ସତ୍ୟଭାମା, ସତ୍ରାଜିତ୍‌ ରାଜାଙ୍କର କନ୍ୟା [1]ଶ୍ରୀକୃଷ୍ଣଙ୍କର ୮ଜଣ ମହିଷୀଙ୍କ ମଧ୍ୟରୁ ଏକତମ । ଏହାଙ୍କ ଅନୁରୋଧ ପୂରଣ କରିବା ପାଇଁ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରି ସ୍ୱର୍ଗରୁ ଇନ୍ଦ୍ରଙ୍କ ନନ୍ଦନକାନନରୁ ପାରିଜାତ ବୃକ୍ଷକୁ ଆଣି ଏହାଙ୍କୁ ଉପହାର ଦେଇଥିଲେ ଏ ପୁଣ୍ୟକ ବ୍ରତ ଅନୁଷ୍ଠାନ କରି ଶ୍ରୀକୃଷ୍ଣଙ୍କୁ ପାରିଜାତ ବୃକ୍ଷରେ ବନ୍ଧନ କରିଥିଲେ ଏହାଙ୍କ ଗର୍ଭରେ ଶ୍ରୀକୃଷ୍ଣଙ୍କ ଔରସରେ ଭାନୁଆଦି ସାତପୁତ୍ର ଜାତ ହୋଇଥିଲେ ଯଦୁବଂଶର ଧ୍ୱଂସ ଓ ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ ପରେ ଯଦୁବଂଶୀୟ ଅନ୍ୟ ମହିଳାମାନଙ୍କ ସଙ୍ଗେ ଅର୍ଜୁନ ଏହାଙ୍କୁ ଦ୍ୱାରକାରୁ ହସ୍ତିନାପୁରକୁ ନେଇ ଯାଇଥିଲେ । ପରେ ଏ ବନବାସିନୀ ହୋଇ ତପଶ୍ଚରଣପୂର୍ବକ ଜୀବନର ଶେଷ ଅଂଶ ଅତିବାହିତ କଲେ ।

Thumb
ସତ୍ୟଭାମା, ଭାରତ, ତାମିଲନାଡୁ, ଦ୍ୱାଦଶ-ତ୍ରୟୋଦଶ ଶତାବ୍ଦୀର ତମ୍ବା ମିଶ୍ରଣରେ ନିର୍ମିତ ମୂର୍ତ୍ତି

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.