କାର୍ଡ଼ିଓମାୟୋପାଥି (ଇଂରାଜୀ ଭାଷାରେ cardiomyopathy) ଏକ ପ୍ରକାର ହୃଦ୍ରୋଗ ଦଳ ଯେଉଁଥିରେ ହୃତ୍ପିଣ୍ଡର ମାଂସପେଶୀ (heart muscle) ଆକ୍ରମିତ ହୁଏ ।[1] ରୋଗ ଆରମ୍ଭରେ ଅଳ୍ପ ବା ଆଦୌ କୋଣସି ଲକ୍ଷଣ ନ ଥାଏ । ଅନ୍ୟ କେତେକ ରୋଗୀଙ୍କର ଡିସନିଆ ବା ଶ୍ୱାସକ୍ରିୟା ଅସୁବିଧା (shortness of breath), ଥକ୍କା ଅନୁଭବ (tired) ଓ ହୃଦ୍ପାତ ଯୋଗୁ ପାଦ ଇଡିମା (ଫୁଲା) (shortness of breath) ଇତ୍ୟାଦି ଲକ୍ଷଣ ଥାଇପାରେ । ଅନିୟମିତ ହୃଦ୍ଗତି (irregular heart beat ବା ମୂର୍ଚ୍ଛା ହୋଇପାରେ ।[2] ଏ ଧରଣର ରୋଗୀଙ୍କର ହଠାତ୍ ହୃତ୍ପିଣ୍ଡ ଜନିତ (sudden cardiac death) ମୃତ୍ୟୁ ହୁଏ ।[3]
କାର୍ଡ଼ିଓମାୟୋପାଥି | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Cardiology |
ଆଇସିଡ଼ି-୧୦ | I25.5{{{2}}}.{{{3}}}, I42{{{2}}}.{{{3}}}, I43{{{2}}}.{{{3}}} |
ଆଇସିଡ଼ି-୯-ସିଏମ୍ | 425 |
ରୋଗ ଡାଟାବେସ | 2137 |
ମେଡ଼ିସିନ-ପ୍ଲସ | 001105 |
Patient UK | କାର୍ଡ଼ିଓମାୟୋପାଥି |
MeSH | D009202 |
ବିଭିନ୍ନ ପ୍ରକାରର କାର୍ଡ଼ିଓମାୟୋପାଥି ରୋଗମାନଙ୍କ ନାମ: ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି (hypertrophic cardiomyopathy), ଡାଇଲେଟେଡ କାର୍ଡ଼ିଓମାୟୋପାଥି (dilated cardiomyopathy), ରେସଟ୍ରିକ୍ଟିଭ କାର୍ଡ଼ିଓମାୟୋପାଥି (restrictive cardiomyopathy), ଆରିଦମିକ ଭେଣ୍ଟ୍ରିକୁଲାର ଡିସପ୍ଲାସିଆ (arrhythmogenic right ventricular dysplasia), ଓ ବ୍ରୋକନ ହାର୍ଟ ସିଣ୍ଡ୍ରୋମ (broken heart syndrome) । ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥିରେ ହୃତ୍ପିଣ୍ଡ ମାଂସପେଶୀ ମୋଟା ଓ ବଡ଼ ଆକାରର ହୁଏ । ଡାଇଲେଟେଡ କାର୍ଡ଼ିଓମାୟୋପାଥିରେ ନିଳୟ (ventricle) ଆକାର ବଡ଼ ହୁଏ ଓ ଦୁର୍ବଳ ହୋଇଯାଏ । ରେସଟ୍ରିକ୍ଟିଭ କାର୍ଡ଼ିଓମାୟୋପାଥିରେ ନିଳୟ ଶକ୍ତ ହୋଇଯାଏ ।[4]
ଅନେକ ସମୟରେ କାରଣ ଅଜଣା ରହିଯାଏ । ଅଧିକାଂଶ ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି ଓ ୧/୩ ଡାଇଲେଟେଡ କାର୍ଡ଼ିଓମାୟୋପାଥି ରୋଗ ବଂଶାନୁକ୍ରିକ (inherited) ପିତାମାତାଙ୍କଠାରୁ ଆସିଥାଏ । ଆଲକୋହୋଲ (alcohol), ହେଭି ମେଟାଲ (heavy metals), କରୋନାରି ହାର୍ଟ ଡିଜିଜ coronary heart disease, କୋକେନ (cocaine) ବ୍ୟବହାର ଓ ଭୁତାଣୁ ସଂକ୍ରମଣ viral infections ଯୋଗୁ ମଧ୍ୟ ଡାଇଲେଟେଡ କାର୍ଡ଼ିଓମାୟୋପାଥି ହୋଇପାରେ । ରେସଟ୍ରିକ୍ଟିଭ କାର୍ଡ଼ିଓମାୟୋପାଥିର କାରଣ ଆମିଲଏଡୋସିସ (amyloidosis), ହେମୋକ୍ରୋମାଟୋସିସ (hemochromatosis) ଓ କର୍କଟ ଚିକିତ୍ସା (cancer treatment) ଯୋଗୁ ହୋଇପାରେ ।[5] ଅତ୍ୟଧିକ ଶାରୀରିକ ଓ ମାନସିକ ଚାପ ଯୋଗୁ ବ୍ରୋକନ ହାର୍ଟ ସିଣ୍ଡ୍ରୋମ ହୋଇପାରେ ।[4]
କାର୍ଡ଼ିଓମାୟୋପାଥିର ପ୍ରକାର ଓ ଲକ୍ଷଣମାନଙ୍କର ମାତ୍ରା ଉପରେ ଚିକିତ୍ସା ନିର୍ଭର କରେ । ଚିକିତ୍ସା ମଧ୍ୟରେ ଜୀବନଚର୍ଯ୍ୟାର ପରିବର୍ତ୍ତନ, ଔଷଧ ବା ଅପରେଶନ ଆବଶ୍ୟକ ହୋଇପାରେ ।[6] ସନ ୨୦୧୩ରେ କାର୍ଡ଼ିଓମାୟୋପାଥି ଓ ମାୟୋକାର୍ଡ଼ାଇଟିସ (myocarditis) ରୋଗମାନଙ୍କଦ୍ୱାରା ୭.୯ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ ।[7] ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି ରୋଗରେ ପ୍ରତି ୫୦୦ ଲୋକରେ ଜଣେ ଓ ଡାଇଲେଟେଡ କାର୍ଡ଼ିଓମାୟୋପାଥି ରୋଗରେ ପ୍ରତି ୨୫୦୦ ଲୋକରେ ଜଣେ ଆକ୍ରାନ୍ତ ହୁଅନ୍ତି ।[4][8] ସନ ୧୯୯୦ରେ ଏହି ରୋଗମାନଙ୍କ ଯୋଗୁ ୨୯୪,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ବୃଦ୍ଧି ପାଇ ୨୯୪,୦୦୦ ମୃତ୍ୟୁ ହୋଇଥିଲା ।[9] ଯୁବା ବୟସରେ ଆରିଦମୋଜେନିକ ରାଇଟ ଭେଣ୍ଟ୍ରିକୁଲାର ଡିସପ୍ଲାସିଆ ସାଧାରଣତଃ ଅଧିକ ଦେଖାଯାଏ ।[3]
ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.