ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ From Wikipedia, the free encyclopedia
ସୁଇଜରଲ୍ୟାଣ୍ଡ / ସ୍ୱିଜରଲ୍ୟାଣ୍ଡ ବା ସ୍ୱିସ୍ ସଂଘରାଜ୍ୟ ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ । ସ୍ୱିଜରଲ୍ୟାଣ୍ଡ ଦେଶ ୨୬ଟି ସଂଘରାଜ୍ୟ ବା କ୍ୟାଣ୍ଟନରେ ବିଭକ୍ତ ଓ ବର୍ନ୍ (ଇଂରାଜୀରେ Bern) ଏହି ଦେଶର ରାଜଧାନୀ । ପଶ୍ଚିମ ଇଉରୋପର କେନ୍ଦ୍ରରେ ସ୍ୱିଜରଲ୍ୟାଣ୍ଡ ଅବସ୍ଥିତ । ସ୍ୱିଜରଲ୍ୟାଣ୍ଡକୁ ଦକ୍ଷିଣ ପଟେ ଇଟାଲି, ପଶ୍ଚିମ ପଟେ ଫ୍ରାଂସ୍, ଉତ୍ତର ପଟେ ଜର୍ମାନୀ ଓ ପୂର୍ବପଟେ ଅଷ୍ଟ୍ରିଆ ଏବଂ ଲିଖଟେନଷ୍ଟାଇନ୍ ଘେରି ରହିଛନ୍ତି । ଚାରିପଟୁ ସ୍ଥଳଭାଗଦ୍ୱାରା ପରିବେଷ୍ଟ ଏହି ଦେଶର କ୍ଷେତ୍ରଫଳ ପ୍ରାୟ ୪୧୨୮୫ ବର୍ଗ କିଲୋମିଟର୍ (୧୫୯୪୦ ବର୍ଗ ମାଇଲ୍) । ଭୌଗୋଳିକ ଦୃଷ୍ଟିକୋଣରୁ ଏହାର ଭୂଭାଗ ଆଲ୍ପସ୍ ପର୍ବତଶ୍ରେଣୀ, ସ୍ୱିସ୍ ଉଚ୍ଚ-ସମଭୂମି ଓ ଜୁରା ପର୍ବତାଞ୍ଚଳଦ୍ୱାରା ଶୋଭିତ । ଆଲ୍ପସ୍ ପର୍ବତଶ୍ରେଣୀ ଏହି ଦେଶର ଅଧିକାଂଶ ଭାଗ ଅଧିକାର କରିଥିବା ବେଳେ ଏହାର ଉଚ୍ଚ ସମତଳ ଭୂମିରେ ପ୍ରାୟ ୮୦ ଲକ୍ଷ ସ୍ୱିସ୍ (ଇଂରାଜୀରେ Swiss) ନାଗରିକ ବସବାସ କରିଥାନ୍ତି । ଏହି ଉଚ୍ଚ ସମତଳ ଭୂମିରେ ଅନେକ ପ୍ରମୁଖ ନଗର ଗଢ଼ି ଉଠିଛି । ବିଶ୍ୱ ଅର୍ଥନୀତିର ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ଜୁରିକ୍ ଓ ଜେନିଭା ତନ୍ମଧ୍ୟରୁ ଅନ୍ୟତମ ।
ସ୍ୱିସ୍ ସଂଘରାଜ୍ୟ / ସ୍ୱିଜରଲ୍ୟାଣ୍ଡ / ସୁଇଜରଲ୍ୟାଣ୍ଡ | |||||
---|---|---|---|---|---|
| |||||
ରାଷ୍ଟ୍ରାଦର୍ଶ: Unus pro omnibus, omnes pro uno ସଭିଙ୍କ ପାଇଁ ଏକ (ରାଷ୍ଟ୍ର), ସଭିଏଁ ଏକ (ରାଷ୍ଟ୍ର) ପାଇଁ | |||||
ଜାତୀୟ ସଙ୍ଗୀତ: "ସ୍ୱିସ୍ ସାଲ୍ମ୍ (Swiss Psalm)" | |||||
ଇଉରୋପ ମାନଚିତ୍ରରେ ସବୁଜ ରଂଗରେ ଚିହ୍ନିତ ସ୍ୱିଜରଲ୍ୟାଣ୍ଡ | |||||
ରାଜଧାନୀ | ବର୍ନ୍ [୧] Coordinates: Unable to parse latitude as a number:୪୬ {{#coordinates:}}: invalid latitude | ||||
ବୃହତ୍ତମ ସହର | ଜୁରିକ୍ | ||||
ସରକାରୀ ଭାଷା | ଜର୍ମାନ୍ ଫରାସୀ ଇଟାଲୀୟ ରୋମାଂଶ | ||||
ଜାତୀୟତା | English: ସ୍ୱିସ୍, German: ଶ୍ୱାଇଜର୍, French: ସ୍ୱିସ୍ ବା ସ୍ୱିସ୍ସେ, | ||||
Government | ସଂଘୀୟ ଆଂଶିକ-ପ୍ରତ୍ୟକ୍ଷ ଲୋକତନ୍ତ୍ର, ଏକାଧିକ ରାଜନୈତିକ ଦଳବିଶିଷ୍ଟ ସଂସଦଦ୍ୱାରା ସଞ୍ଚାଳିତ ଲୋକତନ୍ତ୍ର | ||||
ବିଧାନ ମଣ୍ଡଳ | ସଂଘୀୟ ବିଧାନ ସଭା | ||||
• ଉଚ୍ଚ ସଦନ | ରାଜ୍ୟ ପରିଷଦ | ||||
• ନିମ୍ନ ସଦନ | ଜାତୀୟ ପରିଷଦ | ||||
ଇତିହାସ | |||||
• ପ୍ରତିଷ୍ଠା ଦିବସ | ଆନୁମାନିକ ୧୩୦୦ (ପାରମ୍ପରିକ ଦୃଷ୍ଟିରୁ ୧ ଅଗଷ୍ଟ ୧୨୯୧) | ||||
• ୱେଷ୍ଟଫାଲିଆ ଶାନ୍ତିଚୁକ୍ତି | ୨୪ ଅକ୍ଟୋବର ୧୬୪୮ | ||||
• ପୁନରୁଦ୍ଧାର | ୭ ଅଗଷ୍ଟ ୧୮୧୫ | ||||
• ସଂଘରାଜ୍ୟ ଗଠନ | ୧୨ ସେପଟେମ୍ବର୍ ୧୮୪୮ | ||||
କ୍ଷେତ୍ରଫଳ | |||||
• ମୋଟ | [convert: invalid number] (୧୩୨ତମ) | ||||
• ଜଳଭାଗ (%) | ୪.୨ | ||||
ଲୋକସଂଖ୍ୟା | |||||
• ୨୦୧୫ census | ୮୩୨୭୧୨୬ [୨] | ||||
• ଘନତା | [convert: invalid number] (୬୩ତମ) | ||||
ମୋଟ ଘରୋଇ ଉତ୍ପାଦ (ସମତୁଲ୍ୟ କ୍ରୟଶକ୍ତି) | ୨୦୧୬ estimate | ||||
• ମୋଟ | $ ୫୧୪ ନିୟୁତ [୩] (୩୯ତମ) | ||||
• ମୁଣ୍ଡପିଛା | $୬୧୦୧୪ (ନବମ) | ||||
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ) | ୨୦୧୬ estimate | ||||
• ମୋଟ | $ ୬୫୯ ନିୟୁତ (୧୯ତମ) | ||||
• ମୁଣ୍ଡପିଛା | $ ୭୮୨୪୫ (ଦ୍ୱିତୀୟ) | ||||
ଜିନି ଗୁଣାଙ୍କ (୨୦୧୫) | ୨୯.୫[୪] Error: Invalid Gini value · ୧୯ତମ | ||||
ମାନବ ବିକାଶ ସୂଚନାଙ୍କ (୨୦୧୫) | ୦.୯୩୯[୫] Error: Invalid HDI value · ଦ୍ୱିତୀୟ | ||||
ମୁଦ୍ରା | ସ୍ୱିସ୍ ଫ୍ରାଂକ୍ (CHF) | ||||
ସମୟ ମଣ୍ଡଳ | UTC+୧ (କେନ୍ଦ୍ରୀୟ ଇଉରୋପୀୟ ସମୟ (CET)) | ||||
• Summer (DST) | UTC+୨ (କେନ୍ଦ୍ରୀୟ ଇଉରୋପୀୟ ଗ୍ରୀଷ୍ମ ସମୟ (CEST)) | ||||
ତାରିଖ ସଜାଣି | ଦିଦି.ମାମା.ବବବବ | ||||
ରାସ୍ତା ଚାଲିବା ପାଖ | ଡାହାଣ ପଟେ | ||||
ଟେଲିଫୋନ କୋଡ଼ | +୪୧ | ||||
ISO 3166 code | CH | ||||
Internet TLD | .ch | ||||
Website www |
ମଧ୍ୟଯୁଗରେ ବୁର୍ଗୁଣ୍ଡି ଓ ଅଷ୍ଟ୍ରିଆ ବିରୁଦ୍ଧରେ ହୋଇଥିବା ଅନେକ ସଫଳ ସାମରିକ ଅଭିଯାନ ପରେ ପ୍ରାଚୀନ ସ୍ୱିସ୍ ସଂଘୀୟ ବ୍ୟବସ୍ଥା ମୁଣ୍ଡ ଟେକି ଉଠିଥିଲା । ୧୬୪୮ ମସିହାର “ୱେଷ୍ଟଫାଲିଆ ଶାନ୍ତିଚୁକ୍ତି” ପରେ ରୋମାନ୍ ସାମ୍ରାଜ୍ୟ କବଳରୁ ସ୍ୱିଜରଲ୍ୟାଣ୍ଡ ସ୍ୱାଧୀନତା ଲାଭ କରିଥିଲା । ନିଜର ସାମରିକ ନିରପେକ୍ଷତା ପାଇଁ ଏହି ଦେଶ ପ୍ରସିଦ୍ଧ ଓ ୧୮୧୫ ମସିହା ପରଠାରୁ ସ୍ୱିଜରଲ୍ୟାଣ୍ଡ କୌଣସି ଯୁଦ୍ଧରେ ଅଂଶ ଗ୍ରହଣ କରିନାହିଁ ବା କାହାରି ପକ୍ଷରେ ଠିଆ ହୋଇନାହିଁ । ୨୦୦୨ ମସିହା ପର୍ଯ୍ୟନ୍ତ ସ୍ୱିଜରଲ୍ୟାଣ୍ଡ ମିଳିତ ଜାତିସଂଘର ସଦସ୍ୟତା ମଧ୍ୟ ଗ୍ରହଣ କରିନଥିଲା । କିନ୍ତୁ ବୈଦେଶିକ ନୀତି ଓ ସମ୍ପର୍କ କ୍ଷେତ୍ରରେ ସ୍ୱିଜରଲ୍ୟାଣ୍ଡ ସକ୍ରିୟ ଅଂଶ ଗ୍ରହଣ କରେ ଓ ଅଧିକାଂଶ ସମୟରେ ବିଶ୍ୱରେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ସହାୟତା କରିଥାଏ । ରେଡକ୍ରସ ସଂସ୍ଥାର ଜନ୍ମସ୍ଥଳୀ ସ୍ୱିଜରଲ୍ୟାଣ୍ଡରେ ବିଶ୍ୱର ଅନେକ ପ୍ରମୁଖ ଅନ୍ତର୍ଯାତିକ ସଂସ୍ଥାଙ୍କ କାର୍ଯ୍ୟାଳୟ ରହିଛି । ମିଳିତ ଜାତିସଂଘର ଦ୍ୱିତୀୟ ବୃହତ୍ କାର୍ଯ୍ୟାଳୟ ସ୍ୱିଜରଲ୍ୟାଣ୍ଡରେ ରହିଛି । ଇଉରୋପୀୟ ସଂଘର (ଇଂରାଜୀରେ European Union) ସଦସ୍ୟ ନ ହୋଇଥିବା ସତ୍ତ୍ୱେ ଇଉରୋପୀୟ ମୁକ୍ତ ବାଣିଜ୍ୟ ସଂସ୍ଥାର ପ୍ରତିଷ୍ଠା ଓ ବିକାଶରେ ସ୍ୱିଜରଲ୍ୟାଣ୍ଡ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । କିନ୍ତୁ ଅନେକ ଦେଶଙ୍କ ସହିତ ରହିଥିବା ଦ୍ୱିପାକ୍ଷିକ ଚୁକ୍ତି ଯୋଗୁଁ ସ୍ୱିଜରଲ୍ୟାଣ୍ଡ ଶେଙ୍ଗେନ୍ କ୍ଷେତ୍ର (ଶେଙ୍ଗେନ୍ କ୍ଷେତ୍ରର ସବୁ ଦେଶଙ୍କ ପାଇଁ ପ୍ରବେଶ ଅନୁମତି ପତ୍ର ଏବଂ ଦେଶମାନଙ୍କ ମଧ୍ୟରେ ଅବାଧ ଗନନାଗମନ) ଓ ଇଉରୋପୀୟ ଏକାଂଗ ବଜାର ପରି ସର୍ବ ଇଉରୋପୀୟ ନୀତିଗତ ଯୋଜନାରେ ଅଂଶ ଗ୍ରହଣ କରିଛି ।
ଇଉରୋପରେ ଜର୍ମାନିକ୍ ଓ ରୋମାଂଶ ସମୟର ଛାପ ସ୍ୱିଜରଲ୍ୟାଣ୍ଡରେ ଦେଖିବାକୁ ମିଳେ । ସ୍ୱିଜରଲ୍ୟାଣ୍ଡରେ ବୋଲାଯାଉଥିବା ଚାରୋଟି ଭାଷା ଯୋଗୁଁ ଏହାକୁ ଚାରୋଟି ସାଂସ୍କୃତିକ ଭାଗରେ (ଜର୍ମାନ୍, ଫରାସୀ, ଇଟାଲୀୟ ଓ ରୋମାଂଶ) ବିଭକ୍ତ କରାଯାଇଛି । ସ୍ୱିସ୍ ଜନସଂଖ୍ୟାର ସର୍ବାଧିକ ପ୍ରତିଶତ ଜର୍ମାନ୍ ଭାଷାଭାଷୀ ହୋଇଥିଲେ ହେଁ ସ୍ୱିଜରଲ୍ୟାଣ୍ଡର ଐତିହାସିକ ପୃଷ୍ଠଭୂମି, ସଂଘୀୟ ବ୍ୟବସ୍ଥାରେ ସହଯୋଗ, ପ୍ରତ୍ୟକ୍ଷ ଲୋକତନ୍ତ୍ର ଓ ଆଲ୍ପୀୟ ସଙ୍କେତର ବ୍ୟବହାର ଦେଶବାସୀଙ୍କୁ ସ୍ୱିସ୍ ଜାତୀୟତା ଭାବରେ ବାନ୍ଧି ରଖିଛି । ଭାଷାଗତ ବିଭିନ୍ନତା ଯୋଗୁଁ ସ୍ୱିଜରଲ୍ୟାଣ୍ଡର ଅନେକ ନାମ ରହିଛି – ଯଥା : ଜର୍ମାନରେ ଶ୍ୱାଇଜ୍ (Schweiz), ଫରାସୀରେ ସ୍ୱିସ୍ (Suisse), ଇଟାଲୀୟରେ ସ୍ୱିଜ୍ଜେରା (Svizzera) ଓ ରୋମାଂଶରେ ସ୍ୱିଜ୍ରା (Svizra) । ସ୍ୱିଜରଲ୍ୟାଣ୍ଡରେ ପ୍ରଚଳିତ ମୁଦ୍ରା ଓ ଡାକ ମୋହରରେ କିନ୍ତୁ ଏହି ଚାରି ଭାଷା ପରିବର୍ତ୍ତେ ଲାଟିନ୍ (ହେଲଭେଟିଆ) ଭାଷା ବ୍ୟବହୃତ ହୁଏ ।
ବିଶ୍ୱର ସର୍ବାଧିକ ବିକଶିତ ଦେଶମାନଙ୍କ ମଧ୍ୟରୁ ସ୍ୱିଜରଲ୍ୟାଣ୍ଡ ଅନ୍ୟତମ । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (IMF) ଅନୁସାରେ ପ୍ରତି ପ୍ରାପ୍ତ ବୟସ୍କ ବ୍ୟକ୍ତି ପିଛା ଆର୍ଥିକ ସମ୍ପଦ ଦୃଷ୍ଟିରୁ ସ୍ୱିଜରଲ୍ୟାଣ୍ଡ ବିଶ୍ୱରେ ପ୍ରଥମ ଓ ମୁଣ୍ଡପିଛା ସକଳ ଘରୋଇ ଉତ୍ପାଦନରେ ବିଶ୍ୱରେ ଅଷ୍ଟମ ସ୍ଥାନ ଗ୍ରହଣ କରିଛି । ଅନେକ ରାଷ୍ଟ୍ରୀୟ ପ୍ରଦର୍ଶନର ମାନକ ଯଥା – ସରକାରୀ ପାରଦର୍ଶିତା, ନାଗରିକ ସ୍ୱାତନ୍ତ୍ର୍ୟ, ଜୀବନର ଗୁଣବତ୍ତା, ଅର୍ଥନୈତିକ ପ୍ରତିଯୋଗିତା ମନୋଭାବ ଓ ମାନବ ସମ୍ବଳର ବିକାଶରେ ସ୍ୱିଜରଲ୍ୟାଣ୍ଡ ସର୍ବୋତ୍ତମ ବା ତାହା ପାଖାପାଖି ସ୍ଥାନ ଗ୍ରହଣ କରିଛି । ଜୀବନର ଗୁଣବତ୍ତା ମାପରେ ଜୁରିକ୍ ଓ ଜେନିଭା ବିଶ୍ୱର ଅଗ୍ରଗଣ୍ୟ ନଗର ଭାବେ ଗଣା । ମର୍ସର୍ ଅନୁସାରେ ଜୁରିକ୍ ଜୀବନର ଗୁଣବତ୍ତା ମାପରେ ବିଶ୍ୱରେ ଦ୍ୱିତୀୟ ।
ଇଂରାଜୀ ନାମ ସ୍ୱିଜରଲ୍ୟାଣ୍ଡ ଏକ ଯୁଗ୍ମ ଶବ୍ଦ । “ସ୍ୱିସ୍” ଶବ୍ଦର ପ୍ରାଚୀନ ଓ ବର୍ତ୍ତମାନ ଅବ୍ୟବହୃତ ରୂପ ହେଉଛି “ସ୍ୱିଜର୍”, ଯାହା ୧୬ଶରୁ ୧୯ଶ ଶତାବ୍ଦୀ ପର୍ଯ୍ୟନ୍ତ ବ୍ୟବହାର ହେଉଥିଲା । ଇଂରାଜୀ ବିଶେଷଣ ଶବ୍ଦ “ସ୍ୱିସ୍ (Swiss)” ଫରାସୀ ଶବ୍ଦ “ସ୍ୱିସ୍ (Suisse)”ରୁ ଉଦ୍ଧୃତ ଓ ଷୋଡ଼ଶ ଶତାବ୍ଦୀରୁ ବ୍ୟବହୃତ ହେଉଛି । ଶ୍ୱାଇଜ୍ ନାମକ ଅଞ୍ଚଳର ଅଧିବାସୀ “ଆଲେମାନ୍ନିକ୍ ଶ୍ୱିଜର୍”ରୁ ସ୍ୱିଜର୍ ଶବ୍ଦର ଉତ୍ପତ୍ତି । ଶ୍ୱାଇଜ୍ ଅଞ୍ଚଳ ୱାଲ୍ଡଷ୍ଟେଟେନ୍ କ୍ୟାଣ୍ଟନମାନଙ୍କ ମଧ୍ୟରୁ ଅନ୍ୟତମ ଓ ପୁରାତନ ସ୍ୱିସ୍ ରାଜ୍ୟସଂଘ ଗଠନରେ ଏହାର ନାଭିକେନ୍ଦ୍ର ପାଲଟିଥିଲା । ୧୪୯୯ ମସିହାର ସ୍ୱାବିୟାନ୍ ଯୁଦ୍ଧ ପରେ ଏଠାକାର ଜନସମୂହ ନିଜକୁ “ସ୍ୱିସ୍” ଭାବେ ପରିଚୟ ଦେଲେ ଓ “କନଫେଡ଼େରେସନ୍” ଶବ୍ଦ ସହିତ ଯୋଡ଼ି ଏହି ଶବ୍ଦର ବ୍ୟବହାର ହେବା ଆରମ୍ଭ ହେଲା । ସ୍ୱିଜରଲ୍ୟାଣ୍ଡର ଡାଟା କୋଡ୍ ହେଉଛି CH, ଯାହା ଲାଟିନ୍ ଶବ୍ଦ “କନଫୋଡେରାଟିଓ ହେଲଭେଟିକା (Confoederatio Helvetica)”ର ସୂଚକ ।
ଶ୍ୱାଇଜ୍ ଶବ୍ଦର ଇତିହାସ ଅବଲୋକନ କଲେ ଜାଣିବାକୁ ମିଳେ ଯେ ଏହାର ଉତ୍ସ ହେଲା ପୁରାତନ ଜର୍ମାନ୍ ଶବ୍ଦ “ସ୍ୱେଡାନ୍” ଯାହାର ଅର୍ଥ ଜଳିବା । କୌଣସି ଏକ ଅଞ୍ଚଳକୁ ପୋଡ଼ାଯାଇ ସେଠାରେ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଏହାର ବ୍ୟବହାରିକ ତାତ୍ପର୍ଯ୍ୟ । ୧୪୯୯ରେ ସ୍ୱାବିୟାନ୍ ଯୁଦ୍ଧ ପରଠାରୁ ପ୍ରଥମେ ଏହି ଅଞ୍ଚଳ ବା କ୍ୟାଣ୍ଟନ୍ ଓ ପରେ ସମଗ୍ର ରାଜ୍ୟସଂଘ ଶ୍ୱାଇଜ୍ ନାମରେ ପରିଚିତ ହେଲା । ସ୍ୱିସ୍-ଜର୍ମାନ୍ ଭାଷାରେ ସ୍ୱିଜରଲ୍ୟାଣ୍ଡକୁ “ଶ୍ୱିଜ୍ (Schwiiz) ବୋଲି କୁହାଯାଏ ।
୧୮୪୮ ମସିହାରେ ରାଜ୍ୟସଂଘର ପ୍ରତିଷ୍ଠା ପରେ “କନଫୋଡେରାଟିଓ ହେଲଭେଟିକା” ଶବ୍ଦର ବ୍ୟବହାର ଆରମ୍ଭ ହେଲା । ପରବର୍ତ୍ତୀ ସମୟରେ (୧୮୭୯ ମସିହା ବେଳକୁ) ନେପୋଲିଓନିକ୍ ହେଲଭେଟିକ୍ ରିପବ୍ଲିକ୍ ନାମରେ ଏହା ବିଦିତ ହେଲା । ୧୮୭୯ରୁ ମୁଦ୍ରାରେ, ୧୯୦୨ ମସିହାରୁ ରାଜ୍ୟସଂଘର ପ୍ରାସାଦରେ ଓ ୧୯୪୮ ପରଠାରୁ ଦେଶର ସରକାରୀ ମୋହରରେ ଏହି ଚିହ୍ନ ଦେଖିବାକୁ ମିଳୁଛି । ଏହି ଦେଶର ମୁଦ୍ରାକୁ ସ୍ୱିସ୍ ଫ୍ରାଂକ୍ ବୋଲି କୁହାଯାଏ । ଅନ୍ତରାଷ୍ଟ୍ରୀୟ ମାନକ ସଂଗଠନ (ISO)ଦ୍ୱାରା ସ୍ୱିସ୍ ଫ୍ରାଂକର ନିର୍ଦ୍ଧାରିତ ବ୍ୟାଙ୍କ୍ କୋଡ୍ ହେଲା "CHF" । ଏହା ମଧ୍ୟ ଲାଟିନ୍ ନାମରୁ ଗୃହୀତ ହୋଇଛି । ସ୍ୱିସ୍ ଉଚ୍ଚସମଭୂମିରେ ରୋମାନ୍ ଯୁଗରେ ବସବାସ କରୁଥିବା ହେଲଭେଟି ନାମକ ଏକ ଜାତିରୁ ହେଲଭେଟିକା (Helvetica) ଶବ୍ଦର ଉତ୍ପତ୍ତି ।
ମାତୃଭୂମିକୁ ମାତା ବୋଲି କହି ସଂସ୍କୃତି ଓ ସାହିତ୍ୟରେ ଦେଶକୁ ଜଣେ ଦେବୀଙ୍କ ରୂପରେ ପରିଚୟ ଦିଆଯାଏ । ସେହିପରି ୧୭ଶ ଶତାବ୍ଦୀରୁ ସ୍ୱିସ୍ ରାଜ୍ୟସଂଘର ଚିହ୍ନ ସାଜିଥିବା ଦେବୀ/ମହିଳା ହେଲା – ହେଲଭେଟିକା । ୧୬୭୨ ମସିହାରେ ଜୋହାନ୍ କ୍ୟାସ୍ପର୍ ୱାଇଜେନବାଖଙ୍କ ଏକ ନାଟକରେ ହେଲଭେଟିକା ଚରିତ୍ରକୁ ପ୍ରଥମେ ଦେଖାଯାଇଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.