ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ବାଲିକୁଦା-ଏରସମା (କ୍ରମିକ ସଂଖ୍ୟା: ୧୦୩) ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଲିକୁଦା ବ୍ଳକ ଓ ଏରସମା ବ୍ଳକ ।[2][3]
ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ : | ସାରଦା ପ୍ରସନ୍ନ ଜେନା (ବିଜେଡି) (୨୦୨୪) |
ଆରକ୍ଷଣ: | ସାଧାରଣ |
ଭୋଟର ସଂଖ୍ୟା (୨୦୨୪): | ୨,୬୭,୯୮୦ |
ଜିଲ୍ଲା: | ଜଗତସିଂହପୁର |
ଲୋକସଭା ଆସନ: | ଜଗତସିଂହପୁର |
ପଞ୍ଚାୟତ ସମିତି: | ୨ |
ଗତ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସାରଦା ପ୍ରସନ୍ନ ଜେନା, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ଠାରୁ ୨୫,୯୫୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁନନ୍ଦନ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡା. ଲଲାଟେନ୍ଦୁ ମହାପାତ୍ରଙ୍କଠାରୁ ୫୪,୫୮୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କଠାରୁ ୨୯,୩୫୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଉମେଶ ଚନ୍ଦ୍ର ସ୍ୱାଇଁଙ୍କଠାରୁ ୩୧,୩୮୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
ପୁନର୍ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ପ୍ରଥମେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।[4]
୨୦୦୯ ନିର୍ବାଚନ ପୂର୍ବରୁ ବାଲିକୁଦା ଓ ଏରସମା ନାମରେ ଦୁଇଟି ପୃଥକ ନିର୍ବାଚନ ମଣ୍ଡଳୀ ଥିଲା । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[6][7] [8]
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.