From Wikipedia, the free encyclopedia
ସୋମାଲିଆ ନୁକୁରି ପକ୍ଷୀ (ଇଂରାଜୀ ଭାଷାରେ Somali courser, ଜୀବବିଜ୍ଞାନ ନାମ Cursorius somalensis) ଏକ ନୁକୁରି ଜାତୀୟ ପକ୍ଷୀ । ଏହାକୁ ଏକ ୱେଡର୍ ପକ୍ଷୀଙ୍କ (ଜଳାଶୟ ନିକଟରେ ବିଚରଣ କରୁଥିବା ପକ୍ଷୀ) ବର୍ଗରେ ପରିଗଣନା କରାଯାଏ ।
ସୋମାଲିଆ ନୁକୁରି ପକ୍ଷୀ | |
---|---|
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Charadriiformes |
Family: | Glareolidae |
Genus: | Cursorius |
ଜାତି: | C. somalensis |
ବାଇନୋମିଆଲ ନାମ | |
Cursorius somalensis ଜର୍ଜ୍ ଅର୍ଣ୍ଣଷ୍ଟ୍ ଶେଲି, ୧୮୮୫ | |
ୱେଡର୍ ପକ୍ଷୀଙ୍କ ବର୍ଗରେ ଗଣନା କରାଯିବା ସତ୍ତ୍ୱେ ଏହି ପକ୍ଷୀ ମୁଖ୍ୟତଃ ଶୁଷ୍କ ଓ ଖୋଲା ପଡ଼ିଆ ଅଞ୍ଚଳରେ ଏବଂ ଉପ-ମରୁ ପରି ଅଞ୍ଚଳରେ ବିଚରଣ କରିବା ଦେଖାଯାଏ । ଭୂମି ଉପରେ ଦୌଡ଼ି ଦୌଡ଼ି ଏମାନେ ନିଜର ଶିକାର (ବିଭିନ୍ନ କୀଟପତଙ୍ଗ) ଖୋଜନ୍ତି ଓ ସେମାନଙ୍କୁ ଆହରଣ କରନ୍ତି ।
ଏହି କ୍ଷୁଦ୍ର ପକ୍ଷୀ ପୂର୍ବ ଆଫ୍ରିକାରେ ପରିଲକ୍ଷିତ ହୁଅନ୍ତି ଓ ଏମାନଙ୍କର ଦୁଇଟି ଉପପ୍ରଜାତି ରହିଛି ।
ପୋକଯୋକ ଓ ବିଭିନ୍ନ ମଞ୍ଜି ଏମାନଙ୍କର ପ୍ରଧାନ ଆହାର । ଏମାନେ ମୁକ୍ତ କ୍ଷେତ୍ର, ଛୋଟ ଘାସ ଥିବା ତୃଣଭୂମି କିମ୍ବା ପୋଡ଼ା ପଡ଼ିଆରେ ରହନ୍ତି । ଏମାନଙ୍କ ଶରୀରର ଉଚ୍ଚତା ୮-୯ ଇଞ୍ଚ୍ ପର୍ଯ୍ୟନ୍ତ ହୋଇଥାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.