From Wikipedia, the free encyclopedia
ତୁଳସୀ ଚଉରା ଏକ ଛୋଟ ପଥର ବା ସିମେଣ୍ଟ ତିଆରି ମଞ୍ଚ ଯାହା ଉପରେ ତୁଳସୀ ଗଛ ରୋପି ଘର ସାମନାରେ ରଖାଯାଇଥାଏ । ଓଡ଼ିଶାର ହିନ୍ଦୁମାନଙ୍କ ଦେଇ ଏହା ବୃନ୍ଦାବତୀ ଭାବରେ ପୂଜିତ ହୋଇଥାଏ ।
ତୁଳସୀ (Ocimum tenuiflorum) ଲାମିନାସି (Lamiaceae) ଜାତିର ଏକ ବାସ୍ନାଯୁକ୍ତ ଓ ପୁରାତନ ପୃଥିବୀର ମଧ୍ୟଭାଗରେ ଦେଖାଯାଉଥିବା ଏକ ଛୋଟ ଗଛ/ଗୁଳ୍ମ ।[1] ହିନ୍ଦୁମାନେ ଏହାକୁ ଏକ ପବିତ୍ର ଗଛ ମଣି ବୃନ୍ଦାବତୀ ଭାବରେ ପୂଜା କରିଥାନ୍ତି । ସବୁ ଦିନ ସକାଳେ ଓଡ଼ିଆମାନେ ସ୍ନାନ ଅନ୍ତେ ଚଉରାରେ ଥିବା ତୁଳସୀ ଗଛ ମୂଳରେ ଜଳ ଢାଳି ପୂଜା କରିଥାନ୍ତି ଓ ଏହି ଗଛର ପତ୍ରକୁ ପ୍ରସାଦ ରୂପେ ଗ୍ରହଣ କରିଥାନ୍ତି । ହିନ୍ଦୁ ପୁରାଣରେ ତୁଳସୀ ପାଖୁଡ଼ା ଓ ପତ୍ର ସେବନ ଆତ୍ମାକୁ ସ୍ୱର୍ଗକୁ ଘେନିଯାଇଥାଏ ବୋଲି ବିଶ୍ୱାସ କରାଯାଇଥାଏ ।[2] ଏହା ବ୍ୟତିରେକ ତୂଳସୀ ଗଛର ନାନାଦି ଅଙ୍ଗ କଫ, ଥଣ୍ଡା ଓ ଜର ନିମନ୍ତେ ଆୟୁର୍ବେଦିକ ଔଷଧ ରୂପରେ ମଧ୍ୟ ବ୍ୟବହାର କରାଯାଇଥାଏ ।
ପଣା ସଙ୍କ୍ରାନ୍ତି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ । ଛତୁଆ, ଦହି, ଗୁଡ଼କୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଥାଏ ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.