କଟକ, ଓଡ଼ିଶା, ଭାରତର ଉଚ୍ଚବିଦ୍ୟାଳୟ From Wikipedia, the free encyclopedia
ରେଭେନ୍ସା କଲିଜିଏଟ ସ୍କୁଲ କଟକରେ ଅବସ୍ଥିତ ସର୍ବ ପୁରାତନ ଓଡ଼ିଆ ଉଚ୍ଚବିଦ୍ୟାଳୟ । ଏହି ସ୍କୁଲରେ ଚତୁର୍ଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଏ । "ଛାତ୍ରବନ୍ଧୁ" ନାମରେ ସ୍କୁଲର ବାର୍ଷିକ ମୁଖପତ୍ର ପ୍ରକାଶ ପାଇଥାଏ ।
୧୮୫୧ରେ ସ୍ଥାପିତ କଟକ ହାଇ ସ୍କୁଲ (ଖାତାପତ୍ରରେ ଏହା ଜିଲ୍ଲା ସ୍କୁଲ, କଟକ ବୋଲି ଲେଖାଯାଉଥିଲା)ରୁ ୧୮୫୯ରେ ପ୍ରଥମ ମାଟ୍ରିକ ବ୍ୟାଚ ବାହରିଥିଲେ । ୧୮୬୮ରେ ଏଣ୍ଟ୍ରାନ୍ସଠାରୁ ଉଚ୍ଚତର ଶ୍ରେଣୀ ଖୋଲାଯାଇଥିଲା । ୧୮୭୫ରେ ଏହା ରେଭେନ୍ସା କଲେଜିଏଟ ସ୍କୁଲ ଭାବେ ନାମିତ ହୋଇଥିଲା । [୧] ଏହି ସ୍କୁଲ ସହିତ ଜଡ଼ିତ ରହିଥିବା କଲେଜକୁ ଅଲଗା କରାଯାଇ ରେଭେନ୍ସା କଲେଜ ନାମରେ ନାମିତ କରାଯାଇଥିଲା ।[୨] ଏହି ସ୍କୁଲରେ ସୁଭାଷ ଚନ୍ଦ୍ର ବୋଷ[୩], ମଧୁସୂଦନ ଦାସ, ଗୌରୀଶଙ୍କର ରାୟ, ପ୍ରାଣକୃଷ୍ଣ ପରିଜା, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରାଧାନାଥ ରଥ[୪], ଗୋପାଳ ଚନ୍ଦ୍ର ପ୍ରହରାଜ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ନିତ୍ୟାନନ୍ଦ କାନୁନଗୋ, ଚିନ୍ତାମଣି ପାଣିଗ୍ରାହୀ, ଗୋପବନ୍ଧୁ ଚୌଧୁରୀ, ନିତାଇ ପାଲିତ ଓ ବିନୋଦ କାନୁନଗୋ, ମିହିର ସେନ ଆଦି ପ୍ରସିଦ୍ଧ ବ୍ୟକ୍ତି ଶିକ୍ଷାଲାଭ କରିଥିଲେ ।[୫]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.