From Wikipedia, the free encyclopedia
ଶିକା ହାଣ୍ଡି, ଘଡ଼ି ଓ ଏପରିକି କଖାରୁ ଆଦି ଚାଳ ବା ଛପର ଘର ଛାତରୁ ଝୁଲାଇ ରଖିବା ନିମନ୍ତେ ବ୍ୟବହୃତ ଦଉଡ଼ିରେ ତିଆରି ଏକ ଆଧାର । ଏହାକୁ ଘରର ଚାଳରୁ ଓ ବାଉଁଶରୁ ଝୁଲାଇ ତହିଁରେ ଖାଦ୍ଯ ପାତ୍ର ଆଦି ରଖାଯାଇଥାଏ । ବାହୁଙ୍ଗିରେ ଦୁଇ ପାଖରେ ଅଙ୍ଗା (ବୋଝ) ଝୁଲାଇ ଦ୍ରବ୍ଯ ବହିବା ନିମନ୍ତେ ମଧ୍ୟ ଶିକା ବ୍ୟବହୃତ ହୋଇଥାଏ ।[1] ଲୋକେ କ୍ଷୀର, ଦହି, ଲହୁଣୀ ଆଦି ବିରାଡ଼ିଠାରୁ ଦୂରେଇ ରଖିବା ପାଇଁ ଏହାକୁ ବ୍ୟବହାର କରନ୍ତି ।[2]
ଓଡ଼ିଆରେ ଉକ୍ତି ରହିଛି: ବିରାଡ଼ି କପାଳକୁ ଶିକା ଛିଡ଼ିବା ଅର୍ଥାତ ଶିକାରେ ରଖାଯାଇ ମଥାନରୁ ଝୁଲା ହୋଇଥିବା ଦୁଧ, ମାଛ ଆଦି ଖାଦ୍ଯପଦାର୍ଥକୁ ବିରାଡ଼ି ସହଜରେ ଖାଇପାରେ ନାହିଁ । ଏଥିପାଇଁ ସେ ଭୂଇଁରେ ବସି ସେହି ଶିକାରେ ଥିବା ଦ୍ରବ୍ଯ ଆଡ଼କୁ ଅନାଇ ରହିଥାଏ । କୌଣସି ପ୍ରକାରେ ଶିକାର ଦଉଡ଼ି ଛିଣ୍ଡିଗଲେ ଶିକାରେ ଥିବା ପାତ୍ର ଓ ଖାଦ୍ଯ ଭୂମିରେ ପ଼ଡ଼ିଯାଏ ଓ ବିରାଡ଼ି ତାହା ଖାଇବାକୁ ସମର୍ଥ ହୁଏ । କୌଣସି ଅସାଧ୍ଯ ବା ଅପ୍ରାପ୍ଯ ବସ୍ତୁ ତାହାର ତ୍ପ୍ରତ୍ଯାଶୀ ବ୍ୟକ୍ତିକୁ କୌଣସି ମତେ ମିଳିଗଲେ ଏ ଉକ୍ତିର ଉଦାହରଣ ଦିଆଯାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.