From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
Lua error in ମଡ୍ୟୁଲ:Location_map/multi at line 27: Unable to find the specified location map definition: "Module:Location map/data/Japan Kansai" does not exist. ପ୍ରଶାସନ ଆଦେଶଦ୍ୱାରା ନିର୍ଦ୍ଦେଶିତ ସହର (ସେଇରେଇ ଶିତେଇ ତୋଶୀ; 政令指定都市) ବା ନିର୍ଦ୍ଦେଶିତ ସହର (ଶିତେଇ ତୋଶୀ; 指定都市) ବା ପ୍ରଶାସନିକ ଆଦେଶପ୍ରାପ୍ତ ସହର (ସେଇରେଇ ତୋଶୀ; 政令市), ହେଉଛି ଏକ ଜାପାନୀ ସହର ଯାହାର ଜନସଂଖ୍ୟା ୫,୦୦,୦୦୦ରୁ ଅଧିକ ଥିବ ଏବଂ ଯାହାକୁ ଜାପାନୀ କ୍ଯାବିନେଟ ନିର୍ଦ୍ଦେଶ ଦେଇଥିବ । ଜାପାନୀ ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମର ଧାରା ୨୫୨ ବିଭାଗ ୧୯ରେ ଏଥିପାଇଁ ନିୟମ ଉଲ୍ଲେଖ ଅଛି ।
ନିର୍ଦ୍ଦେଶିତ ସହରଗୁଡ଼ିକୁ ଅନେକ ଉନ୍ନୟନମୂଳକ କାର୍ଯ୍ୟ ମିଳିଥାଏ ଯାହା ସାଧାରଣରେ ରାଜ୍ଯ ପ୍ରଶାସନକୁ ଦିଆଯାଇ ଥାଏ; ଯଥା - ଗଣଶିକ୍ଷା ଯୋଜନା, ସାମାଜିକ କଲ୍ୟାଣ, ପରିମଳ, ବ୍ଯବସାୟ ପଞ୍ଜୀକରଣ ତଥା ଶିଳ୍ପାଞ୍ଚଳର ବିକାଶ ଆଦି । ସାଧାରଣତଃ ସହରୀ ପ୍ରଶାସନ ଗୌଣ କାର୍ଯ୍ୟାଦି କରିଥାଏ, ଅପରପକ୍ଷେ ରାଜ୍ଯ ପ୍ରଶାସନ ପାଖରେ ଅଧିକାଂଶ ଶକ୍ତି ରହିଥାଏ । ଉଦାହରଣ ସ୍ବରୂପ - ଔଷଧିୟ ଦୋକାନ ତଥା କ୍ଷୁଦ୍ର ଚିକିତ୍ସାକେନ୍ଦ୍ର ଆଦି ସହରୀ ପ୍ରଶାସନଦ୍ୱାରା ପଞ୍ଜୀକରଣ କରାଯାଇ ପାରିବ କିନ୍ତୁ ବଡ଼ବଡ଼ ଔଷଧାଳୟ ଏବଂ ଚିକିତ୍ସାଳୟ ଆଦି କେବଳ ରାଜ୍ଯ ପ୍ରଶାସନଦ୍ୱାରା ହିଁ ପଞ୍ଜୀକରଣ କରାଯାଇ ପାରିବ ।
ନିର୍ଦ୍ଦେଶିତ ସହରଗୁଡ଼ିକ ସାହି ବା (区) -କୁରେ ବିଭକ୍ତ ହୋଇଥାନ୍ତି । ପ୍ରତ୍ଯେକ ସାହିରେ ଏକ "ସାହି କାର୍ଯ୍ୟାଳୟ" ରହିଥାଏ ଯାହା ସହରର ବିଭିନ୍ନ ପ୍ରଶାସନିକ କାର୍ଯ୍ୟାବଳୀରେ ସାହାଯ୍ୟ କରିଥାଏ; ଯେପରିକି - କୋସେକୀ ଓ ଜୁମିହ୍ନ୍ଯୋ ବାସିନ୍ଦା ପଞ୍ଜୀକରଣ ଏବଂ ଖଜଣା ଆଦାୟ । କେତେକ ସହରର ସାହି କାର୍ଯ୍ୟାଳୟଗୁଡ଼ିକ ବ୍ଯବସାୟ ଅନୁମତିକରଣ, ନିର୍ମାଣ ଅନୁମତି ପତ୍ର ପ୍ରଦାନ ତଥା ଅନ୍ଯାନ୍ଯ ପ୍ରଶାସନିକ ବିଷୟବସ୍ତୁ ଆଦିର ଦାୟିତ୍ୱ ବହନ କରିଥାନ୍ତି । ମୁନିସିପାଲୀୟ ଆଦେଶଦ୍ୱାରା ସାହିମାନଙ୍କର ଗଠନ ଓ ଅଧିକାରୀ ନିୟନ୍ତ୍ରଣ କରାଯାଏ ।
ଟୋକିଓର ୨୩ଟି ବିଶେଷ ସାହିଗୁଡ଼ିକ ଏହି ତନ୍ତ୍ରର ଅଧୀନ ନୁହଁନ୍ତି, ଯେହେତୁ ଟୋକିଓ ଏକ ରାଜ୍ଯ ଓ ଏହାର ସାହିଗୁଡ଼ିକ ବାସ୍ତବରେ ସହର ତୁଲ୍ଯ । ଟୋକିଓର ଦୁଇଟି ବଡ଼ବଡ଼ ସାହି, ସେତାଗାୟା-କୁ ଏବଂ ନେରିମା-କୁ, ଉଭୟ ସହର ପଦବାଚ୍ଯ ହେବାପାଇଁ ଆବଶ୍ୟକ ଜନସଂଖ୍ୟା ବିଶିଷ୍ଟ ଅଟନ୍ତି କିନ୍ତୁ ସେଗୁଡ଼ିକୁ ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମ ଅନୁସାରେ ସହର କୁହାଯାଇପାରିବ ନାହିଁ ।
କୌଣସି ନିର୍ଦ୍ଦେଶ ପ୍ରାପ୍ତ ସହର ଏ ପର୍ଯ୍ୟନ୍ତ ନିଜର ଉକ୍ତ ସ୍ଥିତିକୁ ହରାଇ ନାହିଁ ।
୧୯୫୬ ମସିହାରୁ ନିର୍ଦ୍ଦେଶିତ ସହରଗୁଡ଼ିକର ପ୍ରତିଷ୍ଠା କରାଯାଇଛି ।[1]
ପ୍ରଶାସନିକ ନିର୍ଦ୍ଦେଶ ପ୍ରାପ୍ତ ସହର ହେବାପାଇଁ, ଏକ ସହରର ଜନସଂଖ୍ୟା ୫,୦୦,୦୦୦ରୁ ଅଧିକ ହେବା ଆବଶ୍ୟକ । ଉଭୟ ସହର ଓ ରାଜ୍ଯର ବିଧାୟକ ସଭାଦ୍ୱାରା ସ୍ୱିକୃତି ମିଳିଲା ପରେ ପ୍ରଶାସନିକ ନିର୍ଦ୍ଦେଶ ପାଇଁ ଦରଖାସ୍ତ ଦିଆଯାଏ ।
ନିମ୍ନଲିଖିତ ସହରମାନଙ୍କର ଜନସଂଖ୍ୟା ପାଞ୍ଚ ଲକ୍ଷରୁ ଅଧିକ କିନ୍ତୁ ଏ ପର୍ଯ୍ୟନ୍ତ ନିର୍ଦ୍ଦେଶିତ ସହର ପାଇଁ ନାମଙ୍କିତ ହୋଇନାହିଁ । (ଯେଉଁ ସହରଗୁଡ଼ିକ କେନ୍ଦ୍ର ସହରର ପଦ ପାଇଁ ନିବେଦନ କରିଛନ୍ତି ସେଗୁଡ଼ିକ ଦର୍ଶାଯାଇ ନାହିଁ ।※କେନ୍ଦ୍ର ସହର,※※ଜାପାନର କେନ୍ଦ୍ର ସହର ଯାହା ଭଙ୍ଗ ହେବାକୁ ଯାଇପାରେ)
୧୮୭୮ରେ ସାହିର ପ୍ରତିଷ୍ଠା ସହ ନିର୍ଦ୍ଦେଶିତ ସହରର ସ୍ଥାପନ କରାଯାଇ ଥିଲା । ଏହି ତନ୍ତ୍ର ଅଧୀନରେ ପ୍ରତ୍ଯେକ ସହରରେ ସାହି ତିଆରି କରାଗଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.