ଜଳବାୟୁ କହିଲେ ଦୀର୍ଘ ୩୦ ବର୍ଷର ସ୍ୱାଭାବିକ ପାଣିପାଗର ହାରାହାରି ପରିସଂଖ୍ୟାନକୁ ବୁଝାଏ । From Wikipedia, the free encyclopedia
ଜଳବାୟୁ (ଇଂରାଜୀ ଭାଷାରେ Climate) କହିଲେ ଦୀର୍ଘ ୩୦ ବର୍ଷର ସ୍ୱାଭାବିକ ପାଣିପାଗର ହାରାହାରି ପରିସଂଖ୍ୟାନକୁ ବୁଝାଏ । [1][2] ବାୟୁମଣ୍ଡଳର ଚାପ, ଆର୍ଦ୍ରତା, ଉତ୍ତାପ, ଆର୍ଦ୍ରତା, ପବନ ଓ ପ୍ରେସିପିଟେସନକୁ ହିସାବକୁ ନେଇ ଏହି ଜଳବାୟୁ ବିଷୟରେ ପୁର୍ବାନୁମାନ କରାଯାଏ । ବ୍ୟାପକ ଅର୍ଥରେ ସମୁଦ୍ର ଓ ପୃଥିବୀରେ ଥିବା ବରଫକୁ ଜଳବାୟୁ ମଣ୍ଡଳର (climate system) ଅଂଶ ଭାବରେ ହିସାବକୁ ନେଲେ ଯାହା ବୁଝାଏ ତାହାକୁ ଜଳବାୟୁ କୁହାଯାଏ । [1] କୌଣସି ସ୍ଥାନର ଜଳବାୟୁ ତାହାର ଦ୍ରାଘିମା, ଇଲାକା (terrain), ଉଚ୍ଚତା (altitude), ଜଳ ଭଣ୍ଡାର (water bodies) ଓ ତାହାର ସ୍ରୋତ ଅନୁସାରେ ପ୍ରଭାବିତ ହୁଏ ।
ସାଧାରଣ ଭାବରେ କୌଣସି ସ୍ଥାନର ଜଳବାୟୁର ବର୍ଣ୍ଣନା କରିବାକୁ କହିଲେ ଉକ୍ତ ସମୟରେ ସେଠାକାର ଜଳବାୟୁ ସିସ୍ଟମର ଅବସ୍ଥାକୁ ବୁଝାଏ ।
ବିଭିନ୍ନ ହାରାହାରି ଅବକ୍ଷେପନ ବା ପ୍ରେସିପିଟେସନ ତଥା ଉତ୍ତାପ ଓ ସ୍ୱାଭାବିକ ପରିବର୍ତ୍ତନଶୀଳତାର ପରିସୀମାକୁ ନେଇ ଜଳବାୟୁର ବର୍ଗୀକରଣ କରାଯାଏ । ସାଧାରଣରେ ବ୍ୟବହୃତ ବର୍ଗୀକରଣ ସ୍କିମକୁ କୋପାନ କ୍ଲାଇମେଟ କ୍ଲାସିଫିକେସନ (Köppen climate classification) କୁହାଯାଏ ।[3] ଯାହା ସନ ୧୯୪୮ରୁ ବ୍ୟବହାର ହେଉଥିବା ଏଭାପୋଟ୍ରାନ୍ସପିରେସନ ସହିତ ଯେଉଁଥିରେ ଉତ୍ତାପ ଓ ପ୍ରେସିପିଟେସନ ଖବର ନିଆଯାଇ ବାୟୋଲୋଜିକାଲ ଡାଇଭରସିଟି ଓ କିପରି ଜଳବାୟୁ ପରିବର୍ତ୍ତନ ପ୍ରଭାବିତ କରୁଛି, ତାହା ଅନୁଶୀଳନ କରାଯାଏ । ବର୍ଗେରନ ଓ ସ୍ପାସିଆଲ ସିନୋପ୍ଟିକ କ୍ଲାସିଫିକେସନ ସିସ୍ଟମରେ ବାୟୁ ପିଣ୍ଡର ମୂଳ ଉତ୍ସ ଉପରେ କେନ୍ଦ୍ରୀଭୁତ କରାଯାଇ ବର୍ଗୀକରଣ କରାଯାଏ ।
ପାଲିଓକ୍ରଲାମାଟୋଲୋଜିରେ (Paleoclimatology) ପୁରାତନ କାଳର ଜଳବାୟୁ ବିଷୟର ଅନୁଶୀଳନ ହୁଏ । ଊନବିଂଶ ଶତାବ୍ଦୀ ପୁର୍ବରୁ ବହୁତ ସ୍ୱଳ୍ପ ସଳଖ ପର୍ଯ୍ୟବେକ୍ଷଣ ମିଳୁଥିଲା, ଅଳ୍ପ ଜଳବାୟୁର ହେଉଥିବାରୁ ପ୍ରୋକ୍ସି ଭାରିଏବଲରେ ନନ-ବାୟୋଟିକ ପ୍ରମାଣ ଯେପରିକି ହ୍ରଦ ଶଯ୍ୟା, ଓ ବରଫ କୋରରେ (ice cores) ମିଳୁଥିବା ସେଡିମେଣ୍ଟର ପ୍ରୋକ୍ସି ଭାରିଏବଲରୁ (proxy variables) ପାଲିଓକ୍ଲାଇମେଟ ଅନୁମାନ କରାଯାଉଥିଲା ଓ ଡେଣ୍ଡ୍ରୋକ୍ରୋନୋଲୋଜି ବା ବୃକ୍ଷ ମୁଦ୍ରିକା (tree rings) ତଥା କୋରାଲରୁ ବାୟୋଟିକ ପ୍ରମାଣ ମିଳୁଥିଲା । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଜଳବାୟୁର ଗାଣିତିକ ମଡେଲକୁ (Climate models) କୁହାଯାଏ । ଅନେକ ଗୁଡ଼ିଏ କାରକ ଯୋଗୁ ଜଳବାୟୁ ପରିବର୍ତ୍ତନ ହୋଇପାରେ । ଜାଗତିକ ଉଷ୍ମତା ଫଳରେ ପୁନର୍ବଣ୍ଟନ ହୁଏ । ଉଦାହରଣ ସ୍ୱରୂପ ହାରାହାରି ଉତ୍ତାପରେ ୩°ସେ ପରିବର୍ତ୍ତନ ହେଲେ ୩୦୦-୪୦୦ କି:ମି: ଦ୍ରାଘିମା ବା ୫୦୦ମାଇଲ ଉଚ୍ଚତାକୁ ଆଇସୋଥର୍ମ ସିଫ୍ଟ ହୁଏ । ତେଣୁ ପ୍ରାଣୀମାନେ ଏଲିଭେସନ ଯୋଗୁ ଉପରକୁ ଓ ଦ୍ରାଘିମା ଯୋଗୁ ମେରୁ ଦିଗକୁ ଗତି କରନ୍ତି । [4][5]
ଜଳବାୟୁ ଓ ପାଣିପାଗ ମଧ୍ୟରେ ଫରକକୁ ଏକ ଜନପ୍ରିୟ ଶବ୍ଦାବଳୀରେ ପ୍ରକାଶ କରାଯାଏ: "ତୁମେ ଯାହା ଆଶା କର ତାହା ଜଳବାୟୁ, ତୁମେ ଯାହା ପାଅ ତାହା ପାଣିପାଗ ।" ଐତିହାସିକ ସମୟରୁ ଦ୍ରାଘିମା, ଉଚ୍ଚତା, ଜଳ-ସ୍ଥଳର ଅନୁପାତ ଓ ସମୁଦ୍ର-ପର୍ବତ ଭଳି ଅନେକ ଗୁଡ଼ିଏ ସ୍ଥିର ଭାରିଏବଲ ଅଛି । ପ୍ଲେଟ ଟେକ୍ଟିନିକସ ଯୋଗୁ ଏମାନଙ୍କର ନିୟୁତ ନିୟୁତ ବର୍ଷ ଧରି ପରିବର୍ତ୍ତନ ହୋଇଆସୁଛି । ଅନ୍ୟାନ୍ୟ ନିର୍ଦ୍ଧାରକମାନଙ୍କ ମଧ୍ୟରେ ସମୁଦ୍ରର ଥର୍ମୋହାଲାଇନ ସଞ୍ଚାଳନ ଯୋଗୁ ଅନ୍ୟାନ୍ୟ ସମୁଦ୍ର ବେସିନ ଅପେକ୍ଷା ଆଟଲାଣ୍ଟି ସମୁଦ୍ରରେ ୫ °ସେ (୯ °ଫା) ଉଷ୍ମତା ବୃଦ୍ଧି ହେଉଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.