ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ From Wikipedia, the free encyclopedia
ସଙ୍ଗୀତା ଦାଶ, ( ଜନ୍ମ :୨୪ ଅପ୍ରେଲ ୧୯୬୬ ) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଅଟନ୍ତି ।[1][2] ଓଡ଼ିଶୀ ନୃତ୍ୟରେ ଉତ୍କର୍ଷତା ପାଇଁ ସେ ମାହାରୀ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଆଦି ସମ୍ମାନ ଲାଭ କରିଛନ୍ତି । ସେ ଡୋରା, ବାଜେ ବଇଁଶୀ ନାଚେ ଘୁଙ୍ଗୁର ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ସେ ଦୂରଦର୍ଶନର ଜଣେ ଏ-ଗ୍ରେଡ଼ କଳାକାର ଅଟନ୍ତି । ପଣ୍ଡିଚେରୀଠାରେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ ମଧ୍ୟ କରନ୍ତି ।[3]
ପିଲାଦିନେ, ସଙ୍ଗୀତା ଓ ତାଙ୍କ ଦୁଇ ଭଉଣୀଙ୍କୁ ଗୀତ ଓ ନାଚ ଶିଖାଇବା ପାଇଁ ଜଣେ ଗୁରୁ ତାଙ୍କ ଘରକୁ ଆସୁଥିଲେ । ସଙ୍ଗୀତାଙ୍କର ଗୀତ ପ୍ରତି ବେଶୀ ଆଗ୍ରହ ଥିଲା । କିନ୍ତୁ କ୍ରମେ ସେ ନାଚ ପ୍ରତି ବେଶୀ ଆକର୍ଷିତ ହୋଇଥିଲେ ।[4] ୭ ବର୍ଷ ବୟସରୁ, ଗୁରୁ ଦୁର୍ଗା ଚରଣ ରଣବୀରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଯୋଗଦେଇଥିଲେ ଓ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେ ଗୁରୁ ଦେବ ପ୍ରସାଦଙ୍କ ନୃତ୍ୟ ଶୈଳୀକୁ ଆଗକୁ ନେବାକୁ ଚେଷ୍ଟା କରିଛନ୍ତି ।[5] ସେ ଗୁରୁ ଚିତ୍ତରଞ୍ଜନ ପାଣିଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ଶିଖିଛନ୍ତି । ଦର୍ଶନରେ ସେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି ।
ସଙ୍ଗୀତା, ଗୁରୁ ଦେବ ପ୍ରସାଦଙ୍କ ଶୈଳୀ ଅନୁସରଣ କରି ନିଜ ନୃତ୍ୟ ପରିବେଷଣ କରନ୍ତି । ଦେବ ପ୍ରସାଦଙ୍କ ସହିତ ସେ ଅନେକ ସ୍ଥାନରେ ନୃତ୍ୟ କର୍ମଶାଳାରେ ଯୋଗ ଦେଇଥିଲେ ଓ ଦେବ ପ୍ରସାଦଙ୍କ ମୃତ୍ୟୁ ପରେ ଏହି ଶୈଳୀର ବ୍ୟାପକ ପ୍ରସାର ଦିଗରେ ସେ ନିଜେ ମଧ୍ୟ କାର୍ଯ୍ୟ କରିଛନ୍ତି ।[6] ସେ ଆମେରିକା, ଜର୍ମାନୀ, ବାହାରିନ, ସିଙ୍ଗାପୁର, ଫ୍ରାନ୍ସ, ଇଟାଲି, ବେଲଜିୟମ, ନେପାଳ, ବଙ୍ଗଳାଦେଶ, ଚିନ, ଉତ୍ତର କୋରିଆ ଓ ୱେଷ୍ଟ ଇଣ୍ଡିଜ ଆଦି ଦେଶରେ ବିଭିନ୍ନ ନୃତ୍ୟ କର୍ମଶାଳାରେ ଓଡ଼ିଶୀ ନୃତ୍ୟ ପରିବେଷଣ ଓ ଶିକ୍ଷାଦାନ କରିଛନ୍ତି । କୋଣାର୍କ ନୃତ୍ୟ ଉତ୍ସବ, ଖଜୁରାହୋ ନୃତ୍ୟ ଉତ୍ସବ, ଥିରୁଅନନ୍ତପୁରମର ସୂର୍ଯ୍ୟ ଉତ୍ସବ, ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀରେ ନୃତ୍ୟ ପ୍ରତିଭା ଓ ନୃତ୍ୟ ସଙ୍ଗମ ଆଦି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି ।
୧୯୮୪ ମସିହାର ଚଳଚ୍ଚିତ୍ର ଡୋରାରୁ ସଙ୍ଗୀତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ନୃତ୍ୟକୁ ଅଧିକ ସମୟ ଦେବାପାଇଁ ସେ ଅଭିନୟଠାରୁ କ୍ରମଶଃ ଦୁରେଇ ଯାଇଥିଲେ । ସେ ଅଭିନୟ କରିଥିବା ଚଳଚ୍ଚିତ୍ର ଗୁଡ଼ିକ :
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.