From Wikipedia, the free encyclopedia
ପ୍ରୋପ୍ରାନୋଲୋଲ୍ ଏକ ବିଟା ବ୍ଲକର ଶ୍ରେଣୀର ଔଷଧ ।[୧]ଉଚ୍ଚ ରକ୍ତଚାପ, ଅନେକ ପ୍ରକାରର ଅନିୟମିତ ହୃତ୍ସ୍ପନ୍ଦନ, ଥାଇରୋଟକ୍ସିକୋସିସ୍, କାପିଲାରି ହେମାଞ୍ଜିଓମା, ପରଫରମାନ୍ସ ଆଙ୍ଗଜାଇଟି ଓ ଏସେନସିଆଲ ଟ୍ରେମର ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ । [୧][୨][୩] ନିରୋଧକ ଭାବରେ ଏହା ଅଧକପାଳୀ, ହୃତ୍ପିଣ୍ଡ ସମସ୍ୟା ଥିବା ଆଞ୍ଜାଇନା ବା ପୂର୍ବରୁ ଥିବା ହୃଦ୍ଘାତ ଇତ୍ୟାଦି ରୋଗରେ ଦିଆଯାଏ ।[୧] ଏହା ପାଟିରେ ବା ଶିରାଭ୍ୟନ୍ତରରେ ଦିଆଯାଏ । ପାଟିରେ ଦିଆଯାଉଥିବା ଔଷଧ ଦୁଇ ପ୍ରକାର ଥାଏ; ସ୍ୱଳ୍ପ କାଳୀନ ଓ ଦୀର୍ଘକାଳୀନ ।। ପାଟିରେ ଦେଲେ ଏହାର ସର୍ବାଧିକ ପ୍ରଭାବ ୯୦ ମିନିଟରେ ଅନୁଭୂତ ହୁଏ । [୧]
Clinical data | |
---|---|
Trade names | Inderal |
AHFS/Drugs.com | monograph |
data |
|
Pregnancy category |
|
Routes of administration | By mouth, rectal, IV |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 26% |
Metabolism | Liver (extensive) 1A2, 2D6; minor: 2C19, 3A4 |
Elimination half-life | 4–5 hours |
Excretion | Kidney (<1%) |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.007.618 |
Chemical and physical data | |
Formula | C16H21NO2 |
Molar mass | 259.34 g/mol |
3D model (JSmol) | |
Chirality | 1 : 1 mixture (racemate) |
SMILES
| |
InChI
| |
(verify) |
ଅଇ, ପେଟ ଯନ୍ତ୍ରଣା ଓ କୋଷ୍ଠକାଠିନ୍ୟ ଆଦି ପାର୍ଶ୍ୱ ପ୍ରତିକ୍ରିୟା ଏହି ଔଷଧରେ ଦେଖାଯାଏ । ଧୀର ହୃତ୍ପିଣ୍ଡ ଗତି ଓ ଅଧିକାଂଶ ହୃଦ୍ଘାତ ରୋଗୀଙ୍କୁ ଏହା ଦିଆଯାଏ ନାହିଁ । କରୋନାରୀ ଧମନୀ ରୋଗରେ ଦିଆଯାଉଥିବା ଏହି ଔଷଧ ହଠାତ୍ ବନ୍ଦ କରିଦେଲେ ସମସ୍ୟା ସୃଷ୍ଟି ହୁଏ । ଏହା ଯୋଗୁ ଆଜ୍ମା ରୋଗ ଲକ୍ଷଣ ବଢ଼ିଯାଏ । ଯକୃତ ଓ ବୃକ୍କ ସମସ୍ୟା ଥିଲେ ଅଧିକ ଯତ୍ନରେ ଏହି ଔଷଧ ଦିଆଯାଏ ।[୧] ଗର୍ଭାବସ୍ଥାରେ ପ୍ରୋପ୍ରାନୋଲୋଲ୍ ଦେଲେ ଶିଶୁପ୍ରତି ବିପଦ ଜନକ ପ୍ରଭାବ ପଡ଼େ ।[୪] ସ୍ତନ୍ୟପାନ ସମୟରେ ଏହା ଦେଲେ ସମସ୍ୟା ଜଣାଯାଉ ନ ଥିଲେ ମଧ୍ୟ ଶିଶୁର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ, ତେଣୁ ସତର୍କ ପର୍ଯ୍ୟଲୋଚନା ଆବଶ୍ୟକ ।[୫] ଏହା ଏକ ନନ୍ ସିଲେକ୍ଟିଭ ବିଟା ବ୍ଲକର ଯାହା β-ଆଡ୍ରେନର୍ଜିକ ରିସେପ୍ଟରମାନଙ୍କୁ ଅବରୋଧ କରେ ।[୧]
ସନ ୧୯୬୪ରେ ପ୍ରୋପ୍ରାନୋଲୋଲ୍ ଆବିଷ୍କୃତ ହୋଇଥିଲା ।[୬][୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ଏକ ମାସରେ ଏହି ଔଷଧ ପିଛା ୦.୨୪ରୁ ୨.୧୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ଏହି ଔଷଧ ଖର୍ଚ୍ଚ ପ୍ରାୟ ୧୫ ଡଲାର ।[୧]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.