From Wikipedia, the free encyclopedia
ଟେଟ୍ରାକେନ (ଇଂରାଜୀ ଭାଷାରେ Tetracaine, ଅନ୍ୟ ନାମ ଆମେଥୋକେନ/amethocaine) ଏକ ସ୍ଥାନୀୟ ନିଶ୍ଚେତକ (local anesthetic) ଯାହା ଆଖି, ନାକ ଓ ଗଳାରେ ବ୍ୟବହାର କରାଯାଏ । [1] ଶିରାଭ୍ୟନ୍ତର (intravenous) ନିଶ୍ଚେତକ ଦେବା ପୂର୍ବରୁ ମଧ୍ୟ ଏହା ଦିଆଯାଇପାରେ ।[2] ଏହା ଏକ ତରଳ ପଦାର୍ଥ ଆକାରରେ ଲଗାଯାଏ । ଆଖିରେ ପ୍ରୟୋଗ କଲେ ୩୦ ସେକେଣ୍ଡ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇ ୧୫ ମିନିଟ ପର୍ଯ୍ୟନ୍ତ ରହେ ।[1]
Clinical data | |
---|---|
Trade names | Pontocaine, Ametop, Dicaine, others |
AHFS/Drugs.com | monograph |
MedlinePlus | a682640 |
Routes of administration | topical |
ATC code | |
Legal status | |
Legal status |
|
Pharmacokinetic data | |
Protein binding | 75.6 |
Identifiers | |
IUPAC name
| |
CAS Number | |
PubChem CID | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.002.106 |
Chemical and physical data | |
Formula | C15H24N2O2 |
Molar mass | 264.363 g/mol |
3D model (JSmol) | |
SMILES
| |
InChI
| |
(verify) |
ଟେଟ୍ରାକେନର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣତଃ ତାହା ଲଗାଯିବା ସ୍ଥାନରେ ଅଳ୍ପ ସମୟ ନିମନ୍ତେ ଜ୍ୱାଳା ଅନୁଭବ ହୁଏ ।[1] ଆଲର୍ଜି (Allergic reactions) କ୍ୱଚିତ ହୋଇପାରେ ।[3] ଦୀର୍ଘ କାଳ ଧରି ଆଖିରେ ଦେଲେ ଆରୋଗ୍ୟ ଧୀର ହୋଇଯାଏ । ଗର୍ଭାବସ୍ଥାରେ ଶିଶୁ ଉପରେ ପ୍ରଭାବ ଅଜ୍ଞାତ ଅଛି ।[1] ଏହା ଇସ୍ଟର-ଟାଇପ ସ୍ଥାନିୟ ନିଶ୍ଚେତକ (ester-type local anesthetic) ଶ୍ରେଣୀରେ ଏକ ଓଷଧ । [3] ଏହା ସ୍ନାୟୁ ତରଙ୍ଗକୁ (nerve impulses) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[1]
ସନ ୧୯୩୦ରେ ପେଟେଣ୍ଟ ହେବାପରେ ସନ ୧୯୪୧ରେ ଏହା ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୧୦ ମି:ଲି: ବୋତଲର କ୍ରୟ ମୂଲ୍ୟ ୧.୩୪ରୁ ୧.୬୩ ଆମେରିକୀୟ ଡଲାର ।[6] ଇଂଲଣ୍ଡରେ ଏହାର ମୂଲ୍ୟ ୦.୪୯ ପାଉଣ୍ଡ ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.