ଭାରତୀୟ ଓଡ଼ିଆ ଲେଖକ From Wikipedia, the free encyclopedia
ହରିହର ମିଶ୍ର (୧୯ ନଭେମ୍ବର ୧୯୪୦ - ୨୩ ସେପ୍ଟେମ୍ବର ୨୦୨୪)[2] ଜଣେ ଓଡ଼ିଆ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର ଥିଲେ ।[3] ବୃତ୍ତିରେ ସେ ଥିଲେ ଜଣେ ଅଧ୍ୟାପକ । ସେ ସାହିତ୍ୟ ସର୍ଜନା ସହିତ ସେ ବେତାର ନାଟକରେ ମଧ୍ୟ ଅଭିନୟ କରିଛନ୍ତି ।[4] ୨୦୧୬ମସିହାରେ, ସେ ଓଡ଼ିଶା ସାହିତ୍ୟ ଏକାଡେମିର ୩୧ତମ ସଭାପତି ଭାବରେ ନିଯୁକ୍ତ ହୋଇଥିଲେ ।[5] । ୧୯୭୦/୮୦ ଦଶକରେ ଓଡ଼ିଆ ସାହିତ୍ୟରେ ପ୍ରଭାବ ବିସ୍ଥାର କରିଥିବା ଅନାମ କବିତା ଆନ୍ଦୋଳନରେ ସେ ସଂଶ୍ଳିଷ୍ଠ ଥିଲେ ।[6]
ହରିହର ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯ ନଭେମ୍ବର ୧୯୪୦ |
ମୃତ୍ୟୁ | ୨୩ ସେପ୍ଟେମ୍ବର ୨୦୨୪ ୮୩) ମାର୍କଣ୍ଡେଶ୍ୱରସାହି, ପୁରୀ | (ବୟସ
ବୃତ୍ତି | ଅଧ୍ୟାପକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଦିବ୍ୟ ଅସନ୍ତୋଷ [1] |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଶାରଳା ପୁରସ୍କାର |
ଜୀବନସାଥୀ | ରାଜଲକ୍ଷ୍ମୀ ମିଶ୍ର |
ସନ୍ତାନ | ରୀତିମୁକ୍ତା ରାଜଗୁରୁ, ମୋନାଲିସା ମିଶ୍ର, ବର୍ଣ୍ଣମାଳା ଦାଶ, ରୂପକଳ୍ପ ମିଶ୍ର |
ପିତାମାତା | ମଣିରାମ ମିଶ୍ର, ସେବତୀ ଦେବୀ |
ହରିହର ମିଶ୍ର ୧୯୪୦ ମସିହା ନଭେମ୍ବର ୧୯ ତାରିଖରେ ପୁରୀର ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମଣିରାମ ମିଶ୍ର (ଓରଫ ଚିନ୍ତାମଣି ମିଶ୍ର) ଓ ମାତାଙ୍କ ନାମ ସେବତୀ ଦେବୀ ଥିଲା । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷାସାହିତ୍ୟରେ ସ୍ନାତକୋତ୍ତର ହାସଲ କରିଥିଲେ । ସେ ଅଧ୍ୟାପନା ବୃତ୍ତିରେ ଥିଲେ ଓ ଭୁବନେଶ୍ୱରର ନହରକଣ୍ଟାରେ ଥିବା ଜୟଦେବ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରେ ଥାଇ ଅବସର ଗ୍ରହଣ କରିଥିଲେ ।
ତାଙ୍କ ପରିବାରରେ ପତ୍ନୀ ରାଜଲକ୍ଷ୍ମୀ ମିଶ୍ର, ୩ ଝିଅ ରୀତିମୁକ୍ତା ରାଜଗୁରୁ, ମୋନାଲିସା ମିଶ୍ର, ବର୍ଣ୍ଣମାଳା ଦାଶ ଓ ପୁତ୍ର ରୂପକଳ୍ପ ମିଶ୍ରଙ୍କୁ ଅଛନ୍ତି ।[7]
ସେ କବିତା, ଏକାଙ୍କିକା, ନାଟକ, ଉପନ୍ୟାସ, ଗଳ୍ପ ଓ ସମାଲୋଚନା ଆଦି ବିଭାଗରେ ନିଜ ଲେଖନୀ ଚାଳନା କରିଛନ୍ତି । ସମାବେଶ ପତ୍ରିକା ସେ ସମ୍ପାଦନା କରିଛନ୍ତି ।[8]
୨୦୨୪ ମସିହା ସେପ୍ଟେମ୍ବର ୨୩ ତାରିଖରେ ହରିହର ମିଶ୍ରଙ୍କର ପରଲୋକ ଘଟିଥିଲା ।[9]
କବିତା ସଙ୍କଳନ
|
ନାଟକ
ଗଳ୍ପ
|
ଉପନ୍ୟାସ
ସମାଲୋଚନା
ଏକାଙ୍କିକା
ଅନୁବାଦ
|
ହରିହର ଶ୍ରୀ ଶ୍ରୀ ପତିତପାବନ (୧୯୬୨) କଥାଚିତ୍ରର ଗୀତ ଓ ସଂଳାପ ରଚୟିତା ଓ ସହ ନିର୍ଦ୍ଦେଶକ ଥିଲେ ।[10] ପରେ ଚିଲିକା ତୀରେ (୧୯୭୮) କଥାଚିତ୍ରର ସଂଳାପକାର ଓ ସହ ନିର୍ଦ୍ଦେଶକ ଥିଲେ ଓ ତପସ୍ୟା (୧୯୮୦) କଥାଚିତ୍ରର ଗୀତ ଲେଖିଥିଲେ । [11]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.