ଏହା ଏକ କ୍ୟାଲସିଅମ ଚାନେଲ ବ୍ଲକର ଔଷଧ । From Wikipedia, the free encyclopedia
ଡିଲଟାୟାଜେମ (ଇଂରାଜୀ ଭାଷାରେ Diltiazem, ଏକ ବିକ୍ରୟ ନାମ କାର୍ଡ଼ିଜେମ/ Cardizem) ଏକ କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blocker ଔଷଧ ଯାହା ଉଚ୍ଚ ରକ୍ତଚାପ, ଆଞ୍ଜିନା (angina) ଓ କେତେକ ଅନିୟମିତ ହୃତ ସ୍ପନ୍ଦନ (heart arrhythmia) ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[1] ବିଟା ବ୍ଲକର (beta blocker) ବ୍ୟବହାର ସମ୍ଭବ ହେଉନଥିବା ହାଇପରଥାଇରଏଡିଜମ ରୋଗରେ ଏହା ଦିଆଯାଇପାରେ ।[1] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[1] ଡିଲଟାୟାଜେମ ଇଞ୍ଜେକସନ ଦେବାର ଅଳ୍ପ କିଛି ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇ କିଛି ଘଣ୍ଟା ପର୍ଯ୍ୟନ୍ତ ରହେ । [1]
Clinical data | |
---|---|
Pronunciation | /dɪlˈtaɪəzɛm/ |
Trade names | Cardizem, Dilacorxr, others |
AHFS/Drugs.com | monograph |
MedlinePlus | a684027 |
Pregnancy category |
|
Routes of administration | By mouth, intravenous |
Drug class | Nondihydropyridine calcium channel blocker |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 40% |
Metabolism | Liver |
Elimination half-life | 3–4.5 hours |
Excretion | Kidney Biliary |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.050.707 |
Chemical and physical data | |
Formula | C22H26N2O4S |
Molar mass | 414.519 g/mol |
3D model (JSmol) | |
SMILES
| |
InChI
| |
(verify) |
ଡିଲଟାୟାଜେମର ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ମୁଣ୍ଡ ଓଜନିଆ, ମୁଣ୍ଡ ବିନ୍ଧା ଓ ସ୍ୱଳ୍ପ ରକ୍ତଚାପ ହୋଇପାରେ ।[1] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସ୍ୱଳ୍ପ ହୃତ୍ସ୍ପନ୍ଦନ ହାର (overly slow heart beat), ହୃଦ୍ପାତ, ଯକୃଟ ସମସ୍ୟା ଓ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[1] ଗର୍ଭାବସ୍ଥାରେ ଏହା ଦିଆଯାଏ ନାହିଁ ।[1] ସ୍ତନ୍ୟପାନ (breastfeeding) ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[2]
ଧମନୀ (arteries) ମାନଙ୍କରେ ଥିବା ଅରୈଖିକ ମାଂସପେଶୀମାନଙ୍କୁ (smooth muscle) ଡିଲଟାୟାଜେମ ଶିଥିଳ କରିଦେବାରୁ ସେଗୁଡ଼ିକ ଖୋଲିଯାଏ ଓ ସହଜରେ ରକ୍ତ ସରବରାହ ଚାଲୁରହେ ।[1] ଅଧିକନ୍ତୁ ଏହା ହୃତ୍ପିଣ୍ଡ ଭଲ ଭାବରେ ସ୍ଫିତ ହେବାପରେ ସଙ୍କୋଚନ ହେବା ନିମନ୍ତେ ଅଧିକ ସମୟ ଦିଏ ।[3] ଧମନୀ ଓ ହୃତ୍ପିଣ୍ଡର ଜୀବକୋଷ ମଧ୍ୟକୁ କ୍ୟାଲସିଅମର ପ୍ରବେଶକୁ ଅବରୋଧ କରିଦିଏ ।[4] ଏହା ଚତୁର୍ଥ ଶ୍ରେଣୀର ଆଣ୍ଟିଆରିଦମିକ (class IV antiarrhythmic) ଔଷଧ ।[5]
ସନ ୧୯୮୨ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଡିଲଟାୟାଜେମ ସ୍ୱୀକୃତ ହୋଇଥିଲା ।[1] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[1] ସନ ୨୦୧୮ରେ ପାଟିରେ ଦିଆଯାଉଥିବା ଡିଲଟାୟାଜେମର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୭୦ ଆମେରିକୀୟ ଡଲାର ।[6] ସନ ୨୦୧୬ରେ ଏହାର ୧୨ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୬୩ତମ ସ୍ଥାନ ଅଧିକାର କରିଥିଲା ।[7] ଏହାର ଏକ ପରିବର୍ଦ୍ଧିତ ବିମୋଚନ ଔଷଧ ମଧ୍ୟ ମିଳେ (extended release formulation) ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.