ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ପ୍ରଦୀପ ପୁରୋହିତ (ଜନ୍ମ: ୪ ମଇ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଲୋକ ସଭାର ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପ୍ରଦୀପ ପୁରୋହିତ | |
---|---|
ସାଂସଦ: ୧୮ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ସୁରେଶ ପୂଜାରୀ |
ନିର୍ବାଚନ ମଣ୍ଡଳୀ | ବରଗଡ଼ |
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ବିଜୟ ରଞ୍ଜନ ସିଂହ ବରିହା |
ପର ଅଧିକାରୀ | ବିଜୟ ରଞ୍ଜନ ସିଂହ ବରିହା |
ନିର୍ବାଚନ ମଣ୍ଡଳୀ | ପଦ୍ମପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ମଇ ୧୯୬୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ସୁଲୋଚନା ପୁରୋହିତ |
ବାପା/ବୋଉ | ରାଧେଶ୍ୟାମ ପୁରୋହିତ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପ୍ରଦୀପ ପୁରୋହିତ ୧୯୬୫ ମସିହାର ମଇ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଧେଶ୍ୟାମ ପୁରୋହିତ ଓ ପତ୍ନୀଙ୍କ ନାମ ସୋଲୋଚନା ପୁରୋହିତ ।[1]
ପ୍ରଦୀପ ପୁରୋହିତ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[1]
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[2] ଏହି ନିର୍ବାଚନରେ, ସେ ସମୁଦାୟ ୭,୧୬,୩୫୯ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ପରିଣୀତା ମିଶ୍ରଙ୍କୁ ୨,୫୧,୬୬୭ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.