment of the chest) ମଧ୍ୟକୁ ଚାଲିଯାଏ ।[2][1] ଏହା ଫଳରେ ଗ୍ୟାସ୍ଟ୍ରୋଫେଜିଆଲ ରିଫ୍ଲକ୍ସ (gastroesophageal reflux disease ବା GERD) ବା ଲାରିଙ୍ଗୋଫାରିଞ୍ଜିଆଲ ରିଫ୍ଲକ୍ସ (laryngopharyngeal reflux LPR) ହୁଏ ଯେଉଁଥିରେ ପାଟିର ପୃଷ୍ଠ ଭାଗରେ ଏସିଡ ସ୍ୱାଦ ଅନୁଭବ ହୁଏ ଓ ହାର୍ଟବର୍ନ ବା ଛାତି ଜଳାପୋଡ଼ା (heartburn) ହୁଏ ।[2][1] ଖାଦ୍ୟ ଗିଳିବାରେ ଅସୁବିଧା ଓ ଛାତି ଯନ୍ତ୍ରଣା (chest pain) ମଧ୍ୟ ହୋଇପାରେ ।[1] ରୋଗ ଜଟିଳ ହେଲେ ଲୌହ ଅଭାବୀ ଆନିମିଆ (iron deficiency anemia), ଭଲଭ୍ୟୁଲସ ବା ଆନ୍ତ୍ରିକ ଅବରୋଧ ଆଦି ରୋଗ ହୋଇପାରେ ।[1]

Quick Facts ହାୟାଟସ ହାର୍ନିଆ (Hiatus hernia), ବିଭାଗ ...
ହାୟାଟସ ହାର୍ନିଆ (Hiatus hernia)
ପ୍ରତିଶବ୍ଦ - ହାୟାଟାଲ ହାର୍ନିଆ (Hiatal hernia)
Thumb
ହାୟାଟସ ହାର୍ନିଆର ଛବି
ବିଭାଗପରିପାକ ବିଭାଗ (Gastroenterology), ସାଧାରଣ ଅପରେଶନ (general surgery)
ଲକ୍ଷଣପାଟି ପଛଭାଗରେ ଏସିଡ ସ୍ୱାଦ, ହାର୍ଟବର୍ଣ୍ଣ (heartburn) ବା ଛାତି ଜଳାପୋଡ଼ା, ଗିଳିବାରେ ଅସୁବିଧା ।[1]
ବିପଦ କାରକମୋଟାପଣ, ବାର୍ଦ୍ଧକ୍ୟ, ମାତ୍ରାଧିକ ଆଘାତ (major trauma)[1]
ରୋଗ ନିର୍ଣ୍ଣୟ ପଦ୍ଧତିଏଣ୍ଡୋସ୍କୋପି (Endoscopy), ମେଡିକାଲ ଇମେଜିଙ୍ଗ (medical imaging, ମାନୋମେଟ୍ରି (manometry)[1]
ଔଷଧଏହ୨ ବ୍ଲକର (H2 blockers), ପ୍ରୋଟୋନ ପମ୍ପ ଇନହିବିଟର (proton pump inhibitor)s[1]
ଚିକିତ୍ସାମୁଣ୍ଡ ସ୍ଥାନ ଟେକିବା, ଓଜନ ହ୍ରାସ, ଔଷଧ, ଅପରେଶନ ।[1]
ପୁନଃପୌନିକ୧୦–୮୦% (US)[1]
Close

ମୋଟାପଣ ଓ ବାର୍ଦ୍ଧକ୍ୟ ଦ୍ୱୟ ଏହି ରୋଗର ସର୍ବାଧିକ ସଙ୍କଟପ୍ରଦ କାରଣ ।[1] ବଡ଼ ଆଘାତ (major trauma), ସ୍କୋଲିଓସିସ ଓ କେତେକ ଅପରେଶନ ପରେ ଏହା ଦେଖାଯାଇପାରେ ।[1] କେବଳ ପାକସ୍ଥଳୀର ବଡି ହାର୍ନିଆ ହେଲେ ତାହାକୁ ସ୍ଲାଇଡିଙ୍ଗ ହାର୍ନିଆ ଓ ଏସୋଫେଗସ (esophagus) ପାଖଦେଇ ପେଟର ଅନ୍ୟ ଅଙ୍ଗର ହାର୍ନିଆ ହେଲେ ତାହାକୁ ପାରାଏସୋଫେଜିଆଲ ହାର୍ନିଆ କୁହାଯାଏ ।[1] ଏଣ୍ଡୋସ୍କୋପି (endoscopy) ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[1] ଚିନ୍ତାଜନ‌କ ଲକ୍ଷଣ ଥିଲେ, ଚିକିତ୍ସାକୁ ପ୍ରତିରୋଧ ହେଉଥିଲେ ବା ରୋଗୀର ବୟସ ୫୦ ବର୍ଷରୁ ଅଧିକ ହୋଇଥିଲେ ଏଣ୍ଡୋସ୍କୋପି ଆବଶ୍ୟକ ହୁଏ ।[1]

ଏହି ରୋଗର ଲକ୍ଷଣ ତିନି ଉପାୟରେ ପ୍ରଶମିତ ହୋଇପାରେ, ବିଛଣାର ମୁଣ୍ଡପାଖ ଉଚ୍ଚ କଲେ, ଓଜନ ହ୍ରାସ କଲେ ଓ ଖାଇବା ଅଭ୍ୟାସ ବଦଳେଇଲେ ।[1] ଏଚ୨ ବ୍ଲକର (H2 blockers) ବା ପ୍ରୋଟୋନ ପମ୍ପ ଇନହିବିଟର (proton pump inhibitor) ଭଳି ଔଷଧ ପ୍ରୟୋଗ କରି ଏସିଡ କମେଇଦେଲେ ଲକ୍ଷଣ ଉପସମ ହୋଇପାରେ[1] କିନ୍ତୁ ଏହାଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ । ଔଷଧରେ ଉନ୍ନତି ନହେଲେ ଲାପାରୋସ୍କୋପିକ ଫଣ୍ଡୋପ୍ଲିକେସନ (laparoscopic fundoplication) ଅପରେଶନ (surgery) କରାଯାଏ ।[1] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧୦ରୁ ୮୦% ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[1]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.