ଓଡ଼ିଆ ଶିଶୁ ସାହିତ୍ୟକ From Wikipedia, the free encyclopedia
ରାମକୃଷ୍ଣ ନନ୍ଦ (୨୫ ଫେବୃଆରୀ ୧୯୦୬ - ୨୮ ସେପ୍ଟେମ୍ବର ୧୯୯୪) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟକ[2] ଓ ଗୀତିକାର ।[3] ସେ ଛାପାଖାନା ଓ ମୁଦ୍ରଣାଳୟ ପ୍ରତିଷ୍ଠା କରି, ବହୁ ଓଡ଼ିଆ ପୁସ୍ତକ ଓ ପତ୍ରିକା ପ୍ରକାଶନା କରିଥିଲେ । ତାଙ୍କ ରଚିତ ଆହେ ଦୟାମୟ ବିଶ୍ୱ ବିହାରୀ ଓଡ଼ିଶାର ବହୁ ବିଦ୍ୟାଳୟରେ ପ୍ରାର୍ଥନା ଭାବରେ ଗାନ କରାଯାଏ ।
ରାମକୃଷ୍ଣ ନନ୍ଦ | |
---|---|
ଜନ୍ମ ଓ ଜନ୍ମସ୍ଥାନ |
କଟକ ଜିଲ୍ଲା | ୨୫ ଫେବୃଆରୀ ୧୯୦୬
ମୃତ୍ୟୁ | ୨୮ ସେପ୍ଟେମ୍ବର ୧୯୯୪ ୮୮) କଟକ | (ବୟସ
ବୃତ୍ତି | ଶିଶୁ ସାହିତ୍ୟିକ, ଗୀତିକାର |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ଆହେ ଦୟାମୟ ବିଶ୍ୱବିହାରି |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ |
ଜୀବନସାଥୀ | ସୌଦାମିନି ଦେବୀ |
ରାମକୃଷ୍ଣ , ୧୯୦୬ ମସିହା ଫେବୃଆରୀ ୨୫ତାରିଖରେ କଟକ ଗୋବିନ୍ଦପୁର ଅନ୍ତ୍ରର୍ଗତ ବାଇରୋଇଠାରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା । ସେଥିଯୋଗୁ, ରାମକୃଷ୍ଣଙ୍କୁ ପାଠ ପଢ଼ିବା ଛାଡ଼ି ଚାକିରି କରିବାକୁ ପଡିଥିଲା । ମାଟ୍ରିକ ପାସ କରିବା ଆଗରୁ ତାଙ୍କର ବାହାଘର ହୋଇ ଯାଇଥିଲା । ବିବାହ ପରେ ଚାକିରି ଛାଡ଼ି, ପୁଣି ପାଠ ପଢ଼ିବା ଆରମ୍ଭ କରିଥିଲେ । ସ୍ନାତକୋତ୍ତର ପାଠ ପଢ଼ିଥିଲେ ସୁଦ୍ଧା ଅଭାବ ଅନଟନ ଯୋଗୁ ସମାପ୍ତ କରି ପାରିନଥିଲେ ।
୧୯୪୬ ମସିହାରେ, ରାମକୃଷ୍ଣ କଟକ ତଳ ତେଲେଙ୍ଗା ବଜାରରେ ଜାଗା କିଣି ଘର ତିଆରି କରିଥିଲେ ଓ ସେଠାରେ "ପାରିଜାତ" ଛାପାଖାନା ବସେଇଥିଲେ । ଏହା ଏକ ବିବାଦିୟ ପରିସ୍ଥିତିରେ ବନ୍ଦ ହୋଇଥିଲା ଓ ତା ପରେ ରାମକୃଷ୍ଣ "ସଂସାର ପ୍ରେସ" ସ୍ଥାପନା କରିଥିଲେ । ୧୯୫୧ ମସିହାରେ ଏହି ପ୍ରେସରୁ "ସଂସାର" ପତ୍ରିକା ପ୍ରକାଶନ ଆରମ୍ଭ କରାଗଲା ।[4] ପାଠ୍ୟ ପୁସ୍ତକର ଜାତୀୟ କରଣ ପୂର୍ବରୁ, ସେ ବହୁ ପୁସ୍ତକ ଛାପିଥିଲେ । ୧୯୩୩ ମସିହାରେ ବାରିପଦାରେ ଶିକ୍ଷକତା କରୁଥିବା ସମୟରେ, ସେ "ଆହେ ଦୟାମୟ ବିଶ୍ୱ ବିହାରୀ" ରଚନା କରିଥିଲେ ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.