ଓଡ଼ିଆ କବି, ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା From Wikipedia, the free encyclopedia
ବୀରକିଶୋର ଦାସ (୨୩ ନଭେମ୍ବର ୧୮୯୮ - ୨୮ ଅପ୍ରେଲ ୧୯୭୩)[1] ଜଣେ କବି ଓ ରାଜନେତା ଥିଲେ । ସେ ୧୮୯୮ ନଭେମ୍ବର ୨୩ ତାରିଖ ଦିନ,[2] ଜଗତସିଂହପୁର ଜିଲ୍ଲାର ପୁନଙ୍ଗ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । [3] ଜାତୀୟ କବି ଭାବେ ପରିଚିତ ବୀରକିଶୋର ଥିଲେ ପିତା ଜମିଦାର ଗୋପାଳ ଚନ୍ଦ୍ର ଦାସଙ୍କର ପ୍ରଥମ ସନ୍ତାନ ।
ଜାତୀୟ କବି ବୀରକିଶୋର ଦାସ | |
---|---|
ବିଧାୟକ, ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୯ – ୨୫ ଫେବୃଆରୀ ୧୯୬୧ | |
ନିର୍ବାଚନ ମଣ୍ଡଳୀ | ଜଗତସିଂହପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ପୁନଙ୍ଗ, ଜଗତସିଂହପୁର ଜିଲ୍ଲା, ଓଡ଼ିଶା | ୨୩ ନଭେମ୍ବର ୧୮୯୮
ମୃତ୍ୟୁ | ୨୮ ଅପ୍ରେଲ ୧୯୭୩ ୭୪) ସ୍ୱରାଜ ଆଶ୍ରମ, କଟକ | (ବୟସ
ରାଜନୀତିକ ଦଳ | ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ଶାରଦା ସୁନ୍ଦରୀ ଦେବୀ |
ବୃତ୍ତି | କବି |
ଗ୍ରାମ ଚାଟଶାଳୀରେ ପ୍ରାଥମିକ ଶିଷା ସମାପ୍ତ ପରେ କଟକର ଭିକ୍ଚୋରିଆ ଊଚ୍ଚବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ୧୯୧୧ ମସିହାରେ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ କଟକ କଲେଜରେ ଏଫ୍.ଏ (F.A) ପଢ଼ିଥିଲେ, ମାତ୍ର ସମ୍ପୂର୍ଣ୍ଣ କରିନଥିଲେ ।
୧୯୨୩ ମସିହାରେ ସ୍ୱାଧୀନତା ସଂଗ୍ରାମୀ ଧରମାନନ୍ଦ ପଟ୍ଟନାୟକଙ୍କର କନ୍ୟା ଶାରଦାଙ୍କ ସହ ବିବାହ କରିଥିଲେ । କଟକର ପ୍ୟାରୀମୋହନ ଏକାଡେମୀରେ ଅସ୍ଥାୟୀ ଶିକ୍ଷକତା, ପରେ ସରକାରୀ କିରାଣୀ ଚାକିରି କରିଥିଲେ । ମାତ୍ର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସରକାରି ଚାକିରି ଛାଡିଥିଲେ । ୧୯୩୦ରେ ଲବଣ ସତ୍ୟାଗ୍ରହରେ ଯୋଗଦାନ କରିଥିଲେ । ସଂଗ୍ରାମୀ ଜୀବନରେ ତାଙ୍କୁ ସାତଥର ଜେଲ ଦଣ୍ଡ ଭୋଗିଥିଲେ ଏବଂ ପୁଲିସ୍ ତାଙ୍କର ଅନେକ ପାଣ୍ଡୁଲିପି ନଷ୍ଟ କରିଦେଇଥିଲା । ସ୍ୱାଧୀନତା ପରେ କଟକ ସଦର ଲୋକାଲ୍ ବୋର୍ଡ ଚେୟାରମ୍ୟାନ ପଦଗ୍ରହଣ କରିଥିଲେ । ସେ ଦ୍ୱିତୀୟ ବିଧାନ ସଭା[4] ଓ ପୁସ୍ତକ ଜାତୀୟ କାରଣ କମିଟିର ସଭ୍ୟ ରହିଥିଲେ । ୧୯୭୩ ମସିହା ଏପ୍ରିଲ୍ ୨୮ ତାରିଖ ଦିନ କଟକସ୍ଥିତ ସ୍ୱରାଜ ଆଶ୍ରମରେ ମୃତ୍ୟୁବରଣ କରିଥିଲେ ।
ପ୍ରଥମ କବିତା ପୁସ୍ତକ ମୋହନବଂଶୀ ୧୯୨୨ରେ ରଚନା କରିଥିଲେ । ଏଥିରେ ବାପୁଜୀଙ୍କର କଥା ଓ ବାଣୀ ରହିଥିଲା । କବିତା ପୁସ୍ତକ ରଣ ଦୁନ୍ଦୁଭୀ, ରଣଭେରୀ, ବିଦ୍ରୋହୀବୀଣା, ମୋହନବେଣୁ, ସବୁଜସାଥି, ସମର ଯୁଗର ଅମର ଗୀତ, ସାତଦୀପ ଇତ୍ୟାଦି । ୧୯୪୬ରେ ପାଠ୍ୟ ପୁସ୍ତକ ମୋ ଛବିବହି ଓ ନୂଆ ଛବିବହି ସେ ଲେଖିଥିଲେ । ମାସିକ ଶିଶୁ ସାହିତ୍ୟିକ ପତ୍ରିକା ମୋ ଦେଶ ଆରମ୍ଭ କରିଥିଲେ । ଶିଶୁଲେଖା ପତ୍ରିକା ତାଙ୍କ ସାଧନାର ଫଳ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.