ଲକ୍ଷ୍ମୀ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ଅଟନ୍ତି । ସେ ଶ୍ରୀ ଭାବେ ମଧ୍ୟ ପରିଚିତ ।[1] ସେ ଭଗବାନ ବିଷ୍ଣୁଙ୍କର ସହଧର୍ମିଣୀ ଓ ଶକ୍ତି ସୂରୁପା ।[2] ରାମାୟଣ ମତେ[3] ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ ।[4] ସେ ସମୁଦ୍ରଙ୍କର କନ୍ୟା । ଲକ୍ଷ୍ମୀଙ୍କର ବାହାନ ପେଚା, ମତାନ୍ତରେ ହାତୀ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରୁକ୍ମଣୀ ଓ ସତ୍ୟଭାମା ଲକ୍ଷ୍ମୀଙ୍କ ଅବତାର ଭାବେ ପରିଚିତ ।[5] ପ୍ରେମ ଏବଂ ପ୍ରଜନନର ଦେବତା କାମଦେବ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର ଭାବେ ବର୍ଣ୍ଣିତ ହେଇଥାନ୍ତି ।
ତାଙ୍କର ଚାରିହାତ ଧର୍ମ, କାମନା, ଅର୍ଥ ଓ ମୋକ୍ଷର ପ୍ରତୀକ । [6][7] ତାଙ୍କୁ ପୂଜାକରିବାଦ୍ୱାରା ଧର୍ମ, କାମନା, ଅର୍ଥ ଓ ମୋକ୍ଷ ଭାବନାରୁ ମୁକ୍ତ ହୋଇ ଜଣେ ନିର୍ବାଣ ପାଇପାରିବ । ଓଡ଼ିଶାରେ ପ୍ରତ୍ୟେକ ହିନ୍ଦୁଘରେ ଗୁରୁବାର ଦିନ ଲକ୍ଷ୍ମୀଙ୍କର ପୂଜା ହୁଏ । ଭୃଗୁଋଷିଙ୍କ ତପସ୍ୟା ଫଳରେ ସେ ଭାର୍ଗବୀ, ଶ୍ରୀ ଆଦି ରୂପରେ ଅବତୀର୍ଣ୍ଣା ହୋଇଥିଲେ । ଭାରତର କେତେକସ୍ଥାନରେ ଏଥିପାଇଁ ଭୃଗୁକନ୍ୟାରୂପେ ଶୁକ୍ରବାର ଦିନ ଲକ୍ଷ୍ମୀପୂଜା କରାଯାଏ । ଓଡ଼ିଶାରେ ମାର୍ଗଶିର ମାସ ଗୁରୁବାର ଲକ୍ଷ୍ମୀଙ୍କର ପ୍ରିୟପୂଜା ମାଣବସା ପୂଜା ନାମରେ ପ୍ରସିଦ୍ଧ ।
ନାମ
ପଦ୍ମ ଫୁଲସହ ତାଙ୍କର ନିକଟତା ନେଇ ତାଙ୍କର ଅନେକ ନାମ ଅଛି ଯଥା :
- ପଦ୍ମା : ପଦ୍ମରେ ଯେ ବାସ କରନ୍ତି
- କମଳା : କମଳରେ ଯେ ବାସ କରନ୍ତି
- ପଦ୍ମପ୍ରିୟା : ଯେ ପଦ୍ମକୁ ପସନ୍ଦ କରନ୍ତି
- ପଦ୍ମମୁଖୀ : ଯାହାର ମୁଖ ପଦ୍ମ ଭଳି ସୁନ୍ଦର
- ପଦ୍ମାକ୍ଷୀ : ଯାହାର ଆଖି ପଦ୍ମ ପରି ସୁନ୍ଦର
- ପଦ୍ମହସ୍ତା : ଯେ ପଦ୍ମ ଧାରଣ କରିଥାନ୍ତି
- ପଦ୍ମସୁନ୍ଦରୀ: ଯେ ପଦ୍ମ ପରି ସୁନ୍ଦର
ଅନ୍ୟ ନାମଗୁଡ଼ିକ ହେଲା:
- ବିଷ୍ଣୁପ୍ରିୟା: ଯେ ବିଷ୍ଣୁଙ୍କ ପ୍ରିୟା
- ଉଲ୍ଲୁକବାହିନୀ: ଯେ ପେଚା ଉପରେ ବସି ଗମନ କରନ୍ତି
ସ୍ତୁତି
ଲକ୍ଷ୍ମୀ ଐଶ୍ୱର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -
ପଦ୍ମାଳୟା ପଦ୍ମକରାଂ ପଦ୍ମପତ୍ର ନିଭେକ୍ଷଣାମ୍ ବନ୍ଦେ ପଦ୍ମମୁଖୀଂ ପ୍ରିୟାମ୍ୟହମ୍
ଆଉରି ଦେଖନ୍ତୁ
- ସୁଦଶା ବ୍ରତ
- ଲକ୍ଷ୍ମୀନାରାୟଣ ବ୍ରତ
- ଗୁରୁପଞ୍ଚମୀ ବ୍ରତ
ଆଧାର
ଅଧିକ ତଥ୍ୟ
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.