From Wikipedia, the free encyclopedia
ଭାରତର ରାଜଧାନୀ ଦିଲ୍ଲୀର, ତ୍ୟାଗରାଜନଗରଠାରେ ଏହି ମନ୍ଦିରଟି ଅବସ୍ଥିତ ।[1] ୧୯୬୮ମସିହାରୁ ଏଠାରେ ଚତୁର୍ଦ୍ଧା ମୂର୍ତ୍ତୀ ପୂଜା ପାଇଆସୁଛନ୍ତି ।[2] ଦିଲ୍ଲୀର ହଉଜ ଖାସ ଅଞ୍ଚଳରେ ଥିବା ଏହି ମନ୍ଦିରଟି,[3] ଉଭୟ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତମାନଙ୍କ ପାଇଁ ଆରାଧନା ସ୍ଥଳୀ ହୋଇପାରିଛି ।[4]
ଜଗନ୍ନାଥ ମନ୍ଦିର, ଦିଲ୍ଲୀ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | ତ୍ୟାଗରାଜନଗର, ଦିଲ୍ଲୀ |
State | ଦିଲ୍ଲୀ |
Country | ଭାରତ |
Architecture | |
Type | ଉତ୍କଳୀୟ |
Website | |
http://www.shrijagannathmandirdelhi.in/ |
ଦେଶ ସ୍ୱାଧୀନତା ପୂର୍ବରୁ ଦିଲ୍ଲୀରେ ରହୁଥିବା କିଛି ଓଡ଼ିଆ ସରକାରୀ ଚାକିରିଆ, ଏକାଠି ହୋଇ ୧୯୪୬ମସିହାରେ ଉତ୍କଳ ଆସୋସିଏସନ ନାମରେ ଏକ ଗୋଷ୍ଠୀ କଲେ । ଦିଲ୍ଲୀରେ ଉତ୍କଳୀୟ କଳା ଓ ସଂସ୍କୃତିର ପ୍ରଚାର ଏହି ଗୋଷ୍ଠୀର ଆଭିମୁଖ୍ୟ ଥିଲା । କୃପାସିନ୍ଧୁ ମିଶ୍ର, ଏହି ଗୋଷ୍ଠୀର ଅଧ୍ୟକ୍ଷ ଓ କୃଷ୍ଣଚନ୍ଦ୍ର ପଲାଇ ସମ୍ପାଦକ ଥିଲେ । ସେତେବେଳେ ଅଳ୍ପ ଓଡ଼ିଆ ଲୋକ ଦିଲ୍ଲୀରେ ରହୁଥିଲେ ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ମାଣ ଶ୍ରମିକ ଭାବରେ କାମ କରୁଥିଲେ । ୧୯୫୦ ମସିହା ବେଳକୁ ଦିଲ୍ଲୀରେ ଓଡ଼ିଆଙ୍କ ସଂଖ୍ୟା ବଢିବାସହ ଉତ୍କଳ ଆସୋସିଏସନ ଚଳଚଞ୍ଚଳ ହୋଇଉଠିଲା । କ୍ରମେ ଏହି ଗୋଷ୍ଠୀ ଦିଲ୍ଲୀ ସରକାରଙ୍କ ପାଖରେ ପଞ୍ଜିକୃତ ହୋଇ ପ୍ରଥମେ ଦି ଓଡ଼ିଆ ସମାଜ ଓ ପରେ ଦି ଓଡ଼ିଶା କ୍ଲବ, ଦିଲ୍ଲୀ ନାମରେ ନାମିତ ହେଲା । ହରେକୃଷ୍ଣ ମହତାବ, ଜଗନ୍ନାଥ ଦାସ ଓ ସୁକଦେବ ଦାସ ପ୍ରମୂଖ ଏହି ଗୋଷ୍ଠୀ ସହିତ ଜଡ଼ିତ ହୋଇ, କାର୍ଯ୍ୟପନ୍ଥା ଆଗେଇନେଲେ ।
୧୯୬୮ ମସିହାରେ ବୈକୁଣ୍ଠ ଦାସ ନାମକ ସନ୍ୟାସୀ, ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ ଜାଗା ସ୍ଥିର କରିଥିଲେ । ଜାନୁଆରୀ ୧୫ ତାରିଖ ମକର ସଂକ୍ରାନ୍ତି ଦିନ ବୈକୁଣ୍ଠ ଦାସଙ୍କଦ୍ୱାରା ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା । ଓଡ଼ିଆ ଗୋଷ୍ଠୀ ଇତିମଧ୍ୟରେ ନାମ ପରିବର୍ତ୍ତନ କରି, ଶ୍ରୀ ଜଗନ୍ନାଥ ମନ୍ଦିର ଆଣ୍ଡ ଓଡ଼ିଶା ଆର୍ଟ ଆଣ୍ଡ କଲଚରାଲ ସେଣ୍ଟର, ଦିଲ୍ଲୀ ନାମରେ ପଞ୍ଜିକୃତ ହୋଇସାରିଥିଲା । ମନ୍ଦିର ନିର୍ମାଣ କାର୍ଯ୍ୟ ଫେବୃଆରୀ ୫ତାରିଖରୁ ଆରମ୍ଭ ହୋଇ ଚତୁର୍ଦ୍ଧା ମୂର୍ତ୍ତୀ ପ୍ରତିଷ୍ଠା କରାଯାଇଥିଲା । ୧୯୮୬ମସିହାରେ ଏହି ମନ୍ଦିର ପ୍ରାଙ୍ଗଣରେ ଏକ ୧୮ବଖରା ବିଶିଷ୍ଟ ଧର୍ମଶାଳା ନିର୍ମାଣ କରାଯାଇଥିଲା । ୧୯୯୧ମସିହା ଜାନୁଆରୀ ୨୩ତାରିଖରେ ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କଦ୍ୱାରା ନୂତନ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା । ନୟାଗଡ଼ରୁ ଆସିଥିବା ଶିଳ୍ପୀମାନଙ୍କଦ୍ୱାରା ମନ୍ଦିର ନିର୍ମାଣ କାର୍ଯ୍ୟ ୭ବର୍ଷ ଧରି ଚାଲିଲା । ୧୯୯୯ ମସିହା ଜାନୁଆରୀ ୨୮ତାରିଖରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କଦ୍ୱାରା ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ।
ରଥଯାତ୍ରା ମୁଖ୍ୟ ପର୍ବ ହେଲେ ମଧ୍ୟ ଜଗାନ୍ନାଥ ପ୍ରଥା ଅନୁଯାୟୀ ବାର ମାସରେ ତେର ପର୍ବ ଏଠାରେ ପାଳନ କରାଯାଏ ।[5] ପର୍ବପର୍ବାଣି ବ୍ୟତିତ ଅନ୍ୟନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଚାଲିଥାଏ । ମନ୍ଦିରରେ ଧର୍ମଶାଳା, ଗୋପବନ୍ଧୁ ପାଠାଗାର, ସଭାଗୃହ, କଲ୍ୟାଣ ମଣ୍ଡପ ଆଦିର ବ୍ୟବସ୍ଥା ରହିଛି । ଓଡ଼ିଶାରୁ ଦିଲ୍ଲୀ ଚିକିତ୍ସା ବା ଅନ୍ୟ କାର୍ଯ୍ୟରେ ଆସୁଥିବା ଲୋକମାନେ ଏହି ଧର୍ମଶାଳାରେ ରହିଥାନ୍ତି । ମନ୍ଦିର ପକ୍ଷରୁ ନାଚ, ଗୀତ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି । ପ୍ରତି ରବିବାର ଦରିଦ୍ର ନାରାୟଣଙ୍କୁ ମାଗଣା ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.