From Wikipedia, the free encyclopedia
ପନୀରକୁ ଛୋଟ ଛୋଟ ସମାନ ଟୁକୁଡାରେ କାଟି ଦିଅନ୍ତୁ।
ଏହାପରେ କାଜୁକୁ ଧୋଇକରି ୧ ଘଣ୍ଟା ପାଇଁ ପାଣିରେ ବତୁରାଇ ଦିଅନ୍ତୁ । କିଛି ସମୟପରେ କାଜୁକୁ ଛୋଟ ଛୋଟ ଟୁକୁଡାରେ କାଟିକରି ପାତ୍ରରେ ବାହାର କରି ଦିଅନ୍ତୁ ।[1]
ଟମାଟୋ,ଲଙ୍କା ଏବଂ ଅଦାକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।ଏହାପରେ ଦହିକୁ ସେଥିରେ ପକାଇ ଆଉଥରେ ମିକ୍ସର୍ରେ ମିଶାଇ ଦିଅନ୍ତୁ।
କରେଇରେ ଘିଅ ପକାଇ ଗରମ କରନ୍ତୁ। ପନିରର ୪-୫ ଟୁକୁଡାକୁ ଗରମ ଘିଅରେ ପକାଇ ସମ୍ପୁର୍ଣ ଖଇରିଆ ରଙ୍ଗ ହେବା ଯାଏଁ ଭାଜନ୍ତୁ । ଭଜା ଯାଇଥିବା ପନୀରକୁ ପ୍ଲେଟରେ ବାହାର କାରି ଦିଅନ୍ତୁ । ସବୁ ପନୀରକୁ ଏହିପରି ଭାବରେ ଭାଜିକରି ରଖନ୍ତୁ ।[2]
ବାକି ରହିଥିବା ଘିଅରେ ହେଙ୍ଗୁ ଏବଂ ଜିରା ପକାନ୍ତୁ । ଜିରା ଭାଜି ହେବା ପରେ ହଳଦୀ ଗୁଣ୍ଡ,ଧନିଆ ଗୁଣ୍ଡ ଏବଂ ଲଙ୍କା ଗୁଣ୍ଡ ମିଶାଇ ଚାମଚରେ ଚଲାନ୍ତୁ, କାଜୁର ପେସ୍ଟ ପକାଇ ୨-୩ ମିନିଟ ପର୍ଯନ୍ତ ଭୁଣନ୍ତୁ। ଏହାପରେ ଭୁଣା ହୋଇଥିବା ମସଲାକୁ ଦହି,ଟମାଟୋର ମିଶ୍ରଣ ପକାଇ କରେଇରେ ସେତେବେଳ ପର୍ଯନ୍ତ ଚଲାନ୍ତୁ ଯେଉଁ ପର୍ଯନ୍ତ ମସଲା ଉପରେ ଘିଅ ନ ଭାସେ।
ଏବେ ସେହି ମସଲାରେ ନିଜ ଅନୁସାରେ ତରକାରିକୁ ପତଳା କରିବା ପାଇଁ ପାଣି ଏବଂ ଲୁଣ ପକାନ୍ତୁ। ତରକାରିରେ ପାଣି ଫୁଟିଲେ ଏଥିରେ ଭଜା ହୋଇଥିବା ପନୀର ଏବଂ ଗରମ ମସଲା ପକାଇ ୨-୩ ମିନିଟ ପର୍ଯନ୍ତ ଚଲାନ୍ତୁ । ଏବଂ ୫ ମିନିଟ ଢାଙ୍କୁଣି ଘୋଡାଇ ରଖି ଦିଅନ୍ତୁ । ୫ ମିନିଟ ପରେ ପନୀର ତରକାରି ପାତ୍ରରେ କାଢି ଗରମ ଗରମ ପରସନ୍ତୁ । [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.