ଭୁତାଣୁ ପ୍ରଜାତି From Wikipedia, the free encyclopedia
ନୋରୋଭୂତାଣୁ (ଇଂରାଜୀ ଭାଷାରେ Norovirus, ଅନ୍ୟ ନାମ winter vomiting bug) ପାକଅନ୍ତନଳୀର ପ୍ରଦାହ (gastroenteritis) ରୋଗର ଏକ ଅତି ସାଧାରଣ କାରଣ । [6][1] ଏହି ସଂକ୍ରମଣ ହେଲେ ତରଳ ଝାଡ଼ା, ବାନ୍ତି, ଉଦର ଯନ୍ତ୍ରଣା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ ।[2] ଝାଡ଼ା ବା ବାନ୍ତିରେ ରକ୍ତ ପଡ଼େନି ।[3], ମୁଣ୍ଡ ବିନ୍ଧା ଓ ଜ୍ୱର ହୋଇପାରେ ।[2] ଭୁତାଣୁ ସଂସ୍ପର୍ଶରେ ଆସିବାର ୧୨ରୁ୪୮ ଘଣ୍ଟା ମଧ୍ୟରେ ଏହି ରୋଗ ହୁଏ ।[2] ଦିନେ ବା ୩ ଦିନ ମଧ୍ୟରେ ଉପଶମ ହୋଇଯାଏ । [2] ରୋଗ ଜଟିଳ ହେଲେ ନିର୍ଜଳନ (Dehydration) ହୋଇପାରେ । [2]
ନୋରୋଭୂତାଣୁ (Norovirus) | |
---|---|
Winter vomiting bug[1] | |
ବିଭାଗ | ଆଶୁ ଚିକିତ୍ସା (Emergency medicine), ଶିଶୁରୋଗ ବିଜ୍ଞାନ (pediatrics) |
ଲକ୍ଷଣ | ତରଳ ଝାଡ଼ା, ବାନ୍ତି, ଉଦର ଯନ୍ତ୍ରଣା, ମୁଣ୍ଡ ବିନ୍ଧା[2] |
ଆକ୍ରାନ୍ତ ସମୟ | ସଂସ୍ପର୍ଶର ୧୨ରୁ ୪୮ ଘଣ୍ଟା ପରେ [2] |
ଅବଧି | ୧-୩ ଦିନ[2] |
କାରଣ | ନୋରୋଭୁତାଣୁ (Norovirus)[3] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ [3] |
ପ୍ରତିକାର | ହାତଧୁଆ (Hand washing), ସଂକ୍ରମିତ ସ୍ଥାନର ଜୀବାଣୁନାଶ (disinfection) [4] |
ଚିକିତ୍ସା | ସହାୟକ ଯତ୍ନ (Supportive care) ଯଥେଷ୍ଟ ଜଳପାନ ବା ଶିରାଭ୍ୟନ୍ତର ତରଳ ପଦାର୍ଥ ଇଞ୍ଜେକସନ (intravenous fluids)[5] |
ପୁନଃପୌନିକ | ବାର୍ଷିକ ୬୮୫ ନିୟୁତ ଲୋକ [6] |
ମୃତ୍ୟୁ ସାନ୍ଦ୍ରତା | ୨୦୦,୦୦୦ |
ଏହି ଭୂତାଣୁ (virus) ସାଧାରଣତଃ ମଳ-ମୁଖ (fecal–oral route) ମାଧ୍ୟମରେ ବିସ୍ତାର ଲାଭ କରେ ।[3] ଅପମିଶ୍ରିତ ଖାଦ୍ୟ, ଜଳ ବା ମଣିଷ-ମଣିଷ ସାହାଯ୍ୟ ଏହି ବିସ୍ତାରକୁ ରୁପଦାନ କରେ ।[3] ବାୟୁ ମଣ୍ଡଳ ଓ ଅପମିଶ୍ରିତ ପୃଷ୍ଠରୁ ମଧ୍ୟ ଏହା ସମାହିତ ହୁଏ ।[3] ଅସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥ ଏହି ସଙ୍କଟ ସୃଷ୍ଟିରେ ସହାୟକ ହୁଏ ।[3] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିହୁଏ । [3] ଜନସ୍ୱାସ୍ଥ୍ୟ କାରଣରୁ ଏହାର ପୁଷ୍ଟିକରଣ ପରୀକ୍ଷା କରାଯାଏ ।[3]
ଉପଯୁକ୍ତ ହାତଧୁଆ (Hand washing) ଓ ସଂକ୍ରମିତ ସ୍ଥାନର ଜୀବାଣୁନାଶ (disinfection) କରି ରୋଗ ପ୍ରତିଷେଧ କରିହୁଏ ।[4] ଆଲକୋହୋଲ ଥିବା ସାନିଟାଇଜର Alcohol-based hand sanitizers କମ୍ ପ୍ରଭାବଶାଳୀ ହୁଏ ।[4] ଏହା ବିରୁଦ୍ଧରେ କୌଣସି ଟିକା vaccine ଆବିଷ୍କୃତ ହୋଇନାହିଁ ।[4] କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ମଧ୍ୟ ନାହିଁ ।[5] କେବଳ ସହାୟକ ଯତ୍ନ (Supportive care), ଆବଶ୍ୟକ ସ୍ଥଳେ ଯଥେଷ୍ଟ ଜଳପାନ ବା ଶିରାଭ୍ୟନ୍ତର ତରଳ ପଦାର୍ଥ ଇଞ୍ଜେକସନ (intravenous fluids) ଦେଇ ଚିକିତ୍ସା କରାଯାଏ ।[5] ଓଆରଏସ ସବୁଠାରୁ ପସନ୍ଦ ଯୋଗ୍ୟ ପାନୀୟ । [5]
ପ୍ରତିବର୍ଷ ପୃଥିବୀରେ ନୋରୋଭୂତାଣୁ ରୋଗରେ ୬୮୫ ନିୟୁତ ଲୋକ ପୀଡ଼ିତ ହୋଇ ୨ ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି । [6][7] ଉଭୟ ବିକାଶଶୀଳ (developing world) ଓ ବିକଶିତ (developed|) ଦେଶମାନଙ୍କରେ ଏହି ରୋଗ ସଚରାଚର ଦେଖାଯାଏ ।[3][8] ପାଞ୍ଚ ବର୍ଷ ବୟସ ଭିତରେ ଏହି ରୋଗ ଆକ୍ରମଣ କରେ ଓ ଉଭୟ ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୫୦,୦୦୦ ମୃତ୍ୟୁ ହୁଏ ।[6] ଶୀତକାଳରେ ଏହି ରୋଗ ଅଧିକ ହୁଏ । [6] ଲଗାଲଗି ଗୃହମାନଙ୍କରେ (close quarters) ବାସ କରୁଥବା ଲୋକ ମଡ଼କର (outbreaks) ସମ୍ମୁଖୀନ ହେବା ଦେଖାଯାଏ ।[3] ଯୁକ୍ତରାଷ୍ଟ୍ର ଆମେରିକାରେ ଖାଦ୍ୟବାହିତ ରୋଗ ମଡ଼କ ସଂଖ୍ୟାରୁ ଏହା ୫୦% ଅଧିକାର କରିଥାଏ । [3] ସନ ୧୯୬୮ରେ ନୋରୱାକ, ଓହିଓ (Norwalk) ସ୍ଥାନରେ ହୋଇଥିବା ମଡ଼କରୁ ଏହି ନୋରୋ ନାମ ଗ୍ରହଣ କରାଯାଇଛି ।[9][10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.