ଭାରତୀୟ ଉପନ୍ୟାସକାର ଓ କବି From Wikipedia, the free encyclopedia
ବିକ୍ରମ ସେଠ୍ , ( ଜନ୍ମ ୨୦ ଜୁନ ୧୯୫୨ ) ଜଣେ ଭାରତୀୟ ଉପନ୍ୟାସକାର ଓ କବି । ସେ ଅନେକ ଉପନ୍ୟାସ ଓ କବିତା ପୁସ୍ତକ ଲେଖିଛନ୍ତି । ସେ ପଦ୍ମଶ୍ରୀ ସମେତ ଭାରତୀୟ ସାହିତ୍ୟ ଏକାଡେମି ପୁରସ୍କାର , ପ୍ରବାସି ଭାରତୀୟ ସମ୍ମାନ , ଡବ୍ଲୁ . ଏଚ .ସ୍ମିଥ ସାହିତ୍ୟ ପୁରସ୍କାର ( WH Smith literary Award ) ଓ କ୍ରଶୱାର୍ଡ ପୁସ୍ତକ ପୁରସ୍କାରର ବିଜେତା । ଭାରତୀୟ ଇଂରାଜୀ ଭାଷା ପାଇଁ ତାଙ୍କର କବିତା ସଂଗ୍ରହ "ମେପିଂସ" (mappings) ଓ "ବିସ୍ତଲି ତେଲସ୍ "(Beastly Tales)ର ଅବଦାନ ଉଲ୍ଲେଖନୀୟ ।
ବିକ୍ରମ ଶେଠଙ୍କ ଜନ୍ମ ୨୦ ଜୁନ ୧୯୫୨ ମସିହାରେ ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତାଠାରେ ହେଇଥିଲା । ତାଙ୍କ ପିତା ପ୍ରେମନାଥ ଶେଠ ବାଟା କମ୍ପାନୀର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ ଓ ମାଁ ଲେଇଲା ଶେଠ ଜଣେ ବାରିଷ୍ଟର ଭାବରେ କାର୍ଯ୍ୟ କରି ଜଣେ ମହିଳା ଭାବରେ ଦିଲ୍ଲୀ ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଥିଲେ । .[1]
ବିକ୍ରମ ପାଟଣାଠାରେ ଥିବା ସେଣ୍ଟ ମାଇକେଲଙ୍କ ହାଇସ୍କୁଲ ଓ ପରେ ଦେହେରାଡୁନସ୍ଥିତ ଡୁନ ସ୍କୁଲରେ ଶିକ୍ଷା ପ୍ରାପ୍ତ କରିଥିଲେ । ଡୁନଠାରେ ଗ୍ରାଜୁଏସନ କଳା ପରେ ସେ ଇଂଲଣ୍ଡର ଟନବ୍ରିଜ ସ୍କୁଲକୁ ତାଙ୍କର ଏ- ସ୍ତର [2][3][4]ଶିକ୍ଷା ପାଇଁ ଯାଇଥିଲେ । ସେହି ଇଂଲଣ୍ଡଠାରେ ସେ କର୍ପସ ଚ୍ରିଷ୍ଟି କଲେଜ ( Corpus Christi College)ରେ ଦର୍ଶନଶାସ୍ତ୍ର , ରାଜନୀତି ଓ ଅର୍ଥନୀତିରେ ଅଧ୍ୟୟନ କରିଥିଲେ । ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ । [5][6][7]
ଇଂଲଣ୍ଡ ଦେଶରେ ବିକ୍ରମ ବହୁଦିନ ଅବସ୍ଥାନ କରିବା ସହ ସେ ରହୁଥିବା ସାଲିସବରୀ ଅଞ୍ଚଳରେ ସ୍ଥାନୀୟ ସାହିତ୍ୟିକ ଓ ସଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ । ସେ ସେଠାରେ ଥିବା ଏଙ୍ଗ୍ଲିକାନ( anglican ) କବି ଜର୍ଜ ହୋବାର୍ଟ [8]ଙ୍କ ବାସଗୃହକୁ ୧୯୯୬ ମସିହାରେ କିଣି ତାହାକୁ ପୁନର୍ନିର୍ମାଣ କରିଥିଲେ ।
୨୦୦୬ ମସିହାରେ ସେ ସମଲିଙ୍ଗିମାନଙ୍କ ବିରୁଦ୍ଧରେ ଥିବା ଭାରତୀୟ ପେନାଲ୍ କୋଡ ର ଧାରା ୩୭୭କୁ ବିରୋଧ କରି ଆନ୍ଦୋଳନ କରିଥିଲେ । ତାଙ୍କ ମାତା ତାଙ୍କର ଳିଙ୍ଗ ଭେଦ ରହିଥିବା କଥା ଭାବରେ ସ୍ୱୀକାର କରିଥିଲେ । [9]
ଶେଠ ତାଙ୍କର ପ୍ରଥମ କବିତା " ମେପିଂସ " ୧୯୮୦ ମସିହାରେ ରଚନା କରିବା ପରେ " A Suitable Boy " ନାମକ ଏକ ଦୀର୍ଘ ଉପନ୍ୟାସ ରଚନା କରି ଲୋକନଜରକୁ ଆସିଥିଲେ । ଏହି ଉପନ୍ୟାସ ପାଇଁ ସେ ସମ୍ମାନଜନକ WH Smith ସାହିତ୍ୟିକ ପୁରସ୍କାର ପ୍ରାପ୍ତ ହେଇଥିଲେ । ଏକ ଭାଇଓଲିନ ବାଦକର ବିଫଳ ପ୍ରେମ କାହାଣୀକୁ ନେଇ ଲେଖିଥିବା " Two Lives" ୨୦୦୫ ମସିହାରେ ପ୍ରକାଶିତ ହେଇଥିଲା । ସେ ସମୁଦାୟ ୬ଟି କବିତା ପୁସ୍ତକ ଓ ୩ଟି ଉପନ୍ୟାସ ପ୍ରକାଶିତ କରିଥିଲେ ।
ତିବତ ଯାତ୍ରା ଉପରେ ସେ ଏକ ଯାତ୍ରା କାହାଣୀ Travel Through Sinkiang and Tibet" ମଧ୍ୟ ପ୍ରକାଶ କରିବା ସହ ଇଂଲଣ୍ଡର ଜାତୀୟ ଅପେରା ପାଇଁ ଗ୍ରୀକ କିମ୍ବଦନ୍ତୀ ଉପରେ ପର୍ଯ୍ୟବସିତ ନାଟକ ରଚନା କରିଥିଲେ ।ଏହି ଅପେରା ୧୯୯୪ ମସିହାରେ ପ୍ରଦର୍ଶିତ ହେଇଥିଲା ।
ବିକ୍ରମ ସେଠ୍ଙ୍କୁ ବ୍ରିଟିଶ ସରକାର " Commander of the Order of the British Empire " ସମ୍ମାନ ୨୦୦୧ ମସିହାରେ ପ୍ରଦାନ କରିଥିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.