ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ସାହିତ୍ୟିକ From Wikipedia, the free encyclopedia
ନୀଳମଣି ବିଦ୍ୟାରତ୍ନ, ଜଣେ ଦେଶସେବୀ, ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ଏବଂ ସମ୍ପାଦକ ଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଭିତ୍ତିପ୍ରସ୍ତ ତାଙ୍କରିଦ୍ୱାରା ସ୍ଥାପିତ ହୋଇଥିଲା ।[1]
ନୀଳମଣି, ୧୮୬୭ ମସିହା ଡିସେମ୍ବର ୧୪ ତାରିଖରେ କଟକ ଜିଲ୍ଲାର ବାଙ୍କୀ ଉପକଣ୍ଠ ବୈଦେଶ୍ୱର ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ସୌରୀଚରଣ ମିଶ୍ର ଓ ମାତାଙ୍କ ନାମ ରୋହିଣୀ ଦେବୀ ।
ବଡ଼ମ୍ବା-ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରୁ, ନୀଳମଣି ଶିକ୍ଷକତା ଆରମ୍ଭ କରିଥିଲେ । ସେ ସମୟରେ, ନିଜ ଦରମାରୁ ୪ଟଙ୍କା ପ୍ରଦାନ କରିଥିଲେ, ମୋହନ ସୁବୁଦ୍ଧିଙ୍କୁ । ସୁବୁଦ୍ଧି, ତାଙ୍କ ପ୍ରେରଣା ଓ ସାହାଯ୍ୟଦ୍ୱାରା ବ୍ୟବସାୟରେ ସମୃଦ୍ଧି ଲାଭ କଲେ ଓ ପରବର୍ତ୍ତୀ ସମୟରେ ରାୟବାହାଦୂର ଭାବରେ ପ୍ରତିଷ୍ଠିତ ହୋଇଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟର ସେ ଥିଲେ ଜଣେ ପୃଷ୍ଠପୋଷକ । ତତ୍କାଳୀନ ଓଡ଼ିଶାର ବହୁ ସାହିତ୍ୟିକ ତାଙ୍କଦ୍ୱାରା ପ୍ରେରଣା ପାଉଥିଲେ ଓ ପ୍ରୋତ୍ସାହିତ ହେଉଥିଲେ । ବଡ଼ମ୍ବା ରାଣୀଙ୍କଠାରୁ ତାଙ୍କୁ ମିଳିଥିଲା "ବିଦ୍ୟାରତ୍ନ" ଉପାଧୀ । ୧୮୮୫ ସମୟରେ ବାମଣ୍ଡାର ରାଜା ବାସୁଦେବ ସୁଢ଼ଳଦେବଙ୍କଦ୍ୱାରା ଏହି ସମ୍ମାନ ପ୍ରତିଷ୍ଠିତ ହୋଇଥିଲା ଓ ସେ ସମ୍ବର୍ଦ୍ଧିତ ହୋଇଥିଲେ । ବଡ଼ମ୍ବା ଅଞ୍ଚଳର ବହୁ କିର୍ତ୍ତୀ ତାଙ୍କଦ୍ୱାରା ପ୍ରତିଷ୍ଠା ଓ ନାମକରଣ କରାଯାଇଥିଲା । ବାମଣ୍ଡାର ରହଣୀ କାଳରେ ସେ ସମ୍ବଲପୁର ହିତୈଷିଣୀ ପତ୍ରିକାର ସମ୍ପାଦନା କରୁଥିଲେ ।[2] ଏ ଥିଲା ୧୮୮୭ ମସିହାର କଥା ।[3] ପରବର୍ତ୍ତୀ ସମୟରେ ଗଞ୍ଜାମର ରମ୍ଭାଠାରେ, ଖଲ୍ଲୀକୋଟ ରାଜ ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକତାରେ ପ୍ରକାଶ ପାଉଥିବା ପ୍ରଜାବନ୍ଧୁ ପତ୍ରିକାର ସମ୍ପାଦନା କରୁଥିଲେ ।[4] ଏହି ସମୟରେ, ସେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ କାର୍ଯ୍ୟ କରିଥିଲେ । ୧୯୦୨ ମସିହାରେ ଗଞ୍ଜାମ ଓଡ଼ିଆ ସଭାର ଆୟୋଜନ କରି, ଉତ୍କଳ ସମ୍ମିଳନୀର ପରିକଳ୍ପନା କରାଇଥିଲେ । ୧୯୦୩ ମସିହାରେ କଟକଠାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ବସିଥିଲା ।[5] ସେ ବଡଖେମୁଣ୍ଡିରେ, ରାଜା କୃପାମୟ ଦେବଙ୍କ ପ୍ରକାଶିତ "ଗଞ୍ଜାମ ଗୁଣଦର୍ପଣ" ପତ୍ରିକାର ସମ୍ପାଦନା ମଧ୍ୟ କରୁଥିଲେ । ନିଜେ "ଉତ୍କଳମଧୁପ" ନାମକ ପତ୍ରିକା ପ୍ରକାଶ କରୁଥିଲେ । ଜୀବନର ଶେଷ ଭାଗକୁ ଉତ୍କଳ ଦୀପିକା ପତ୍ରିକାର ମଧ୍ୟ ସମ୍ପାଦନା କରୁଥିଲେ । ସମାଜ ସଂସ୍କାରକ ଭାବରେ, ସେ ବିଧବା ବିବାହ ପ୍ରଚଳନ, ବାଲ୍ୟବିବାହର ବିରୋଧରେ କାର୍ଯ୍ୟ କରୁଥିଲେ । ପୁରୀଠାରେ ଏକ ବିଧବା ଆଶ୍ରମ ପ୍ରତିଷ୍ଠା କରିଥିଲେ ।
୧୯୨୪ ମସିହା ଜୁଲାଇ ୨୬ ତାରିଖରେ ନୀଳମଣି ବିଦ୍ୟାରତ୍ନଙ୍କର ମହାପ୍ରୟାଣ ଘଟିଥିଲା ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.