ଛୁଞ୍ଚିପତ୍ର
From Wikipedia, the free encyclopedia
From Wikipedia, the free encyclopedia
ଛୁଞ୍ଚିପତ୍ର ହେଉଛି ଏକ ପ୍ରକାର ପିଠା, ଯାହାକି ଚାଉଳ ଓ ନଡ଼ିଆ କୋରାରୁ ମୁଖ୍ୟତଃ ପ୍ରସ୍ତୁତ ହୋଇଥାଏ । ଏହା ଶ୍ରୀଜଗନ୍ନାଥଙ୍କ ଛପନ ଭୋଗରୁ ଅନ୍ୟତମ ।[1]
ଅରୁଆ ଚାଉଳକୁ ପରିଷ୍କାର ଭାବରେ ବାଛି ଧୋଇ ବତୁରାଇ ପାତ୍ରରେ ବାଟି ରଖିଦେବେ।ଚାଉଳ ବଟା ଟିକେ ପାଣିଆ ହେବା ଭଲ । ଗରମ କରେଇରେ ଅଳ୍ପ ଘିଅ ଚାରିପଟେ ବୋଳି ଏହି ପିଠଉକୁ ଡ଼ଙ୍କିଏ ପକାଇ କରେଇ ଚାରିପଟେ ପିଠଉ ବୁଲାଇ ଦେବେ । ଏହା ଦୋଷା ପରି ସରୁ ପିଠା ତିଆରି ହୋଇଗଲେ ଏହାକୁ କରେଇରୁ ବାହାର କରିଦେବେ । କୋରା, ନଡ଼ିଆ, ଗୁଡ଼ ଓ ଅଳେଇଚ ଗୁଣ୍ଡ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ଆଗରୁ ରଖିଥିବେ । ଏହି ପିଠା ମଧ୍ୟରେ ଉକ୍ତ ପୁର ବା ମିଶ୍ରଣ ଅଳ୍ପ ଅଳ୍ପ ଦେଇ ପିଠାକୁ ଚାରିପଟୁ ଭାଙ୍ଗି ଦେବେ।ଯେପରି ପୁର ବା ମିଶ୍ରଣ ପିଠା ମଝିରେ ରହିଯିବ ।ଏଥର ଛୁଞ୍ଚି ପତ୍ର ପିଠା ପ୍ରସ୍ତୁତ ହୋଇଗଲା ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.