ମନୋଜ ବାଜପେୟୀ (ଜନ୍ମ: ୨୩ ଅପ୍ରେଲ ୧୯୬୯), ଜଣେ ଭାରତୀୟ କଥାଚିତ୍ର ଅଭିନେତା ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାର୍ଯ୍ୟ କରନ୍ତି ଏବଂ ତେଲୁଗୁ ଓ ତାମିଲ କଥାଚିତ୍ର ଜଗତରେ ମଧ୍ୟ ଅଭିନୟ କରିଛନ୍ତି । ସେ ଏବେଯାଏଁ ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଚାରୋଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି ।
ମନୋଜ ବିହାରର ନରକଟିଆଗଞ୍ଜର ବେଲୱା ନାମକ ଏକ ଛୋଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[1] ସେ ପିଲାଦିନୁ ଅଭିନେତା ହେବାର ଲକ୍ଷ୍ୟ ରଖିଥିଲେ । ସେ ୧୭ ବର୍ଷର ହୋଇଥିବାବେଳେ ଦିଲ୍ଲୀ ଚାଲିଯାଇଥିଲେ[2] ଏବଂ ସେଠାରେ ଜାତୀୟ କଳା ସ୍କୁଲରେ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ, ମାତ୍ର ୩ଥର ଆବେଦନ ପରେ ମଧ୍ୟ ତାଙ୍କୁ ନାମ ଲେଖାଇବାର ସ୍ୱୀକୃତି ମିଳିପାରିନଥିଲା ।[3] ସେ କଲେଜରେ ପଢ଼ୁଥିବାବେଳେ ଥିଏଟରରେ କାମ କରିବା ଜାରି ରଖିଥିଲେ । ଏହାପରେ ସେ ୪ର୍ଥ ଥର ପାଇଁ ପୁଣି ଜାତୀୟ କଳା ସ୍କୁଲରେ ଆବେଦନ କରିଥିଲେ ଏବଂ ସେଠାରେ ସେ ଜଣେ ପ୍ରଶିକ୍ଷକ ଭାବରେ ନିଯୁକ୍ତି ପାଇଥିଲେ ।[2] ୧୯୯୪ ମସିହାରେ ମନୋଜ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଥିଲେ । ସେ ୧୯୯୪ରେ ଶେଖର କପୁରଙ୍କର ଚଳଚ୍ଚିତ୍ର ଦ୍ରୋହକାଳରେ ଏକ ଡାକୁ ଭୂମିକାରେ ମାତ୍ର ଗୋଟିଏ ମିନିଟ୍ର ଅଭିନୟ କରିଥିଲେ ।[4] ଏହାପରେ ସେ ଏହିଭଳି କିଛି ଛୋଟମୋଟ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କର ଅଭିନୟ କାହାର ନଜରକୁ ଆସିନଥିଲା । ୧୯୯୮ ମସିହାରେ ରାମ ଗୋପାଳ ବର୍ମାଙ୍କ ଅପରାଧୀ ଭିତ୍ତିକ ଚଳଚ୍ଚିତ୍ର ସତ୍ୟାରେ ଜଣେ ଗୁଣ୍ଡା ଭିକୁ ମାଃତ୍ରେ ଭୂମିକାରେ ଅଭିନୟ କରିଥିଲେ ।[5] ଏହି କଥାଚିତ୍ରଟିର ତାଙ୍କୁ ବଡ଼ ସଫଳତା ଆଣିଦେଇଥିଲା ।[6] ଏହି ଚଳଚ୍ଚିତ୍ର ପାଇଁ ମନୋଜଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ସହକାରୀ ଅଭିନେତା ଓ ଫିଲ୍ମଫେୟାରରେ ସମୀକ୍ଷକଙ୍କ ପସନ୍ଦର ଶ୍ରେଷ୍ଠ ଅହଭିନେତା ପୁରସ୍କାର ମିଳିଥିଲା ।[7][8][9] ଏହାପରେ ସେ ୧୯୯୯ ମସିହାରେ ଖୁନ୍ ଓ ଶୁଲ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[10] ପରିବର୍ତ୍ତୀ ସମୟରେ ମନୋଜ ୨ୟ ଥର ପାଇଁ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ନାୟକ ଫିଲ୍ମଫେୟାର ପୁରସ୍କାର ପାଇଥିଲେ ।[11] ପରେ ସେ ୨୦୦୧ ମସିହାରେ ଜୁବେଇଦାରେ ଦୁଇଜଣ ପତ୍ନୀ ଥିବା ଜଣେ ରାଜକୁମାର ଭୂମିକାରେ ଅଭିନୟ କରିଥିଲେ[12], ଅକ୍ସରେ ଜଣେ ନିୟମିତ ହତ୍ୟାକାରୀ ଏବଂ ୨୦୦୨ର କଥାଚିତ୍ର ରୋଡ୍ରେ ଜଣେ ମାନସିକ ବିକାର ଗ୍ରସ୍ତ ହତ୍ୟାକାରୀ ଭୂମିକା ଅଭିନୟ କରିଥିଲେ ।[13]
୨୦୦୩ରେ ମନୋଜ ପିଞ୍ଜାର ଚଳଚ୍ଚିତ୍ର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଏକ ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ ।[14] ଏହାପରେ ତାଙ୍କର କିଛି ଚଳଚ୍ଚିତ୍ର ସେତେଟା ସଫଳ ହୋଇନଥିଲା ଏବଂ ପୁଣିଥରେ ତାଙ୍କର ଅଭିନୀତ ଭୂମିକା କାହାର ଧ୍ୟାନରେ ଆସିନଥିଲା । ପରିବର୍ତ୍ତୀ ସମୟରେ ୨୦୧୦ରେ ସେ ରାଜନୀତି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଟି ଅନେକ ପସନ୍ଦ କରିଥିଲେ ।[15] ୨୦୧୨ରେ ମନୋଜ ହତ୍ୟାଭିତ୍ତକ ଚଳଚ୍ଚିତ୍ର ଗ୍ୟାଙ୍ଗ୍ସ୍ ଅଫ୍ ୱାସେପୁରରେ ସରଦାର ଖାନ୍ ଭୂମିକାରେ ଅଭିନୟ କରିଥିଲେ ।[16] ଏହି ଚଳଚ୍ଚିତ୍ରଟି କାନ୍ସ ପୁରସ୍କାର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା[17] ଏବଂ ଫିଲ୍ମଫେୟାରରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ମନୋନୀତ ହୋଇଥିଲା ।[18] ଏହାପରେ ୨୦୧୨ରେ ଚକ୍ରବ୍ୟହରେ ଜଣେ ନକ୍ସଲପନ୍ଥୀ, ୨୦୧୩ରେ ସ୍ଫେଶାଲ ୨୬ରେ ସିବିଆଇ ଅଧିକାରୀ ଆଦି ଭୂମିକାରେ ଅଭିନୟ କରିଥିଲେ । ୨୦୧୬ ମସିହାରେ ହଂସଲ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏକ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ଅଲିଗଡ଼ରେ ପ୍ରଫେସର ରାମଚନ୍ଦ୍ର ସିରାସଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମଫେୟାରରେ ୩ୟ ଥର ପାଇଁ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ନାୟକ ପୁରସ୍କାର ପାଇଥିଲେ ଏବଂ ୨୦୧୬ ଏସିଆ ପେସିଫିକ୍ ସ୍କ୍ରୀ ପୁରସ୍କାରରେ ଶ୍ରେଷ୍ଠ ନାୟକ ପୁରସ୍କାର ପାଇଥିଲେ । ମନୋଜ ହିନ୍ଦୀ କଥାଚିତ୍ର ବ୍ୟତୀତ ତେଲୁଗୁ, ତାମିଲ ଆଦି କଥାଚିତ୍ରରେ ଖଳନାୟକ, ସହକାରୀ ଅଭିନେତା ଆଦି ଭୂମିକାରେ ଅଭିନୟ କରିଛନ୍ତି ।
ଆଧାର
ବାହାର ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.