ଓଡ଼ିଆ ଗାୟକ From Wikipedia, the free encyclopedia
ସୁବାସ ଦାଶ (୧୯ ମଇ ୧୯୬୦) , ଜଣେ ଓଡ଼ିଆ ଗାୟକ ଓ ସଙ୍ଗୀତକାର ।[1] ସେ ୧୪୬ଟି ଓଡ଼ିଆ ଚଳଚ୍ଚିତ୍ର, ୨ଟି ବଙ୍ଗଳା ଓ ୨ଟି ଭୋଜପୁରୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ।
ସୁବାସ ଦାସ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଦାଖା ହାଇସ୍କୁଲ, ଭଦ୍ରକ ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ଗାୟକ ଓ ସଙ୍ଗୀତକାର |
ବୈବାହିକ-ସାଥୀ | ଶୁଭଲକ୍ଷ୍ମୀ ଦାଶ |
ସନ୍ତାନ | ବିଶାଳ ସାୟମଜିତ, ଶିବରଞ୍ଜନି |
ପିତାମାତା | ଆଦିକନ୍ଦ ଦାଶ ଜୟମଣୀ ଦାଶ |
ପୁରସ୍କାର | ଶ୍ରେଷ୍ଠ ପଚ୍ଚଦପଟ୍ଟ ଗାୟକ (ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର) |
ସୁବାସ ଦାଶ ୧୯୬୦ ମସିହା ମଇ ମାସ ୧୯ ତାରିଖରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅନ୍ତର୍ଗତ ମଉସୁଧା ମୌଜାର ଗୌଡ଼ୁଣୀପୋଖରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[2] ତାଙ୍କ ପିତାଙ୍କ ନାମ ଥିଲା ଆଦିକନ୍ଦ ଦାଶ ଓ ମାତାଙ୍କ ନାମ ଜୟମଣୀ ଦାଶ । ସେ ଦାଖା ହାଇସ୍କୁଲ, ଭଦ୍ରକ ମହାବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ ।[3] ବାଲ୍ୟକାଳରୁ ସେ ମୁରଲୀଧର ଗିରି, ଦିପକ ବାସୁ ଏବଂ ଜେ.ଭି.ଏସ. ରାଓଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ତାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଦାଶ ମଧ୍ୟ ଜଣେ କଣ୍ଠଶିଳ୍ପୀ । ତାଙ୍କ ପୁତ୍ରଙ୍କ ନାମ ବିଶାଳ ସାୟମଜିତ ଓ କନ୍ୟାଙ୍କ ନାମ ଶିବରଞ୍ଜନୀ ।[4]
ସୁବାସ ଦାଶ ୧୯୭୭ ମସିହାରେ ପ୍ରଥମେ ଆକାଶବାଣୀରେ ଏବଂ ୧୯୮୧ ମସିହାରେ ଦୂରଦର୍ଶନରେ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ପାଇଥିଲେ । ୧୯୮୦ ମସିହାରେ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ମାନସୀ କଥାଚିତ୍ରରେ ପ୍ରଥମକରି କଣ୍ଠଦାନ କରିବାର ସୁଯୋଗ ପାଇଥିଲେ । ଓଡ଼ିଆ ବ୍ୟତିତ ସେ ବଙ୍ଗଳା, ଭୋଜପୁରୀ ଓ କନ୍ନଡ଼ ସିନେମାରେ ମଧ୍ୟ କଣ୍ଠଦାନ କରିଛନ୍ତି । ସେ ପ୍ରାୟ ୫୦୦ରୁ ଅଧିକ ଆଲବମରେ ମଧ୍ୟ କଣ୍ଠଦାନ କରିଛନ୍ତି । ଦେଶ, ବିଦେଶରେ ବହୁବାର ସଙ୍ଗୀତ ପରିବେଷଣ କରିଛନ୍ତି । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.