ଓଡ଼ିଆ ଅଭିନେତ୍ରୀ From Wikipedia, the free encyclopedia
ଜ୍ୟୋତ୍ସ୍ନା ଦାସ (ମୃତ୍ୟୁ: ୧୪ ଜୁଲାଇ ୨୦୨୦) ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ ଥିଲେ ।[1] ସେ ଓଡ଼ିଆ କଥାଚିତ୍ର ସମେତ କିଛି ମଞ୍ଚ ନାଟକରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ସମୟ, ଅଭିମାନ, ସତୀ ଅନସୂୟା, ଉପେନ୍ଦ୍ର ଭଞ୍ଜ, ଫଟା କପାଳ ଅନ୍ୟତମ ।[2] ଜଣେ ମଞ୍ଚ ଅଭିନେତ୍ରୀ ଭାବରେ ସେ ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ ଜିଲ୍ଲା ସମେତ ଭୁବନେଶ୍ୱର, ରାଉରକେଲା ପ୍ରଭୃତି ସ୍ଥାନରେ ବିଭିନ୍ନ ରାଜ୍ୟସ୍ତରୀୟ ନାଟକ ସମାରୋହରେ ଅଭିନୟ କରିଥିଲେ । ୧୪ ଜୁଲାଇ ୨୦୦୨ରେ ସେ ମୃତ୍ୟୁବରଣ କରିଥିଲେ ।
ଜ୍ୟୋତ୍ସ୍ନା ଦାସ | |
---|---|
ଜନ୍ମ | ଜ୍ୟୋତ୍ସ୍ନା ଦାସ |
ମୃତ୍ୟୁ | ଜୁଲାଇ ୧୪, ୨୦୨୦ | (୬୩ ବର୍ଷ)
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୭୫ - ୧୯୮୮ |
ଜ୍ୟୋତ୍ସ୍ନା ଦାସ ବ୍ରହ୍ମପୁରରେ ବାସ କରୁଥିଲେ । ସେ ସେଣ୍ଟ୍ ଭିନ୍ସେଣ୍ଟ କନ୍ଭେଣ୍ଟ୍ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଥିଲେ ।[3]
ଜ୍ୟୋତ୍ସ୍ନା ୧୯୭୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ସମୟ । ଏହାପରେ ସେ ଗୌରୀ, ଦେବଯାନୀ, ସୁନା ଚଢ଼େଇ, ଅଭିମାନ, ସତୀ ଅନସୂୟା, ଉପେନ୍ଦ୍ର ଭଞ୍ଜ, ଫଟା କପାଳ ଭଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[3]
ଜ୍ୟୋତ୍ସ୍ନା ଦାସ ୨୦୨୦ ମସିହାର ଜୁଲାଇ ମାସ ୧୪ ତାରିଖରେ ମୃତ୍ୟବରଣ କରିଥିଲେ ।[2] ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଉଦର ଜନିତ ସମସ୍ୟାରେ ପୀଡ଼ିତ ଥିଲେ ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.