ନୀଳଗିରିରେ ଥିବା ଜଗନ୍ନାଥ ମନ୍ଦିର From Wikipedia, the free encyclopedia
ଏହି ଜଗନ୍ନାଥ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ନୀଳଗିରି ସହରରେ ଅବସ୍ଥିତ । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା । ଏହା ତୃତୀୟ ଶ୍ରୀକ୍ଷେତ୍ର ଭାବେ ବିଶ୍ୱ ବିଦିତ ।
ଜଗନ୍ନାଥ ମନ୍ଦିର, ନୀଳଗିରି | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | ନୀଳଗିରି,ବାଲେଶ୍ୱର |
State | ଓଡ଼ିଶା |
Country | ଭାରତ |
ଏହା ବାଲେଶ୍ୱର ସହରଠାରୁ ୧୮ କି.ମି. ଦୂରରେ ଅବସ୍ଥିତ । ନିକଟତମ ରେଳଷ୍ଟେସନ ବରୁଣସିଂ (ନୀଳଗିରି ରୋଡ଼) ଯାହା ଏଠାରୁ ୯ କି.ମି. ଦୂରରେ ଅବସ୍ଥିତ ।
ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।
ମୂଳ ମନ୍ଦିର ଓ ଜଗମୋହନଟି ଉତ୍କଳୀୟ ପିଢ଼ା ଶୈଳୀରେ ତିଆରି ଓ ଭଲଭାବରେ ସମତଳ କରି ଗଠିତ ହୋଇଛି । ଗର୍ଭଗୃହରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସଙ୍ଗେ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ରତ୍ନବେଦି ଉପରେ ପୂଜିତ । ଜଗମୋହନ ମଧ୍ୟରେଗରୁଡ଼ ସ୍ତମ୍ଭଟି ରହିଛି ଯାହା ଆଗରେ ମୁକ୍ତିମଣ୍ଡପ ରହିଛି ।ASI reports No 016. Indira Gandhi National Centre For The Arts ମନ୍ଦିର ଓ ମେଘନାଦ ପ୍ରାଚୀର ପ୍ରସ୍ତର ନିର୍ମିତ । ମନ୍ଦିରର ଉଚ୍ଚତା ୫୨ ଫୁଟ । ଏଠାରେ ମୋଟ ପାଞ୍ଚଟି ମନ୍ଦିର ଅଛି ।
ନୀଳଗିରିର ସ୍ୱର୍ଣ୍ଣଚୁଡ଼ ପାହାଡ଼ ଶିଖରରେ ବସା ବାନ୍ଧିଥିଲେ ଶୁକ-ଶାରୀ ଦମ୍ପତି । ରାଜାଙ୍କୁ ସେମାନେ ସ୍ୱପ୍ନରେ ଭବିଷ୍ୟବାଣୀ ଶୁଣାଉଥିଲେ ।ସଙ୍କଟ କାଳରେ ପରାମର୍ଶ ଦେଉଥିଲେ । ମନ୍ତ୍ରୀ, ପୁରୋହିତ, ପାରିଷଦ ତୁଳନାରେ ଶୁକ-ଶାରୀ ପକ୍ଷୀ ଦୁହେଁ ଥିଲେ ରାଜାଙ୍କର ଅତି ବିଶ୍ୱାସଯୋଗ୍ୟ । ଏକଦା ଶୁକ-ଶାରୀ ଦୁହେଁ ସୂଚନା ଦେଲେ ସ୍ୱର୍ଣ୍ଣଚୁଡ଼ ପାହାଡ଼ ଦେଶରେ ନିଳାଦ୍ରୀନାଥଙ୍କୁ ପ୍ରତିଷ୍ଠା କରାଇଲେ ରାଜ୍ୟର ମଙ୍ଗଳ ହେବ । ପ୍ରଜାବର୍ଗ ସୁଖଶାନ୍ତିରେ ଦିନ କାଟିବେ । ଏହି ନିର୍ଦ୍ଦେଶକୁ ପାଳନ ପୂର୍ବକ ତତ୍କାଳିନ ରାଜା ରାମଚନ୍ଦ୍ରଦେବ ମର୍ଦ୍ଦରାଜ ହରିଚନ୍ଦନ ୧୭୫୦ ମସିହାରେ ଏହି ମନ୍ଦିର ତୋଳାଇଥିଲେ ।[1]
ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପୂଜା ବିଧି ସହ ସାମଞ୍ଜସ୍ୟ ଅଛି । ରଥଯାତ୍ରା ଓ ବାହୁଡ଼ା ଯାତ୍ରା ତିନିଦିନ ଧରି ପାଳିତ ହୋଇଥାଏ । ପ୍ରଥମଥର ପାଇଁ ୧୯୯୬ରେ ଏଠାରେ ନବକଳେବର ପାଳିତ ହୋଇଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.