From Wikipedia, the free encyclopedia
ସମସାମୟିକ ଆମେରିକୀୟ କଥା ସାହିତ୍ୟର ଏକ ଅତି ଜଣାଶୁଣା ନାମ ହେଉଛି ଜୋନାଥନ ଫ୍ରାନଜେନ । ଜୋନାଥନଙ୍କ ନାମ ସାହିତ୍ୟରେ ଚର୍ଚ୍ଚା ହେବା ମାତ୍ରେ ଆଖି ଆଗକୁ ଆସେ ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ "ଦି କରେକସନ୍ସ" । ୨୦୧୧ରେ ପ୍ରକାଶିତ ଏହି ଉପନ୍ୟାସକୁ ଜୋନାଥନଙ୍କ ଜୀବନର ଏକ ମାଇଲ ଖୁଣ୍ଟ ବୋଲି ବିବେଚନା କରାଯାଏ । ସମାଲୋଚକଙ୍କ ମତରେ ଏହି ଉପନ୍ୟାସ ହେଉଛି ବିଶ୍ୱ ସାହିତ୍ୟକୁ ଜୋନାଥନଙ୍କର ଏକ ଅନବଦ୍ୟ ଉପହାର । ସମସାମୟିକ ସମୟକୁ ଦେଖିବା ପାଇଁ ଏହା ହେଉଛି ଏକ ଦର୍ପଣ । ସଧାରଣ ଭାବେ ଦେଖିଲେ ଏହା ଏକ ଫ୍ୟାମିଲି ଡ୍ରାମା । ଏହି ଉପନ୍ୟାସ ପାଇଁ ଜୋନାଥନଙ୍କୁ ମିଳିଥିଲା ନ୍ୟାସନାଲ ବୁକ ଆୱାର୍ଡ, ପୁଲିଜର ପୁରସ୍କାର, ଜେମ୍ସ ଟେଟ ବ୍ଲାକ ମେମୋରିଆଲ ପ୍ରାଇଜ୍ । ଏହାବ୍ୟତିତ, ଏହି ପୁସ୍ତକ ଇଣ୍ଟରନ୍ୟାସନାଲ ଇମ୍ପାକ ଡବଲୀନ ଲିଟେରାରୀ ଆୱାର୍ଡ ପାଇଁ ମଧ୍ୟ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିଲା । ସେହିପରି ଟଙ୍କାର8 ଆଉ ଏକ ଉପନ୍ୟାସ ହେଉଛି "ଫ୍ରିଡମ" । ୨୦୧୦ରେ ପ୍ରକାଶିତ ଏହି ଉପନ୍ୟାସ ସମ୍ପର୍କରେ 'ଟାଇମ ମାଗାଜିନ୍' କହିଥିବା କଥାଟି ହେଉଛି - "(ଫ୍ରିଡମ)ର ବାର୍ତ୍ତା ଆଧୁନିକ ସମାଜ ପାଇଁ ଏକ ଦିଗବାରେଣୀ ସଦୃଶ ।" ଏହି ଉପନ୍ୟାସ ପ୍ରକାଶ ପାଇବା ପରେ 'ଟାଇମ ମାଗାଜିନ୍' ପକ୍ଷରୁ ଜୋନାଥନଙ୍କୁ "ଗ୍ରେଟ ଆମେରିକାନ୍ ନୋଭେଲିଷ୍ଟ" ତାଲିକାଭୁକ୍ତ କରାଯାଇଥିଲା ।
ଜୋନାଥନ ଫ୍ରାନଜେନ | |
---|---|
ଜନ୍ମ ଓ ଜନ୍ମସ୍ଥାନ | Jonathan Earl Franzen ଅଗଷ୍ଟ ୧୭, ୧୯୫୯ Western Springs, Illinois, United States |
ବୃତ୍ତି | Novelist, essayist |
ଜାତୀୟତା | American |
ସମୟ | 1988–present |
ଶୈଳୀ | Literary fiction |
ସାହିତ୍ୟର ଆନ୍ଦୋଳନ | Social realism,[1][2] New Sincerity |
ସାହିତ୍ୟ କୃତି | The Corrections (2001), Freedom (2010) |
ପୁରସ୍କାର | National Book Award 2001 James Tait Black Memorial Prize 2002 |
ୱେବସାଇଟ | |
jonathanfranzen |
୧୯୫୯ ମସିହା ଅଗଷ୍ଟ ୧୭ ତାରିଖରେ ଇଲିନଏର ୱେସ୍ଟର୍ଣ୍ଣ ସ୍ପ୍ରିଙ୍ଗସଠାରେ ଜନ୍ମ ହୋଇଥିଲେ ଜୋନାଥନ [3] । ବାପାଙ୍କ ନାମ ଆର୍ଲ ଟି. ଫ୍ରାନଜେନ ଏବଂ ମା'ଙ୍କ ନାମ ଇରାନୀ ଫ୍ରାନଜେନ [4][5] । ଆର୍ଲ ଟି. ଫ୍ରାନଜେନ ମୂଳତଃ ଜଣେ ସ୍ୱିଡ଼େନ୍ ନିବାସୀ । ତାଙ୍କ ପରିବାରରେ ଉଭୟ ସ୍ୱିଡ଼େନ୍ ତଥା ନରୱେର ଲୋକମାନଙ୍କୁ ଦେଖିବାକୁ ମିଳିଥାଏ । ଜୋନାଥନ, ଇଲିନଏରରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର ବାଲ୍ୟକାଳ ମିସୌରିର ସେଣ୍ଟ ଲୁଇସଠାରେ ବିତିଥିଲା । ସେ ସ୍ୱାର୍ଦମର କଲେଜରୁ ଜର୍ମାନ ଭାଷା ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସ୍ନାତକ କରୁଥିବା ବେଳେ ସେ ବୃତ୍ତି ପାଇ ଜର୍ମାନୀ ଯାତ୍ରା କରିଥିଲେ ଓ ସେଠାକାର ଏକ ଷ୍ଟେଟ ୟୁନିଭରସିଟି କିଛିଦିନ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଲାଭ କରିଥିଲେ । ସେଠାରେ ତାଙ୍କର ମାଇକେଲ ଏ. ମାର୍ଟନ୍ ନାମକ ଜଣେ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇଥିଲା । ମାର୍ଟନଙ୍କ ବ୍ୟକ୍ତିତ୍ୱରେ ସେ ଏଭଳି ପ୍ରଭାବିତ ହୋଇଥିଲେ ଯେ, ତାଙ୍କର ଚର୍ଚ୍ଚିତ ଉପନ୍ୟାସ "ଫ୍ରିଡମ"ରେ ସେ ତାଙ୍କୁ ଏକ ପ୍ରମୁଖ ଚରିତ୍ର ଭାବେ ସ୍ଥାନ ଦେଇଥିଲେ । "ଫ୍ରିଡମ" ଉପନ୍ୟାସରେ ପାଠକମାନେ ଯେଉଁ ୱାର୍ଲଟର୍ ବର୍ଗୁଲାଣ୍ଡ ଚରିତ୍ରଙ୍କୁ ଭେଟନ୍ତି ସେ ଆଉ କେହି ନୁହନ୍ତି; ସେ ହେଉଛନ୍ତି ମାଇକେଲ ଏ. ମାର୍ଟନ୍ । ମାଇକେଲ ଓ ତାଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ଥିଲା । ମାଇକେଲ ମଧ୍ୟ ତାଙ୍କୁ ଜର୍ମାନୀ ଭାଷା ଶିଖିବାରେ ଯଥେଷ୍ଟ ସହାୟତା କରିଥିଲେ । ଗ୍ରାଜୁଏସନ୍ କରିବା ବେଳେ ସେ ବିବାହ କରିଥିଲେ ଓ ଜଣେ ଔପନାସିକ ଭାବରେ କ୍ୟାରିଅର କରିବା ପାଇଁ ବୋଷ୍ଟନ୍ ଯାତ୍ରା କରିଥିଲେ । "ଦି ଟ୍ୱେଣ୍ଟି-ସେଭେନ୍ ସିଟି" ହେଉଛି ଜୋନାଥନଙ୍କ ପ୍ରଥମ ଉପନ୍ୟାସ , ଯାହା ତାଙ୍କୁ ପ୍ରଥମ ଉପାର୍ଜନର ସ୍ୱାଦ ଆଣିଦେଇଥିଲା ।
ଜୋନାଥନଙ୍କ ସର୍ଜନଶିଳା ପ୍ରତିଭାକୁ ବିକଶିତ କରିବା ଦିଗରେ ଯଦି କାହାର ବେଶୀ ହାତ ଥାଏ ତାହା ହେଲେ ତା'ହେଉଛି ପ୍ରସିଦ୍ଧ "ଦି ନ୍ୟୁୟର୍କର" ମାଗାଜିନ୍ । ଏକଦା ଏମିତି ଏକ ସମୟ ଥିଲା, ଯେତେବେଳେ ଜୋନାଥନ ଥିଲେ "ଦି ନ୍ୟୁୟର୍କର"ର ମୁଖ୍ୟ ଲେଖକ । ତାଙ୍କୁ ସେଥିପାଇଁ ପେଟ ଲେଖକର ନିନ୍ଦା ମଧ୍ୟ ଶୁଣିବାକୁ ପଡ଼ିଥିଲା । ଲେଖକ ହେବାର ଲକ୍ଷ ନେଇ ବୋଷ୍ଟନ୍ ଯିବା ପରେ ଜୋନାଥନ ଯେତେବେଳେ ଯାତ୍ରା କରୁଥିଲେ , ସେତେବେଳେ ଏହି ମାଗାଜିନ୍ ସହାୟତାର ହାତ ବଢ଼ାଇ ଥିଲା । କେବଳ ଉପନ୍ୟାସ ନୁହେଁ ଅନେକ ପ୍ରବନ୍ଧ ଓ ଲଘୁ ଆଲୋଚନା ମଧ୍ୟ ସେ ଲେଖିଥିଲେ , ଯାହା ପାଠକମାନଙ୍କ ନିକଟରେ ଆଦୃତ ହୋଇଥିଲା । ୨୦୦୨ ମସିହାରେ କେତେକ ଶ୍ରେଷ୍ଠ ଲେଖକଙ୍କ ଉପନ୍ୟାସକୁ ନେଇ ଏକ ସମାଲୋଚନା ମୂଳକ ଅଲେଖ୍ୟ ରଚନା କରିଥିଲେ ଜୋନାଥନ । ଏହା ପ୍ରକାଶ ପାଇଥିଲା "ଦି ନ୍ୟୁୟର୍କର"ରେ । ସେ ଏହାକୁ ଧାରାବାହିକ ଭାବେ ଲେଖୁଥିଲେ । ତାଙ୍କର ଏହି ସ୍ତମ୍ଭର ନାମ ଥିଲା "ମିଷ୍ଟର ଡ଼ିଫିକଲ୍ଟ" । ଏଥିରେ ପ୍ରଥମ ଔପନାସିକ ଭାବେ ନେଇଥିଲେ "ୱିଲିୟମ ଗାଦିସ"ଙ୍କୁ । ଏହି ଧାରାବାହିକ ସ୍ତମ୍ଭଟି ବେଶ ଲୋକପ୍ରିୟତା ହାସଲ କରିଥିଲା ଓ ପାଠକମାନେ ଏହାକୁ ଏକ ଉଚ୍ଚକୋଟୀର ସମାଲୋଚନା ବୋଲି ବିବେଚନା କରିଥିଲେ ।
୧୯୮୨ ମସିହାରେ ଜୋନାଥନଙ୍କ ବିବାହ "ଭାଲେରି କର୍ନେଲ"ଙ୍କ ସହ ହୋଇଥିଲା । ୧୯୯୪ ମସିହାରେ ସେମାନଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା [6] । ସମ୍ପ୍ରତି ନିଜର ଗାର୍ଲଫ୍ରେଣ୍ଡ ତଥା ଲେଖିକା "କ୍ୟାଥି ଚେକୋଭି"ଙ୍କ ସହିତ ଜୋନାଥନ୍ କାଲିଫର୍ନିଆର ଅଧିବାସୀ [7][8][9] ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.