ଭାରତର ଏକ ହିନ୍ଦୁ ମନ୍ଦିର From Wikipedia, the free encyclopedia
ମା ବରୁଣେଇ ମନ୍ଦିର ଖୋର୍ଦ୍ଧାର ପ୍ରସିଦ୍ଧ ବରୁଣେଇ ପାହାଡ଼ ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ । କୁଣ୍ଡାପଥରରେ ଭର୍ତ୍ତି ଏହି ପାହାଡ଼ର ଦୈର୍ଘ୍ୟ ୭ କିମି ଓ ପ୍ରସ୍ଥ ୮୦୦ ମିଟର । ପାହାଡ଼ର ଉଚ୍ଚତା ପ୍ରାୟ ୩୦୪.୮ ମିଟର ।
ବରୁଣେଇପାହାଡ଼ର କଟି ଦେଶରେ ୧୫୦ ଫୁଟ ଉଚ୍ଚତାରେ ମା’ ବରୁଣେଇଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ପୂଜା ପାଉଥିବା ଦୁଇ ଭଉଣୀ ବା ଦୁଇ ଦେବୀ ହେଲେ ବରୁଣେଇ ଓ କରୁଣେଇ । କଳାମୁଗୁନି ପଥରରେ ନିର୍ମିତ ବରୁଣେଇ ସିଂହାସନର ବାମପଟେ ଓ କରୁଣେଇ ଡାହାଣ ପାର୍ଶୱରେ ବିରାଜମାନ । ଯୁଦ୍ଧ ବେଶରେ ସଜ୍ଜିତ ପ୍ରତ୍ୟେକ ମୂର୍ତ୍ତିର ଉଚ୍ଚତା ୧୮ଇଞ୍ଚ । ଅଦଲ କୁଣ୍ଡ ଝରଣା ଦେବୀଙ୍କ ନାଭିସ୍ଥଳ ଦେଇ ପାଦତଳକୁ ବହିଯାଇଛି । ଏହାର ଜଳ ପାଦୁକା ଭାବେ ବ୍ୟବହାର କରାଯାଏ । ଏହି ପୀଠରେ ଦୈନିକ ପିଠା ଓ କ୍ଷୀରି ଭୋଗ କରାଯାଏ । ରଜ ପର୍ବ ସମୟରେ ୪ଦିନ ବ୍ୟାପି ଏଠାରେ ଏକ ବିରାଟ ମେଳା ଅନୁଷ୍ଠିତ ହେବା ସହ ଦେବୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ ।
କିମ୍ବଦନ୍ତୀ ଅନୁଯାୟୀ ଦୁଇଦେବୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ଓଡ଼ିଶାର ଗଜପତିଙ୍କ ସହାୟତା କରିଥିଲେ । ଦୁଇ ଭଉଣୀ ଦୁର୍ଗ ମଧ୍ୟରେ ରହି ସଂକୀର୍ଣ୍ଣ ପ୍ରାଚୀର ମଧ୍ୟରେ ପ୍ରବେଶ କରୁଥିବା ଇଂରେଜ ସୈନ୍ୟମାନଙ୍କୁ ହତ୍ୟା କରୁଥିଲେ । ଇଂରେଜମାନେ ଏହା ଜାଣିପାରି ଦୁଇ ମୂର୍ତ୍ତୀଙ୍କୁ ଅପବିତ୍ର କରି ଶକ୍ତିହୀନ କରିବାରେ ସଫଳ ହେବା ପରେ ଗଜପତି ପରାଜିତ ହୋଇଥିଲେ । ।
ପୌରାଣିକ କିମ୍ବଦନୀ ବହନ କରୁଥିବା ଅନ୍ୟ ଦର୍ଶନୀୟ ସ୍ଥାନ ଗୁଡ଼ିକ ହେଲା: ପାଣ୍ଡବ ଗୂହା, ପାଣ୍ଡବ ଗୁମ୍ଫା ଓ ପାଣ୍ଡବ ହରା।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.