Remove ads
From Wikipedia, the free encyclopedia
ଶ୍ରୀକୃଷ୍ଣଙ୍କ ବୈମାତ୍ରେୟ ଜ୍ୟେଷ୍ଠ ଭ୍ରାତା ବଳରାମ ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ର ରୂପେ ପରିଚିତ । ସୁଭଦ୍ରା ବଳରାମଙ୍କ ଭଗିନୀ । ବସୁଦେବଙ୍କ ଔରସରେ ରୋହିଣିଙ୍କ ଗର୍ଭରୁ ଶ୍ରାବଣପୂର୍ଣ୍ଣିମା (ଗହ୍ମାପୂର୍ଣ୍ଣମୀ) ଦିନ ବଳରାମ ଜାତ ହୋଇଥିଲେ । ବଳରାମ ରେବତ ରାଜାଙ୍କ କନ୍ୟା ରେବତୀଙ୍କୁ ବିବାହ କରିଥିଲେ । ରେବତୀଙ୍କ ଗର୍ଭରେ ଜନ୍ମିତ ବଳରାମଙ୍କ ଦୁଇପୁତ୍ର ହେଲେ ନିଶଠ ଓ ଉଲ୍ମୁକ । ଗଦାଯୁଦ୍ଧ ଶିକ୍ଷା କରିବା ଲାଗି ଦୁର୍ଯ୍ୟୋଧନ ବଳରାମଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲେ। ବଳରାମ ପ୍ରଳମ୍ବାସୁରକୁ ଭାଣ୍ଡୀର ବନରେ ଓ ଧେନୁକାସୁରକୁ ପର୍ବତ ଶୀର୍ଷଦେଶରୁ ନିକ୍ଷେପ କରି ନିହତ କରିଥିଲେ। ତାଙ୍କ ରଥର ନାମ ତାଳଧ୍ୱଜ ଓ ପ୍ରଧାନ ଆୟୁଧ ହଳ ଓ ମୂଷଳ।
ବଳରାମଙ୍କୁ ବେଳେବେଳେ ବିଷ୍ଣୁଙ୍କ ସହ ଜଡ଼ିତ ଶେଷ ନାଗର ଅବତାର ଭାବରେ ବର୍ଣ୍ଣନା କରାଯାଏ; କୃଷ୍ଣଙ୍କୁ ବିଷ୍ଣୁଙ୍କ ଅବତାର ଭାବରେ ବିବେଚନା କରାଯାଏ । କେତେକ ପରମ୍ପରାରେ ତାଙ୍କୁ ନିଜେ ବିଷ୍ଣୁଙ୍କର ୧୦ଟି ପ୍ରମୁଖ ଅବତାର ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରନ୍ତି ।[୧][୨]
ଭାରତୀୟ ସଂସ୍କୃତିରେ ବଳରାମଙ୍କ ମହତ୍ତ୍ୱର ପ୍ରାଚୀନ କାଳରୁ ରହିଛି । କଳାକୃତିରେ ତାଙ୍କର ଛବି ସାଧାରଣ ଯୁଗର ପ୍ରାରମ୍ଭରେ ଏବଂ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ମୁଦ୍ରାରେ ରହିଛି ।[୩] ଜୈନ ଧର୍ମରେ ସେ ବଳଦେବ ନାମରେ ପରିଚିତ ଏବଂ ଐତିହାସିକ ଦୃଷ୍ଟିରୁ ଜଣେ ଗୁରୁତ୍ୱପୂର୍ଣ୍ଣ କୃଷକ ସମ୍ବନ୍ଧୀୟ ଦେବତା ଥିଲେ ।[୪][୫]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.