From Wikipedia, the free encyclopedia
ନେକ୍ରୋଟାଇଜିଙ୍ଗ ଫାସାଇଟିସ (ଇଂରାଜୀ ଭାଷାରେ Necrotising fasciitis ବା ଏନଏଫ/NF) ରୋଗକୁ ସାଧାରଣ କଥିତ ଭାଷାରେ ମାଂସଖିଆ ରୋଗ (flesh-eating disease) କୁହାଯାଏ ଓ ଏହା ଏକ ସଂକ୍ରମଣ ଯାହା ଫଳରେ ଦେହର ନରମ ତନ୍ତୁ (soft tissue) ମୃତ୍ୟୁ (death) ହୋଇଯାଏ ।[3] ଏହି ସାଂଘାତିକ ରୋଗ ହଠାତ୍ ଆରମ୍ଭ ହୋଇ ଅତିଶୀଘ୍ର ବ୍ୟାପିଯାଏ । ପ୍ରଭାବିତ ସ୍ଥାନରେ ଚର୍ମ ଲାଲ ଦେଖାଯାଏ, ତୀବ୍ର କଷ୍ଟ ହୁଏ, ଜ୍ୱର ଓ ବାନ୍ତି ହୁଏ ।[3] ସାଧାରଣତଃ ଅବୟବ (limb) ଓ ପେରିନିଅମ (perineum) ସ୍ଥାନମାନଙ୍କରେ ଏହି ରୋଗ ହୁଏ ।[2]
ନେକ୍ରୋଟାଇଜିଙ୍ଗ ଫାସାଇଟିସ | |
---|---|
ଇଂରାଜୀ ପ୍ରତିଶବ୍ଦ - flesh-eating bacteria, flesh-eating bacteria syndrome,[1] necrotizing soft tissue infection (NSTI)[2] | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଉଚ୍ଚାରଣ | /ˈnɛkrəˌtaɪzɪŋ ˌfæʃiˈaɪtɪs/ or /ˌfæs-/ |
ସ୍ପେଶାଲିଟି | Infectious disease |
ଆଇସିଡ଼ି-୧୦ | M72.6 |
ଆଇସିଡ଼ି-୯-ସିଏମ୍ | 728.86 |
ରୋଗ ଡାଟାବେସ | 31119 |
ମେଡ଼ିସିନ-ପ୍ଲସ | 001443 |
ଇ-ମେଡ଼ିସିନ | emerg/332 derm/743 |
MeSH | D019115 |
ଚର୍ମ କଟିଗଲେ ବା ପୋଡ଼ା ଘାଆ ଥିଲେ ତାହା ମଧ୍ୟ ଦେଇ ସଂକ୍ରମଣ ପ୍ରବେଶ କରେ ।[3] ମୋଟାପଣ, ମଦ୍ୟାସକ୍ତି (alcoholism), ଶିରାଭ୍ୟନ୍ତର ଡ୍ରଗ ବ୍ୟବହାର, ପ୍ରାନ୍ତୀୟ ଧମନୀ ରୋଗ ଓ ଇମ୍ମ୍ୟୁନିଟି କମ୍ କରୁଥିବା ଡାଏବେଟିସ ବା କର୍କଟ ରୋଗ ହେଲେ ଏହି ନେକ୍ରୋଟାଇଜିଙ୍ଗ ଫାସାଇଟିସ ରୋଗ ସଙ୍କଟ ସୃଷ୍ଟି ହୁଏ ।[3][2] ଏହା ବ୍ୟକ୍ତି-ବ୍ୟକ୍ତି ଭାବରେ ବ୍ୟାପେନାହିଁ ।[3] ଏହି ରୋଗକୁ ସଂକ୍ରାମକ ଜୀବାଣୁ ଅନୁସାରେ ୫ଶ୍ରେଣୀରେ ବିଭକ୍ତ କରାଯାଇଛି । ପ୍ରାୟ ୫୫-୮୦% କେଶ୍ରେଏକାଧିକ ଜୀବାଣୁ ଯୋଗୁ ରୋଗ ହୁଏ । ପ୍ରାୟ ଏକ ତୃତୀୟାଂଶ କେଶ୍ରେ ମେଥିସିଲିନରୋଧୀ ସ୍ଟାଫିଲୋକୋକସ ଅରିଅସ (Methicillin-resistant Staphylococcus aureus) ବା ଏମଆରଏସଏ/MRSA) ଯୋଗୁ ଏ ରୋଗ ହୁଏ । ରୋଗର ନିଧାର୍ଯ୍ୟ କାରଣ ଜାଣିବା ନିମନ୍ତେ ମେଡିକାଲ ଇମେଜିଙ୍ଗ (Medical imaging) ସାହାଯ୍ୟ କରେ ।[4]
ଉତ୍ତମରୂପେ ହାତ ଧୋଇ (handwashing) ଓ ଘାଆର ଯତ୍ନ ନେଇ ଏହି ରୋଗର ପ୍ରତିଷେଧ କରାଯାଏ ।[3] ମୃତ ତନ୍ତୁମାନଙ୍କୁ ଡିବ୍ରାଇଡମେଣ୍ଟ ଅପରେଶନ କରି (surgery to remove the infected tissue) କାଢ଼ିଦିଆଯାଏ ଓ ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ ଇଞ୍ଜେକସନ ଦେଇ ଚିକିତ୍ସା କରାଯାଏ ।[3][2] ପେନିସିଲିନ ଜି, କ୍ଲିଣ୍ଡାମାଇସିନ, ଭାଙ୍କୋମାଇସିନ ଓ ଜେଣ୍ଟାମାଇସିନ ଇତ୍ୟାଦି ଆଣ୍ଟିବାୟୋଟିକ ମଧ୍ୟରୁ ଏକାଧିକ ଆଣ୍ଟିବାୟୋଟିକ ଏକାବେଳେ ଦିଆଯାଏ ।[2] ଅପରେଶନ ବିଳମ୍ବ ହେଲେ ମୃତ୍ୟୁ ସଙ୍କଟ ଅଧିକ ହୁଏ ।[4] ଉଚ୍ଚମାନର ଚିକିତ୍ସା ସତ୍ତ୍ୱେ ମୃତ୍ୟୁ ହାର ୩୫ରୁ ୩୫% ହୁଏ ।[2]
ପ୍ରତିବର୍ଷ ନେକ୍ରୋଟାଇଜିଙ୍ଗ ଫାସାଇଟିସ ରୋଗରେ ପ୍ରତି ଏକ ଲକ୍ଷ ଲୋକରେ ୦.୪-୧ ଜଣ ଲୋକ ଆକ୍ରାନ୍ତ ହୁଅନ୍ତି । [4] ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[2] ବୟସ୍କ ଲୋକଙ୍କୁ ଏ ରୋଗ ଅଧିକ ଓ ପିଲାଙ୍କୁ କ୍ୱଚିତ ଆକ୍ରମଣ କରେ ।[4] ହିପୋକ୍ରାଟିସଙ୍କ (Hippocrates) ସମୟରୁ ନେକ୍ରୋଟାଇଜିଙ୍ଗ ଫାସାଇଟିସ ରୋଗର ବର୍ଣ୍ଣନା ଲିପିବଦ୍ଧ ହୋଇ ରହିଛି ।[2] ଏହି ନେକ୍ରୋଟାଇଜିଙ୍ଗ ଫାସାଇଟିସ ନାମର ବ୍ୟବହାର ସନ ୧୯୫୨ରେ ପ୍ରଥମେ ବ୍ୟବହାର କରାଗଲା ।[4][5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.