ରଙ୍ଗମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ From Wikipedia, the free encyclopedia
ରାମଚନ୍ଦ୍ର ପ୍ରତିହାରୀ (୧୭ ଜାନୁଆରୀ ୧୯୩୬[2] - ୨୭ ଜାନୁଆରୀ ୨୦୧୯[3]) ଓଡ଼ିଆ କଥାଚିତ୍ର ଜଗତ ଓ ରଙ୍ଗମଞ୍ଚର ଜଣେ ଜଣାଶୁଣା ଅଭିନେତା ଓ ନିର୍ଦ୍ଦେଶକ ଥିଲେ । ସେ ୨୦୦ରୁ ଅଧିକ ନାଟକରେ ଅଭିନୟ, ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା, ୨୦ରୁ ଉର୍ଦ୍ଧ୍ୱ ଓଡ଼ିଆ କଥାଚିତ୍ର ଓ ଗୋଟିଏ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି । ସେ ୧୯୫୭ରୁ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଅଭିନେତା ଅଟନ୍ତି ।
ରାମଚନ୍ଦ୍ର ପ୍ରତିହାରୀ | |
---|---|
ଜନ୍ମ | ହରଚଣ୍ଡୀ ସାହି, ପୁରୀ[1] | ୧୭ ଜାନୁଆରୀ ୧୯୩୬
ମୃତ୍ୟୁ | ୨୭ ଜାନୁଆରୀ ୨୦୧୯ ୮୩) | (ବୟସ
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୫୧-୧୯୯୭ |
ରାମଚନ୍ଦ୍ର, ଅଭାବ ଅନଟନ ଯୋଗୁ ବେଶୀ ପାଠ ପଢ଼ି ପାରିନଥିଲେ । ପିଲାଦିନରୁ ସଙ୍ଗୀତ ପ୍ରତି ରୁଚି ରହିଥିଲା । ୧୯୫୧ ମସିହାରେ, "ଉତ୍କଳ ନାଟ୍ୟ ସଂଘ" ଅନୁଷ୍ଠାନ ଆନୁକୁଲ୍ୟରେ ପୌରାଣିକ ନାଟକ "କର୍ଣ୍ଣାଜୁନ"ରେ ସେ ଶକୁନି ଭୂମିକାରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ । ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ସେ ଜଗନ୍ନାଥ ମନ୍ଦିରରେ ଜଣେ ସୁପକାର ଭାବରେ କାମ କରିଥିଲେ ।
ସଙ୍ଗୀତକାର, ଅଭିନେତା ଏବଂ ନିର୍ଦ୍ଦେଶକ ଆଦି ରାମଚନ୍ଦ୍ର ନାଟକର ବହୁ ବିଭାଗରେ କାମ କରିଛନ୍ତି । ବାଲ୍ୟବନ୍ଧୁ "ଜଗବନ୍ଧୁ ମିଶ୍ର" ତାଙ୍କୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସହିତ ପରିଚୟ କରେଇଥିଲେ । ୧୯୬୧ ମସିହାରେ ବ୍ରହ୍ମପୁରରେ ସେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ଏକ କ୍ୟାମ୍ପରେ କାମ କରିବା ଆରମ୍ଭ କରିଥିଲେ । ଦରମା ଥିଲା ୪ଅଣା । ୧୯୬୬ ମସିହାରେ ସେ "ମଞ୍ଚରୂପା ନାଟକ ଏକାଡେମୀ" ଓ ୧୯୮୬ ମସିହାରେ "ଶିଳ୍ପୀ ନାଟକ ଏକାଡେମୀ" ଗଠନ କରି ବାସ୍ତବଧର୍ମୀ ନାଟକ ପରିବେଷଣ କରିବା ଆରମ୍ଭ କରିଥିଲେ ।
୧୯୬୨ ମସିହାରେ ନୂଆ ବୋଉ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ରାମଚନ୍ଦ୍ର, ବର୍ତ୍ତମାନ ସୁଦ୍ଧା ୨୪ରୁ ଅଧିକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ଏଇ ମିଳନ ଯୁଗ ଯୁଗର | ୨୦୧୦ | |
ଜୟ ଜଗନ୍ନାଥ | ୨୦୦୭ | ସବ୍ୟସାଚୀ ମହାପାତ୍ର |
ଆରତୀ | ୧୯୮୧ | ଜେ. ଏଚ୍. ସତ୍ତାର |
ଅନୁରାଧା | ୧୯୮୦ | |
ନୀଳମାଧବ | ୧୯୭୯ | ଜେ ପି ଭଗତ |
ମୁକ୍ତି | ୧୯୭୭ | ବ୍ୟୋମକେଶ ତ୍ରିପାଠୀ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.